ETV Bharat / bharat

Food Adulteration: ବିଷାକ୍ତ ଖାଦ୍ୟ ବ୍ୟାନ ପାଇଁ ୧୨ବର୍ଷର ସଂଘର୍ଷ, ବିକିଲେଣି ୩ଏକର ଜମି, ଖର୍ଚ୍ଚ କଲେଣି ୩୦ଲକ୍ଷ

author img

By

Published : Nov 8, 2022, 5:33 PM IST

Food Adulteration: ଅପମିଶ୍ରଣ ବିରୁଦ୍ଧରେ ୧୨ବର୍ଷର ସଂଘର୍ଷ, ବିକିଲେଣି ୩ଏକର ଜମି ଖର୍ଚ୍ଚ କଲେଣି ୩୦ଲକ୍ଷ
Food Adulteration: ଅପମିଶ୍ରଣ ବିରୁଦ୍ଧରେ ୧୨ବର୍ଷର ସଂଘର୍ଷ, ବିକିଲେଣି ୩ଏକର ଜମି ଖର୍ଚ୍ଚ କଲେଣି ୩୦ଲକ୍ଷ

କେରଳର ଲିଓନାର୍ଡୋ ଜନ । ଡୁପ୍ଲିକେଟ୍ ଜମାନାରେ ଆରମ୍ଭ କରିଛନ୍ତି ଜି-ଜାନର ଲଢେଇ । ଭେଜାଲ ଦୁନିଆରେ ଆରମ୍ଭ କରିଛନ୍ତି ବିଷାକ୍ତ ଖାଦ୍ୟ ବିରୋଧରେ ମହାଯୁଦ୍ଧ । ଖାଲି ସେତିକି ନୁହେଁ, ନିଜର ଘର ଡିହ ବିକି ଦଶନ୍ଧି ଧରି ଜାରି ରଖିଛନ୍ତି ଅପମିଶ୍ରଣ ବିରୁଦ୍ଧରେ ମହାଯୁଦ୍ଧ । ପ୍ରିୟ ସାଙ୍ଗ ଏବଂ ମା’ଙ୍କୁ ହରାଇବା ପରେ ଆରମ୍ଭ କରିଛନ୍ତି ଏହି ଫାଇଟ୍ । ୧୨ ବର୍ଷର ଲଢେଇରେ ୨୦୦୦ ସରକାରୀ ବେସରକାରୀ ସଂସ୍ଥାକୁ ଦୌଡ଼ି ୧୦୦୦ ପୃଷ୍ଠାର ତଥ୍ୟ ସଂଗ୍ରହ ଓ ୪୦୦ ପ୍ରେସ କନଫରେନ୍ସରେ ତଥ୍ୟ ଉପସ୍ଥାପନ । ଏପଟେ ନକଲି ଖାଦ୍ୟ ନକ୍ସା ହଟାଇବାକୁ ଖର୍ଚ୍ଚ କଲେଣି 30 ଲକ୍ଷ । ଦେଖନ୍ତୁ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟ

ଥିରୁଅନନ୍ତପୁରମ: ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିରୁଦ୍ଧରେ ଦୀର୍ଘ ୧୨ ବର୍ଷର ମହାଯୁଦ୍ଧ (12 years fight against adulteration of food items)। ଦଶନ୍ଧି ଧରି ଜାରି ରହିଛି ସଂଘର୍ଷ । ଏହି ସଂଘର୍ଷପୂର୍ଣ୍ଣ ଯାତ୍ରାରେ ସେ ୩ ଏକର ଜମି ବିକ୍ରି କରିବା ସହ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଯାବତ୍‌ ପ୍ରାୟ ୨୦୦୦ ସରକାରୀ ଓ ବେସରକାରୀ ସଂସ୍ଥାକୁ ଆରଟିଆଇ (RTI) ଆକ୍ଟରେ ତଥ୍ୟ ମାଗି ଏହାକୁ ୪୦୦ ପ୍ରେସ କନଫରେନ୍ସ ମାଧ୍ୟମରେ ଲୋକଲୋଚନକୁ ଆଣିଛନ୍ତି । ତେବେ ଏହା ଅପମିଶ୍ରିତ ଖାଦ୍ୟ ବିରୋଧରେ ମହାଯୁଦ୍ଧ ନୁହେଁ ତ ଆଉ କଣ ? କେରଳର କନ୍ନୁର ଅଧିବାସୀ ଲିଓନାର୍ଡୋ ଡୁ ଜନ୍‌ (Lionardo Do John) ଏହି ମହାଯୁଦ୍ଧ ଜାରି ରଖିଛନ୍ତି ।

Food Adulteration: ଅପମିଶ୍ରଣ ବିରୁଦ୍ଧରେ ୧୨ବର୍ଷର ସଂଘର୍ଷ, ବିକିଲେଣି ୩ଏକର ଜମି ଖର୍ଚ୍ଚ କଲେଣି ୩୦ଲକ୍ଷ

କାହିଁକି ଆରମ୍ଭ କରିଥିଲେ ଏହି ସଂଘର୍ଷ ?

ଗତ ୧୨ ବର୍ଷ ପୂର୍ବେ ଜନ୍‌ଙ୍କ ଘନିଷ୍ଠ ବନ୍ଧୁ ଯକୃତ ଜନିତ ରୋଗ ସିରୋସିସ୍‌ (Liver Cirrhosis) ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ବନ୍ଧୁଙ୍କ ଏହି ରୋଗର କାରଣ ଜାଣିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯାଗ ମଧ୍ୟ କରିଥିଲେ । ଡାକ୍ତରଙ୍କ କହିବାନୁସାରେ ୨ ପ୍ରକାରର ଡାଲଚିନି କେସିଆ ଓ ସିନାମନର ମିଶ୍ରଣ ଖାଇବା ଦ୍ବାରା ସେ ଏହି ରୋଗର ଶିକାର ହୋଇଛନ୍ତି । ଏହି ଅପମିଶ୍ରିତ ଆୟୁର୍ବେଦିକ ମିଶ୍ରଣ ତାଙ୍କର ଜୀବନ ନେଇଛି । ଅପମିଶ୍ରିତ ଖାଦ୍ୟ ଯୋଗୁଁ ଜନ୍‌ଙ୍କ ମା' ମଧ୍ୟ ମାରାତ୍ମକ କର୍କଟ ରୋଗରେ ପୀଡିତ ହୋଇ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହି ଦିନଠୁ ଅପମିଶ୍ରିତ ଖାଦ୍ୟ ବିରୁଦ୍ଧରେ ଜନ୍‌ଙ୍କ ଆରମ୍ଭ ହୋଇଥିଲା ସଂଘର୍ଷ ।

କେରଳରେ ସର୍ବାଧିକ କିଡ଼ନୀ ଓ ଯକୃତ ରୋଗୀ:-

ଇଟିଭି ଭାରତ ସହିତ ସ୍ବତନ୍ତ୍ର ସାକ୍ଷାତକାର (Special Interview with ETV Bharat )ରେ ଜନ୍‌ କହିଛନ୍ତି, " ଏହି ଅପମିଶ୍ରିତ ଖାଦ୍ୟ ଅନେକ ରୋଗର ମୂଳ କାରଣ । ବର୍ତ୍ତମାନ କେରଳରେ ୨ ଲକ୍ଷ ୭୦ ହଜାର କର୍କଟ ରୋଗୀ ରହିଥିବା ବେଳେ ପ୍ରତିବର୍ଷ ନୂଆ ୫୦ ହଜାର ରୋଗୀ ଚିହ୍ନଟ ହେଉଛନ୍ତି । କେରଳରେ ଦେଶର ସର୍ବାଧିକ କିଡ଼ନୀ ଓ ଯକୃତ ରୋଗୀ ରହିଛନ୍ତି । ଆୟୁର୍ବେଦିକ ଔଷଧ ଦ୍ବାରା ହେଉଥିବା ଯକୃତ ରୋଗ ଉପରେ ଏର୍ଣ୍ଣାକୁଲମ ଠାରେ ଥିବା ଲକ୍ଷେଶ୍ବର ହସ୍ପିଟାଲ (Lakeshore Hospital ) ଅନେକ ଗବେଷଣା ମଧ୍ୟ କରିଛି (Studies regarding herbal drugs causing liver diseases) ।

ଗତ ୨୦୧୬-୧୭ ମଧ୍ୟରେ ୧୪୪୦ ଜଣ ରୋଗୀ ଆୟୁର୍ବେଦିକ ଔଷଧ ଖାଇବା ଦ୍ବାରା ଯକୃତ ଜନିତ ରୋଗର ଶିକାର ହେଉଥିବା ଜଣାପଡ଼ିଥିଲା । ଆୟୁର୍ବେଦିକ ଔଷଧରେ କେତେ ପରିମାଣର ପେଷ୍ଟିସାଇଡ଼ ବା ଏଥିରେ ଅପମିଶ୍ରଣ ପଦାର୍ଥ ରହିଛି ତାହା ଯାଞ୍ଚ ପାଇଁ ସ୍ବତନ୍ତ୍ର ଉପକରଣ ରହିଛି । ମାତ୍ର କେରଳରେ ରହିଥିବା ଆୟୁର୍ବେଦିକ କମ୍ପାନୀ ଗୁଡ଼ିକ ଏହି ଉପକରଣ କ୍ରୟ କରୁନାହାନ୍ତି । ସେପଟେ ଆୟୁର୍ବେଦିକ ଔଷଧ ବିକ୍ରି କରି କେରଳ ଆୟୁର୍ବେଦିକ ସଂସ୍ଥା ଗୁଡ଼ିକ ବର୍ଷକୁ ୧ ହଜାର କୋଟି ପର୍ଯ୍ୟନ୍ତ ଆୟ ମଧ୍ୟ କରୁଛନ୍ତି ।"

ଜନ୍‌ ଆହୁରି କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଆୟୁର୍ବେଦିକ ଉତ୍ପାଦ ଓ ଔଷଧର ଗୁଣବତ୍ତା ଯାଞ୍ଚ କରିବା ପାଇଁ କେରଳର ପ୍ରତିଟି ଆୟୁର୍ବେଦିକ ଔଷଧ ଉତ୍ପାଦକାରୀ ସଂସ୍ଥାକୁ ୭୫ ଲକ୍ଷ ଅର୍ଥ ଯୋଗାଇ ଦେଇଛି । ମାତ୍ର ଏହି ଉପକରଣକୁ କୌଣସି ବି କମ୍ପାନୀ କ୍ରୟ କରୁନାହିଁ । ଗ୍ରାହକଙ୍କୁ ଏପରି ଉତ୍ପାଦ ବିକ୍ରି କରିବା ପୂର୍ବରୁ ଏହାର ଗୁଣବତ୍ତା କମ୍ପାନୀ ଗୁଡ଼ିକ ଯାଞ୍ଚ କରୁନଥିବାରୁ ଗ୍ରାହକ ଏଭଳି ଅପମିଶ୍ରିତ ଔଷଦ ବା ଆୟୁର୍ବେଦିକ ଉତ୍ପାଦ ଗୁଡ଼ିକୁ କ୍ରୟ କରି ବ୍ୟବହାର କରୁଛନ୍ତି । ଯାହାଦ୍ବାରା ସେମାନେ ପରବର୍ତ୍ତୀ ସମୟରେ ମାରାତ୍ମକ ରୋଗର ଶିକାର ହେଉଛନ୍ତି ।

'ସଂଘର୍ଷ ବୃଥା ଯାଇନି, ଆରମ୍ଭ ହେଲାଣି ପରିବର୍ତ୍ତନ'

ଜନ୍‌ଙ୍କ ଏହି ଦୀର୍ଘ ୧୨ ବର୍ଷର ସଂଘର୍ଷ ବୃଥା ଯାଇନାହିଁ ବୋଲି କହିଛନ୍ତି ସେ । ଧୀରେ ଧୀରେ ଦେଶର ଅନ୍ୟ ସ୍ଥାନରେ ପରିବର୍ତ୍ତନର ଧାରା ଆରମ୍ଭ ହେଲାଣି । ସିକ୍କିମ ସମ୍ପୂର୍ଣ୍ଣ ଜୈବିକ (Organic) ହୋଇଥିବା ବେଳେ ତାମିଲନାଡ଼ୁ ମଧ୍ୟ ଗତ ୯୦ ଦିନ ଧରି କ୍ଷତିକାରକ ପେଷ୍ଟିସାଇଡ ବ୍ୟବହାର ହୋଇଥିବା ଉତ୍ପାଦ ଗୁଡ଼ିକୁ ବ୍ୟାନ କରିବା ଆରମ୍ଭ କରିଛି । ତାମିଲନାଡୁରୁ ଏହି ପରିବର୍ତ୍ତନ ନେଇ ଏକ ଚିଠି ଜନ୍‌ଙ୍କ ହସ୍ତଗତ ହୋଇଥିବା ବେଳେ ଏହା କେତେ ଦୂରୁ ସଫଳ ହେଉଛି ତାହାକୁ ସେ ଅପେକ୍ଷା କରିଛନ୍ତି ।

'ସଂଘର୍ଷ ଯାତ୍ରା ସଜାଇଛି ଆତଙ୍କବାଦୀ'

ଜନ୍‌ ଏହି ସଂଘର୍ଷରେ ଅନେକ ବେଦନା ସହିଛନ୍ତି । ସେ ବାସ୍ତବତାକୁ ଲୋକଲୋଚନକୁ ଆଣୁଥିବାରୁ ତାଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆତଙ୍କବାଦୀ ଭଳି ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଯାହାକି ତାଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିବା ସେ କହିଛନ୍ତି । ତଥାପି ସେ ହାର ନ ମାନି ସମାଜର କଲ୍ୟାଣ ଦିଗରେ ମହତ କାର୍ଯ୍ୟ ଜାରି ରଖିଛନ୍ତି । ଡିଜିପି ଅନିଲ କାନ୍ତ ଏହି ଦିଗରେ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି । ତାମିଲନାଡ଼ୁରୁ ଆସୁଥିବା ମସଲା ଜାତୀୟ ପାଉଡ଼ରକୁ ସେ ବ୍ୟାନ କରିଛନ୍ତି ।

୫୦ବର୍ଷ ଧରି କେରଳରେ ଖାଦ୍ୟ ସରୁକ୍ଷା ଯାଞ୍ଚ ବିଫଳ:-

ଜନ୍‌ଙ୍କ କହିବାନୁସାରେ ଗତ ୫୦ ବର୍ଷ ଧରି ରାଜ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ଫେଲ୍‌ ମାରିଛି । ରାଜ୍ୟକୁ ବାହାର ଦେଶରୁ ଆସୁଥିବା ଖାଦ୍ୟ ପଦାର୍ଥ ବା ନିଜ ରାଜ୍ୟରେ ମଧ୍ୟ ଖାଦ୍ୟ ସୁରକ୍ଷା ସଠିକ ଭାବେ ହେଉନାହିଁ । ଖାଦ୍ୟ ସୁରକ୍ଷା ଯାଞ୍ଚ ପାଇଁ ଅନେକ ସଂଖ୍ୟାରେ ଅଫିସର ରହିଥିଲେ ମଧ୍ୟ ନିଜ କାର୍ଯ୍ୟକୁ ସଠିକ ଢଙ୍ଗରେ କରୁନାହାନ୍ତି । ଫଳରେ ଅପମିଶ୍ରିତ ଖାଦ୍ୟ ପଦାର୍ଥର ସଂଖ୍ୟା ରାଜ୍ୟରେ ବଢି ଚାଲିଛି ।

ଏହି ଯାତ୍ରା ନେଇ କଣ କୁହନ୍ତି ଜନ୍‌ ?

କିଛି ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡେ । ହେଲେ ଲକ୍ଷ୍ୟସ୍ଥଳରେ ଖୁବଶୀଘ୍ର ପହଞ୍ଚିବା ଉପରେ ସେ ବିଶ୍ବାସ କରନ୍ତି ନାହିଁ । ମାତ୍ର ଅପମିଶ୍ରିତ ଖାଦ୍ୟ ବିରୋଧରେ ସେ ଯେଉଁ ସଂଘର୍ଷ ଆରମ୍ଭ କରିଥିଲେ ତାହା ଦ୍ବାରା ପ୍ରତି ବର୍ଷ ୨୦ ହଜାର ଲୋକ ମାରାତ୍ମକ କର୍କଟ, କିଡ଼ନୀ ଓ ଯକୃତ ଜନିତ ରୋଗରୁ ରକ୍ଷା ପାଇପାରୁଛନ୍ତି । ଯାହାକି ତାଙ୍କୁ ବେଶ ଖୁସି ଦେଇଥିବା କହିଛନ୍ତି ଜନ୍‌ । ଜନଙ୍କ ନିକଟରେ ୧୦୦୦ ପୃଷ୍ଠାର ତଥ୍ୟ ରହିଛି । ଯାହାକୁ ଉପଯୋଗ କରି ଯେକୌଣସି ଅପମିଶ୍ରିତ ଖାଦ୍ୟ ବିରୋଧରେ ସେ ସରକାରଙ୍କ ଉପରେ ଚାପ ପକାଇବାରେ ସକ୍ଷମ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.