ETV Bharat / bharat

ୟୁପି ବିଧାନସଭା ନିର୍ବାଚନ; 100 ସିଟରେ ଲଢିବ AIMIM

author img

By

Published : Jun 27, 2021, 10:32 PM IST

Asaduddin Owaisi
ୟୁପି ବିଧାନସଭା ନିର୍ବାଚନ; 100 ସିଟରେ ଲଢିବ AIMIM

ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବ ବିଧାନସଭା ନର୍ବାଚନ । ୟୁପି ନିର୍ବାଚନରେ ଅସଦୁ୍ଦ୍ଦିନ ଓବେସୀଙ୍କ ଦଳ ଏଆଇଏମଆଇଏମ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି । ଦଳ ଏଠାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବ ବିଧାନସଭା ନର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ରାଜୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ୟୁପି ନିର୍ବାଚନରେ ଅସଦୁ୍ଦ୍ଦିନ ଓବେସୀଙ୍କ ଦଳ ଏଆଇଏମଆଇଏମ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି । ଉତ୍ତରପ୍ରଦେଶରେ ଓମପ୍ରକାଶ ରାଜଭରଙ୍କ ସଂକଳ୍ପ ମୋର୍ଚ୍ଚାରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି ଓବେସୀ ।

2022 ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମସ୍ତ ଜାତୀୟସ୍ତରର ରାଜନୈତିକ ଦଳର ନଜର । ଉତ୍ତରପ୍ରଦେଶ ଦେଇ 2024 ପାଇଁ ପଥ ପ୍ରସ୍ତୁତି ଅପେକ୍ଷାରେ ସମସ୍ତ ଦଳ । ଦେଶରେ ସଂଖ୍ୟାଲଘୁ ସମ୍ଫ୍ରଦାୟର ଭୋଟ ହାତେଇବା ପାଇଁ ସବୁବେଳେ ପ୍ରୟାସରତ ଅସଦୁଦ୍ଦିନ ଓବେସୀ ଉତ୍ତରପ୍ରଦେଶ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ଅସଦୁଦ୍ଦିନ ଓୱେସ ଏଆଇଏମଆଇଏମ ଉତ୍ତପ୍ରଦେଶରେ ଓମପ୍ରକାଶ ରାଜଭରଙ୍କ ଭାଗୀଦାରୀ ସଂକଳ୍ପ ମୋର୍ଚ୍ଚା ସହ ମେଣ୍ଟ କରାଯିବ ନେଇ ନିଷ୍ପତି ନେଇଛନ୍ତି । ଏଆଇଏମଆଇଏମ ଉତ୍ତରପ୍ରଦେଶ ନିର୍ବାଚନରେ ମେଣ୍ଟ କରି 100 ସିଟରେ ଲଢିବା ନେଇ ଘୋଷଣା କରିଛନ୍ତି । ବର୍ତ୍ତମାନ ଠାରୁ ଏଆଇଏମଆଇଏମ ଏଠାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ।

ଅସଦୁଦ୍ଦିନ ଓବେସୀଙ୍କ ଏଆଇଏମଆଇଏମ ହାଇଦ୍ରାବାଦରେ ନିଜର ଦବବଦା ଜାରି ରଖିଥିବା ବେଳେ ଏବେ ଦେଶରେ ଅନ୍ୟ ରାଜ୍ୟରେ ମଧ୍ୟ ନିଜର କାୟା ବିସ୍ତାର ପାଇଁ କାର୍ଯ୍ୟକ୍ରମ କରୁଛନ୍ତି । ନିକଟରେ ବିହାର ଓ ପଶ୍ଚିମବଙ୍ଗ ନିର୍ବାଚନରେ ଭାଗ ନେଇଥିଲା ଏଆଇଏମଆଇଏମ । ପଶ୍ଚିମବଙ୍ଗରେ କିଛି କରିପାରିନ ଥିଲା କିନ୍ତୁ ବିହାରରେ ଆରଜେଡିର ଓ କଂଗ୍ରେସର ଭୋଟ ବ୍ୟାଙ୍କକୁ ଭାଙ୍ଗିଥିଲା ଏଆଇଏମଆଇଏମ । ଯାହା ବିହାରରେ ଆରଜେଡି ସରକାର ଗଠନ ସ୍ବପ୍ନ ଧୂଳିସାତ ହୋଇଛି ।

ସୂଚନାଥାଉକି ଆସନ୍ତାବର୍ଷ 2022 ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। 403 ଆସନ ବିଶିଷ୍ଟ ବିଧାନସଭା ଆସନରେ ନିର୍ବାଚନ ହେବ। ଦେଶର ସମସ୍ତ ଜାତୀୟସ୍ତରର ରାଜନୈତିକ ଦଳର ନଜର ରହିଛି । ଉତ୍ତରପ୍ରଦେଶର ବିଭିନ୍ନ ରାଜନୈତିକ ଦଳ ଏସପି,ବିଏସପି ସମେତ କଂଗ୍ରେସ ବିଜେପିକୁ ଚେକ ଦେବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ସେପଟେ ବିଜେପିକୁ ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଶରଦ ପାୱାର ଏବଂ ମମତା ବାନାର୍ଜୀ ଯାହା ଆସନ୍ତା ବର୍ଷ ନିର୍ବାଚନକୁ ରୋଚକ କରିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.