ETV Bharat / bharat

ପୋଷା କୁକୁର ପାଇଁ ୭ ଲକ୍ଷର ବାର୍ଥଡେ ପାର୍ଟି, ୩ ଜଣଙ୍କୁ ଟେକି ନେଲା ପୋଲିସ

author img

By

Published : Jan 9, 2022, 10:06 AM IST

Updated : Jan 9, 2022, 2:17 PM IST

ପୋଷା କୁକୁରର ଜନ୍ମଦିନ ପାଇଁ ୭ ଲକ୍ଷ ଟଙ୍କାର ପାର୍ଟି ରଖିଲେ ମାଲିକ। ପାର୍ଟିରେ କୋରୋନା ନିୟମ ଉଲ୍ଲଙ୍ଘନ କରି ୩ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ପୋଷା କୁକୁର ଜନ୍ମଦିନରେ ୭ଲକ୍ଷର ପାର୍ଟି , କୋରନା ନିୟମ ଉଲ୍ଲଂଘନ କରି ୩ ଗିରଫ
ପୋଷା କୁକୁର ଜନ୍ମଦିନରେ ୭ଲକ୍ଷର ପାର୍ଟି , କୋରନା ନିୟମ ଉଲ୍ଲଂଘନ କରି ୩ ଗିରଫ

ଗାନ୍ଧୀନଗର: ମହଙ୍ଗା ପଡିଲା ପୋଷା କୁକୁର ପାଇଁ ମହଙ୍ଗା ପାର୍ଟି । ପୋଷା କୁକୁରର ଜନ୍ମଦିନ ପାଇଁ ୭ ଲକ୍ଷ ଟଙ୍କାର ପାର୍ଟି ରଖିଲେ ମାଲିକ । ପାର୍ଟିରେ କୋରୋନା ନିୟମ ଉଲ୍ଲଙ୍ଘନ କରି ଥିବାରୁ ୩ ଜଣଙ୍କୁ ଗିରଫ କଲା ପୋଲିସ । ଗୁଜୁରାଟର ଅହମ୍ମଦାବାଦରେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଗିରଫ ୩ ଜଣ ହେଉଛନ୍ତି କୃଷ୍ଣନଗରର ବାସିନ୍ଦା ଚିରାଗ ପଟେଲ, ତାଙ୍କ ଭାଇ ଉର୍ବିଶ ପଟେଲ ଓ ବନ୍ଧୁ ଡିଭିଶ ମେହେରିଆ ।

ସୂଚନାଅନୁଯାୟୀ ପୋଷା କୁକୁର ଆବିର ଜନ୍ମଦିନ ପାଇଁ ଅହମ୍ମଦାବାଦର ମଧୁବନ ଗ୍ରୀନ୍ ପାର୍ଟି ପ୍ଲଟରେ ଏକ ବଡ ପାର୍ଟିର ଆୟୋଜନ କରିଥିଲେ ଚିରାଗ ପଟେଲ, ଉର୍ବିଶ ପଟେଲ ଓ ଡିଭିଶ ମେହେରିଆ । ଏହି ଅବସରରେ ଅଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ କାହାରି ମଧ୍ୟରେ ସାମାଜିକ ଦୂରତା ନଥିବା ବେଳେ କେହି ମଧ୍ୟ ମାକ୍ସ ପିନ୍ଧିନଥିଲେ ।

ତେବେ ପାର୍ଟିରେ କୋରୋନା ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବାରୁ ନିକୋଲ ପୋଲିସ ଷ୍ଟେସନରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା । ଏହାରି ଆଧାରରେ ଚିରାଗ ପଟେଲ, ଉର୍ବିଶ ପଟେଲ ଏବଂ ଡିଭିଶ ମେହେରିଆଙ୍କୁ ପୋଲିସ ଗିରଫ କରିଥିଲା ।

Last Updated :Jan 9, 2022, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.