୨୪ ଦିନ ପହଞ୍ଚିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ, କ୍ଷତି ସହୁଛନ୍ତି ପଶୁ ପାଳକ

By ETV Bharat Odisha Team

Published : Feb 10, 2024, 9:49 PM IST

thumbnail

Veterinary doctors strike ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାଣୀ ଚିକିତ୍ସକଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଆଜକୁ 24 ଦିନ ହେବ ଧାରଣାରେ ବସି ରହିଛନ୍ତି ପ୍ରାଣୀ ଚିକିତ୍ସିକ । ଗତ 18 ଜାନୁୟାରୀରୁ ରାଜ୍ୟ ସାରା ବିଭିନ୍ନ ବାଦି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ପ୍ରାଣୀ ଚିକିତ୍ସିକ । ସେମାନଙ୍କ ପ୍ରମ୍ମୁଖ ଦାବିଗୁଡ଼ିକ ହେଲା ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତର, କ୍ୟାଡର ପୁନର୍ଗଠନ ଏବଂ ଓଡ଼ିଶାର ପ୍ରାଣୀ ଚିକତ୍ସକଙ୍କୁ କେନ୍ଦ୍ର ସରକାରୀ ସେବା ଅଧୀନରେ ପ୍ରାଣୀ ଚିକିତ୍ସକଙ୍କ ମାନଙ୍କ ଭଳି ଡିଏସିପି ଦୃଷ୍ଟିରୁ ସମାନତା ଆଣିବା ଏବଂ ସମାନ ପଦୋନ୍ନତି ଆଣିବା ଏବଂ ଅଣପ୍ରାକ୍ଟସିଂ ଭତ୍ତା ପ୍ରଦାନ କରିବା । ସେପଟେ ଜିଲ୍ଲାରେ ଏକ ପ୍ରକାର ପ୍ରାଣୀ ଚିକିତ୍ସା ବନ୍ଦ ହୋଇଯାଇଛି । 

ସେହିପରି ପ୍ରାଣୀ ଚିକତ୍ସକ ଆହୁରୀ ଦାବି କରିଛନ୍ତି  24ଘଣ୍ଟିଆ ସେବା ଇଣ୍ଡୋର ଚିକିତ୍ସା, ବୃହତ ପ୍ରାଣୀଙ୍କୁ ଡାକ୍ତରଖାନା ପରିବହନ ନିମନ୍ତେ ଅମୁଲେନ୍ସ ସେବା ସୁବିଧା, ବ୍ଲକ ଓ ଜିଲ୍ଲାସ୍ତରରେ ଉନ୍ନତ ରୋଗ ନିରୂପଣ ସୁବିଧା, ଚିକିତ୍ସା ନିମନ୍ତେ ଦେୟ ସଂପୂର୍ଣ୍ଣ ଛାଡ଼ କରିବା, ଗରିବ ଚାଷୀଙ୍କ କ୍ଷେତ୍ରରେ ମାଗଣା ଔଷଧ ଉପଲବ୍ଧ କରାଇବା ଇତ୍ୟାଦି । ରାଜ୍ୟରେ ମୋଟ 1300 ଚିକିତ୍ସକ , 1910 ପ୍ରାଣୀ ଚିକିତ୍ସକ କାର୍ଯ୍ୟଭାର ବହନ କରୁଛନ୍ତି ଯାହାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସେହି ଭଳି 40ସହାୟକ କର୍ମଚାରୀ ପଦ ଖାଲି ଜଣାପଡ଼ିଛି । ଫଳରେ ଚିକିତ୍ସିକ ମାନଙ୍କୁ ବିଶେଷ ଚାପ ପଡୁଥିବା ଅଭିଯୋଗ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ .....ଧାରଣାରେ ପ୍ରାଣୀ ଚିକିତ୍ସକ, ସିଡିଭିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ପଶୁପାଳ

ସେପଟେ ଚିକିତ୍ସିକ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଗୋ ସମ୍ପଦ ସେବାରେ ବାଧା ସୃଷ୍ଟି ହେଉଛି । ଚାଷୀମାନେ ବ୍ୟାପକ କ୍ଷତି ହେଉଛି । ବୀମା ଭୁକ୍ତ ଗୋସମ୍ପଦ ମୃତ୍ୟୁର ବ୍ୟବଚ୍ଛେଦ ହୋଇପାରୁ ନାହିଁ, ବ୍ୟବଚ୍ଛେଦ ରିପୋର୍ଟ ନ ମିଳିବାରୁ ରାଜ୍ୟ ପ୍ରାୟୋଜିତ ଯୋଜନା ଏବଂ ଏ ମ୍ପ୍ୟୁୱାର ଯୋଜନା ଅଧୀନରେ ରିହାତି ଅର୍ଥ ପ୍ରଦାନ ସମ୍ପୂର୍ଣ ଠପ ହୋଇଯାଇଛି । ରାଜ୍ୟ ସରକାର ପ୍ରାଣୀ ଚିକିତ୍ସକଙ୍କ ଦାବିକୁ ଖୁବ ଶୀଘ୍ର ପୂରଣ କରିବା ପାଇଁ ଦାବି ହୋଇଛି । ରାଉରକେଲା ସହର ସମେତ ଆଖପାଖ ଅଞ୍ଚଳର ଅନେକ ଗାଇ ଗୋରୁ, ଛେଳି ମେଣ୍ଢା, କୁକୁଡ଼ା, ଘୁଷୁରୀ ଇତ୍ୟାଦି ପ୍ରାଣୀ ସମ୍ପଦ ମୃତ୍ୟୁ ମଧ୍ୟ ଘଟିଛି । 

ଇଟିଭି ଭାରତ,ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.