ସଭାମଞ୍ଚ ଛାଡି ଲୋକଙ୍କ ପାଖକୁ ଯାଇ ଭୋଟ ମାଗିଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ - BJD MP Candidate Pranab Prakash Das

By ETV Bharat Odisha Team

Published : Apr 18, 2024, 9:47 PM IST

thumbnail

Pranab Prakash Das Campaign: ଅନୁଗୋଳ: ଆସୁଛି ନିର୍ବାଚନ, ଜୋର୍ ସୋରରେ ଚାଲିଛି ପ୍ରାର୍ଥୀମାନଙ୍କ ପ୍ରଚାର । ଲୋକଙ୍କ ନିକଟକୁ ଭୋଟଭିକ୍ଷା ପାଇଁ ଚାଲିଛି ସଭା ସମିତି । ଏହି କ୍ରମରେ ଆଜି କୌଣସି ମଞ୍ଚରୁ ନୁହେଁ ବରଂ ଲୋକଙ୍କ ଗହଣରେ ଯାଇ ଭୋଟ ଭିକ୍ଷା ମାଗିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ପାଇଁ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଆଜି ସମ୍ବଲପୁର ଲୋକସଭା କ୍ଷେତ୍ରର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତୁଳିଆ ଠାରେ ୧ନମ୍ବର ଜୋନରେ ବିଜେଡିର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ । ପ୍ରଣବ ପହଞ୍ଚିବା ମାତ୍ରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ସମର୍ଥକ ତାଙ୍କୁ ପଦଯାତ୍ରା କରି ପାଛୋଟି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ... ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ ! - Actress Varsha Priyadarshini

ଏଠାରେ ସେ ମଞ୍ଚ ଉପରେ ବିଶେଷ କିଛି କହିନଥିଲେ ମଧ୍ୟ ମଞ୍ଚ ତଳକୁ ଯାଇ କର୍ମୀ ଓ ସମର୍ଥକଙ୍କ ସହ ଜଣ ଜଣ କରି ମିଶିଥିଲେ । ସମସ୍ତଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ ନେତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପଞ୍ଚାୟତରୁ ବିଜେପି ଓ କଂଗ୍ରେସ ଛାଡି ୩ ଶହରୁ ଅଧିକ କର୍ମୀ ବିଜେଡିରେ ମିଶିଥିଲେ ।    

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.