ETV Bharat / state

ଜଙ୍ଗଲ ଭିତରେ ଜଙ୍ଗଲୀ ମଣିଷଙ୍କ ଭଳି ଜୀବନ କାଟୁଛନ୍ତି ଲୋକେ, ମିଳୁନି ମୌଳିକ ସୁବିଧା

author img

By ETV Bharat Odisha Team

Published : Mar 10, 2024, 6:26 PM IST

People not getting basic facilities: ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଥିବା ପଲସାଦାଦରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ପ୍ରାୟ ୧୦ରୁ ଅଧିକ ପରିବାର । ମିଳୁନି ମୌଳିକ ସୁବିଧା । ଅଧିକ ପଢ଼ନ୍ତୁ

People not getting basic facilities
People not getting basic facilities

People not getting basic facilities

ବୌଦ୍ଧ: ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ବଣ ଜଙ୍ଗଲ ଅଞ୍ଚଳରେ ଜଙ୍ଗଲୀ ମଣିଷଙ୍କ ଭଳି ବଞ୍ଚୁଛନ୍ତି ୧୦ରୁ ଊର୍ଦ୍ଧ୍ବ ପରିବାର । ସେମାନଙ୍କ ନିକଟରେ ସତେ ଯେପରି ସବୁ ସରକାରୀ ଯୋଜନା ଅପହଞ୍ଚ । ଜମି ଭୂମି ହୀନ ଏହି ପ୍ରଜାଙ୍କ ନିକଟରେ ନା ଅଛି ପକ୍କାଘର, ନା ବିଦ୍ୟୁତ, ନା ପାନୀୟଜଳ ନା ଅନ୍ୟ କୌଣସି ମୌଳିକ ସୁବିଧା । ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଥିବା ପଲସାଦାଦରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ପ୍ରାୟ ୧୦ରୁ ଅଧିକ ପରିବାର ।

ଗରିବ ଅସହାୟଙ୍କ ପାଇଁ ସରକାରଙ୍କର ରହିଛି ମାଳ ମାଳ ଯୋଜନା । କିନ୍ତୁ ବଣ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜମି ଭୂମି ହୀନ ଦଶରୁ ଊର୍ଦ୍ଧ୍ବ ପରିବାର ନିକଟରେ କୌଣସି ସରକାରୀ ଯୋଜନା ପହଞ୍ଚି ପାରୁନଥିବା ଭଳି ମନେ ହେଉଛି । ସବୁ ଯୋଜନାରୁ ବଞ୍ଚିତ ଥାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଏହି ଲୋକମାନେ । ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଥିବା ଏହି ପଲସାଦାଦର ଠାରେ ବସବାସ କରନ୍ତି ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଜମି ଭୂମି ହୀନ ପରିବାର । ସରକାର ଏଭଳି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ବଳରେ ଜମିପଟ୍ଟା ପ୍ରଦାନ କରୁଥିବା ବେଳେ ଏଠାରେ ବସବାସ କରୁଥିବା ପରିବାରଙ୍କୁ ଜମି ପଟ୍ଟା କିମ୍ବା ଆବାସ ଯୋଜନାରେ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି । ଫଳରେ ଏସବୁ ପରିବାର ଜରିପାଲ ଟାଣି ଭଙ୍ଗା ଦଦରା ଘରେ ଏପରିକି ଗୁହାଳ ଭିତରେ ଗାଇଗୋରୁଙ୍କ ସହିତ ରହିବାକୁ ବାଧ୍ୟ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚିନଥିବାରୁ ସନ୍ଧ୍ୟା ହେଲେ ଏଠାରେ ହାତୀ, ଭାଲୁ ଭଳି ବନ୍ୟଜନ୍ତୁଙ୍କ ଭୟ ଲାଗି ରହୁଛି । ସବୁଠାରୁ ଦୁଃଖଦ କଥା ହେଲା, ଏଠାରେ ବସବାସ କରୁଥିବା ପରିବାରଙ୍କ ପାଇଁ ପାନୀୟ ଜଳ କଷ୍ଟ ସଦାସର୍ବଦା ଲାଗି ରହୁଛି । ସ୍ଥାନୀୟ ଅଧିବାସୀ ପ୍ରାୟ ୪ କିଲୋମିଟର ଦୂରରେ ଏକ ପାହାଡିଆ ନାଳରେ ଚୁଆ ଖୋଳି ପାନୀୟଜଳ ସଂଗ୍ରହ କରିବାକୁ ପଡୁଛି । ତେବେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.