କେନ୍ଦୁଝରରୁ ଦିଲ୍ଲୀକୁ ଗଡ଼ିଲା ଟ୍ରେନ, କେନ୍ଦ୍ରକୁ ଧନ୍ୟବାଦ ଦେଲା ବିଜେପି

By ETV Bharat Odisha Team

Published : Mar 10, 2024, 8:57 PM IST

thumbnail

Bjp Press Meet In Kendujhar:କେନ୍ଦୁଝର: ଜିଲ୍ଲା ଦେଇ ଦିଲ୍ଲୀ ଗଡ଼ିଲା ଟ୍ରେନ, କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲା ବିଜେପି । କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ କେନ୍ଦୁଝର ସହରର ଶହୀଦସଦନ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କେନ୍ଦୁଝରରେ ନୂତନ ଟ୍ରେନ ଚଳାଚଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଜିଲ୍ଲାକୁ ମିଳୁଥିବା ସୁଫଳ ଉପରେ ଆଲୋଚନା କରିଥିଲେ । ଏହାସହ କେନ୍ଦୁଝରଗଡ଼ ବାଦାମପାହାଡ଼ ରେଳ ଲାଇନ, ବାଁଶପାଣି ବଡ଼ବିଲ ସଂଯୋଗୀକରଣ ବିଷୟରେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ତେବେ କେନ୍ଦ୍ର ସରକାରଙ୍କ ପ୍ରୟାସ ଯୋଗୁଁ ଜିଲ୍ଲାର ପ୍ରଗତି ହେଉଥିବାରୁ ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି । ଜିଲ୍ଲାକୁ ସରକାରୀ ହିସାବରେ ଓ ଜନଗଣନା ଆଧାରରେ ଆବଶ୍ୟକୀୟ ଭାଗ ମିଳୁ ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲା ବିଜେପି । କେନ୍ଦୁଝର ଏକ ନମ୍ବର ଜିଲ୍ଲା ହୋଇଥିବା ବେଳେ ଏଠାରେ ଆବଶ୍ୟକୀୟ ଉନ୍ନତି ପାଇଁ ରାଜ୍ୟ ରାଜକୋଷରୁ ଅର୍ଥ ଆସିବା ପରିବର୍ତ୍ତେ ସମସ୍ତ ଅର୍ଥ ଡିଏମଏଫ ଅର୍ଥରୁ ଖର୍ଚ୍ଚ କରି ସରକାର ବାଃ ବାଃ ନେଉଥିବା ଅଭିଯୋଗ କରିଛି ବିଜେପି । 

ଏହା ମଧ୍ୟ ପଢନ୍ତୁ....ଜଙ୍ଗଲ ଭିତରେ ଜଙ୍ଗଲୀ ମଣିଷଙ୍କ ଭଳି ଜୀବନ କାଟୁଛନ୍ତି ଲୋକେ, ମିଳୁନି ମୌଳିକ ସୁବିଧା
 

ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ବର୍ମା ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ସାଂସଦ ଅନନ୍ତ ନାୟକ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ପଶ୍ଚିମ ମୟୂରଭଞ୍ଜ ସାଙ୍ଗଠାନିକ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.