ETV Bharat / bharat

ମଦ୍ୟପର ଉନ୍ମୁତ୍ତ କାଣ୍ଡ: ରାସ୍ତା ମଝିରେ ଚିରିଦେଲା ମହିଳାଙ୍କ ପୋଷାକ, ସାହାଯ୍ୟ କରିବା ବଦଳରେ ଭିଡିଓ କରୁଥିଲେ ଲୋକେ

author img

By

Published : Aug 8, 2023, 6:59 AM IST

Etv Bharat
Etv Bharat

ମରିଗଲା ମାନବିକତା, ରାସ୍ତା ମଝିରେ ମହିଳାଙ୍କ ପୋଷାକ ଚିରିଲା ନିଶାଶକ୍ତ । ବାଧା ଦେବା ପରିବର୍ତ୍ତେ ଉପସ୍ଥିତ ଲୋକ କରୁଥିଲେ ଫଟୋ ଓ ଭିଡିଓ ସୁଟ୍ । 15 ମିନିଟ ପର୍ଯ୍ୟନ୍ତ ମହିଳା ଜଣଙ୍କ ରାସ୍ତାରେ ଚିରା ପୋଷାକ ପିନ୍ଧି ସହାୟତା ମାଗୁଥିଲେ ମଧ୍ୟ କେହି ସାହାଯ୍ୟ କଲେନି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ହିତାହିତ ଜ୍ଞାନ ଭୁଲିଲା, ରାସ୍ତା ମଝିରେ ମହିଳାଙ୍କ ଦେହରୁ ପୋଷାକ ଚିରିଲା ମଦ୍ୟପ । ଏଭଳି ଦୃଶ୍ୟକୁ ଉପସ୍ଥିତ ଥିବା ଲୋକେ ଦେଖୁଥିଲେ ମଧ୍ୟ ମଦ୍ୟପକୁ କେହି ମଧ୍ୟ ଅଟକାଇ ନଥିଲେ । ତେବେ ମଦ୍ୟପ ଜଣକୁ ଏଭଳି କାର୍ଯ୍ୟରୁ ବାଧା ଦେବା ପରିବର୍ତ୍ତେ ସେଠାରେ ଉପସ୍ଥିତ ଲୋକ ଏହାର ଫଟୋ ଓ ଭିଡିଓ କରୁଥିଲେ । ତେଲେଙ୍ଗାନାର ଜବାହରନଗରରେ ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଗତ ରବିବାର ରାତି 8.30 ସମୟରେ ତେଲେଙ୍ଗାନାର ଜବାହରନଗର ଅଞ୍ଚଳର ପେଡ୍ଡା ମାରାୟା ନାମକ ଜଣେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରିଥିଲେ । ନିଶାଶକ୍ତ ବ୍ୟକ୍ତି ଜଣକ ତାଙ୍କ ମାଆଙ୍କ ସହିତ ନିଜ ଘରକୁ ଫେରିବା ପାଇଁ ବାଲାଜିନଗର ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ 28 ବର୍ଷୀୟା ମହିଳା ଏକ ଦୋକାନରୁ ବାହାରି ଚାଲି ଚାଲି ଆସୁଥିଲେ । ମହିଳା ଜଣକଙ୍କୁ ଦେଖି ମାରାୟା ତାଙ୍କ ହାତକୁ ଜାବୁଡି ଧରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲା । ତେବେ ମହିଳା ଜଣକ ଏଥିରେ ରାଗିଯାଇ ମଦ୍ୟପ ଜଣକୁ ଠେଲି ଦୂରକୁ ଚାଲିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ଚାଞ୍ଚଲ୍ୟ ! ମହିଳାଙ୍କୁ ଗୁଳି କରିବା ପରେ ଜୀବନ ହାରିଲା ହତ୍ୟାକାରୀ

ଏହାପରେ ମଦ୍ୟପ ଜଣକ ନିଜ ଉପରୁ ନିୟନ୍ତ୍ରଣ ହରାଇ ମହିଳାଙ୍କୁ ଆକ୍ରମଣ କରିଥିଲା । ତେବେ ମହିଳା ଜଣକ ଏଥିରେ ବାଧା ଦେବାରୁ ମଦ୍ୟପ ବ୍ୟକ୍ତି ବଳପୂର୍ବକ ମହିଳାଙ୍କ ପୋଷାକକୁ ଚିରି ଦେଇଥିଲା । ଏତେ ସବୁ ଘଟଣା ପରେ ମଧ୍ୟ ସେଠାରେ ଉପସ୍ଥିତ ଥିବା ମଦ୍ୟପ ବ୍ୟକ୍ତିର ମାଆ ଏହାକୁ ଅଟକାଇ ନଥିଲେ । ଏହି ସମୟରେ ଅନ୍ୟ ଜଣେ ମହିଳା ସେହି ବାଟରେ ବାଇକରେ ଯାଉଥିବାବେଳେ ମଦ୍ୟପ ବ୍ୟକ୍ତିକୁ ଏଭଳି କଣ ପାଇଁ କରୁଛ ବୋଲି ପଚାରିବା ସହ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମଦ୍ୟପ ଜଣକ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲା ।

ଏହି ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ କେହି ମଧ୍ୟ ମଦ୍ୟପ ବ୍ୟକ୍ତିକୁ ଅଟକାଇବାକୁ ଚେଷ୍ଟା କରିନଥିଲେ । ଏହା ସହ ଲୋକମାନେ ବିବେକ ଶୂନ୍ୟ ହୋଇ ଏହି ସମୟର ଫଟୋ ଓ ଭିଡିଓ କରୁଥିଲେ । ତେବେ ଏଭଳି 15 ମିନିଟ ପର୍ଯ୍ୟନ୍ତ ମହିଳା ଜଣଙ୍କ ଉଲଗ୍ନ ହୋଇ ରାସ୍ତାରେ କାନ୍ଦୁଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ ମଧ୍ୟ କରିନଥିଲେ । ଏହା ପରେ ମଦ୍ୟପ ବ୍ୟକ୍ତି ଜଣକ ସେଠାରୁ ଚାଲିଯିବା ପରେ କିଛି ବ୍ୟକ୍ତି ଆସି ମହିଳାଙ୍କୁ ଏକ କମ୍ବଳ ଘୋଡାଇବା ସହ ଜବାହରନଗର ପୋଲିସକୁ ଏନେଇ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.