ETV Bharat / bharat

ବଙ୍ଗ ଫଳାଫଳ ପରେ ହିଂସା, 3 ଜଣଙ୍କର ଗଲାଣି ପ୍ରାଣ

author img

By

Published : May 3, 2021, 4:10 PM IST

ବଙ୍ଗ ଫଳାଫଳ ପରେ ହିଂସା, 3 ଜଣଙ୍କର ଗଲାଣି ପ୍ରାଣ
ବଙ୍ଗ ଫଳାଫଳ ପରେ ହିଂସା, 3 ଜଣଙ୍କର ଗଲାଣି ପ୍ରାଣ

ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଘୋଷଣା ପରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଲାଗି ରହିଛି ହିଂସା । ବର୍ତ୍ତମାନ ସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇସାରିଛି । ଅଧିକ ପଢନ୍ତୁ...

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଜୋରଦାର ବିଜୟ ସହିତ ସରକାର ଗଠନ କରିବାକୁ ଯାଉଛି ତୃଣମୂଳ କଂଗ୍ରେସ । ହେଲେ ଥମୁନାହିଁ ହିଂସା ।

ନିର୍ବାଚନର ଫଳାଫଳ ଘୋଷଣା ପରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଲାଗି ରହିଛି ହିଂସା । ସୋମବାର ମଧ୍ୟ ନନ୍ଦିଗ୍ରାମରେ ହୋଇଛି ହଙ୍ଗାମା । ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ ଜାଳିଦେବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି ।

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସାରେ ବର୍ତ୍ତମାନସୁଦ୍ଧା 3 ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିରେ ଦକ୍ଷିଣ 24 ପ୍ରଗଣା, ନଦିଆରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଜୀବନ ଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.