ଲାଞ୍ଚ ନେଇ ବନ୍ଧା ହେଲେ ASI, ୩ଟି ଭିଜିଲାନ୍ସ ଟିମର ଏକକାଳୀନ ରେଡ୍

By ETV Bharat Odisha Team

Published : Mar 2, 2024, 7:30 PM IST

thumbnail

Vigilance Nabs ASI: ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଏଏସଆଇ । ଡାବୁଗାଁ ଥାନାରେ କାର୍ଯ୍ୟରତ ସୀମାଞ୍ଚଳ ମହାରଣାକୁ ଗିରଫ କରିଛି ଭିଜିଲାନ୍ସ । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ରାଉଁଳିଗୁଡାର ମକରନ୍ଦ ଯାନୀଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ଏଏସଆଇ ସୀମାଞ୍ଚଳ । ଏକ ଗଣ୍ଡଗୋଳ ମାମଲାକୁ କୋହଳ କରିବା ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ...ଉଲିବୁରୁ ଖଣି ଦୁର୍ନୀତି ମାମଲା, ମାଲିକ ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ରେଡ୍

ସୂଚନା ଅନୁସାରେ ମାଲକାନଗିରି, ଜୟପୁର ଓ ନବରଙ୍ଗପୁର ୩ ଟି ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରିଥିଲେ । ଡାବୁଗାଁ ଥାନାରେ କାର୍ଯ୍ୟରତ ସୀମାଞ୍ଚଳ ମହାରଣାଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି । ଅଧିକ ତଦନ୍ତ ପାଇଁ ତାଙ୍କୁ ନବରଙ୍ଗପୁର ସ୍ଥିତ କାର୍ଯ୍ୟାଳୟକୁ ଅଣାଯାଇଛି । ମକରନ୍ଦ ଯାନୀ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସେ ଏକ ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିଲେ । ଯାହାର ଖବର ପାଇଁ ମାଲକାନଗିରି, ଜୟପୁର ଓ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.