ETV Bharat / politics

ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ ! - actress Varsha Priyadarshini

author img

By ETV Bharat Odisha Team

Published : Apr 18, 2024, 1:04 PM IST

Updated : Apr 18, 2024, 3:44 PM IST

ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ !
ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ !

Varsha Priyadarshini joins BJD: ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ନିକଟରେ ଇସ୍ତଫା ଦେଇଥିଲେ ଅନୁଭବ ମହାନ୍ତି । ଅଧିକ ପଢନ୍ତୁ

ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ !

ଭୁବନେଶ୍ବର: ଶଙ୍ଖ ଧରିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ଆଜି ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ସ୍ବାମୀ ଅନୁଭବଙ୍କ ସହ ଦାମ୍ପତ୍ୟ ବିବାଦ ପାଇଁ ଚର୍ଚ୍ଚାରେ ଥିଲେ ବର୍ଷା । କୋର୍ଟ ଉଭୟଙ୍କ ଛାଡପତ୍ରକୁ ଗ୍ରୀନ ସିଗନାଲ ଦେଇସାରିଥିଲେ ସୁଦ୍ଧା ଆଇନଗତ ପ୍ରକ୍ରିୟା ଶେଷ ହୋଇନି । ବିଜେଡି ଟିକେଟରେ ଥରେ ରାଜ୍ୟସଭା ଓ ଥରେ ଲୋକସଭା ସାଂସଦ ହୋଇଥିବା ଅନୁଭବ ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ ଅନୁଭବଙ୍କ ଟିକେଟ ବିଜେପି ସ୍ପଷ୍ଟ କରିନଥିବା ବେଳେ ଏବେ ବର୍ଷା ବିଜେଡିରେ ମିଶିବା ପରେ ସେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ !
ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ !

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ବର୍ଷାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ବିଜେଡିରେ ସାମିଲ ହେବା ପରେ ବର୍ଷା କହିଛନ୍ତି, ‘‘ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ । ଏ କଥା ସମସ୍ତେ ଜାଣିଛନ୍ତି । ମୁଁ ଯେବେ ବି ବିଜେଡି ପାଇଁ ପ୍ରଚାର କରିବାକୁ ଯାଇଛି, ତାହା କେବଳ ମୁଖ୍ୟମନ୍ତ୍ରୀଙ୍କୁ ନଜରରେ ରଖି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ଫିଲ୍ମ ‘ନିମକୀ’ ମଧ୍ୟ ଡେଡିକେଟ କରିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଓ ବ୍ୟକ୍ତିତ୍ୱ ମୋତେ ବହୁତ ଭଲ ଲାଗେ । ସାର ସବୁବେଳେ ମୋତେ ଅନୁପ୍ରାଣିତ କରିଛନ୍ତି । ସେ ବହୁତ ସରଳ ଲୋକ । ମୁଁ ଯେବେଠାରୁ ସାରଙ୍କୁ ଜାଣିଛି, ସେବେଠୁ ତାଙ୍କ ଫ୍ୟାନ ମୁଁ । ସାର କଥା କମ କୁହନ୍ତି କାମ ଅଧିକା କରନ୍ତି । ମୁଖ୍ୟମନ୍ତ୍ରୀଙ୍କର ଓଡିଶା ପ୍ରତି ବହୁତ ଅବଦାନ ରହିଛି । ସେ ଜଣେ ଅପ୍ରତିଦ୍ବନ୍ଦ୍ବୀ ନେତା । ବହୁତ ସାଧା ସିଧା ମଣିଷ । ସେ କାହା ବିରୋଧରେ କିଛି କୁହନ୍ତି ନାହିଁ । ସ୍ୱଚ୍ଛ ଓ ହୃଦୟବନ ମଣିଷ ।’’

ଏହା ମଧ୍ୟ ପଢନ୍ତୁ :- IAS ଟପ୍ପର ଆଦିତ୍ୟଙ୍କ କାହାଣୀ; ବାପାଙ୍କୁ ଫୋନ କରି କହିଲେ 'ଆଶାଠାରୁ ଅଧିକ ମିଳିଲା' - UPSC TOPPER ADITYA

କାର୍ଯ୍ୟକ୍ରମ ଅବସରରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ‘‘ଆଜି ଏକ ଖୁସିର ଦିନ । ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା ଓ ଜଣେ ସମାଜସେବୀ । ନାରୀ ସଶକ୍ତିକରଣ କ୍ଷେତ୍ରରେ ବି ତାଙ୍କ ଯୋଗଦାନ ଉଲ୍ଲେଖନୀୟ । ‘ନିମକି’ ଫିଲ୍ମରେ ବର୍ଷା ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା । ଋତୁଶ୍ରାବ ନେଇ ମହିଳାଙ୍କ ଜୀବନ ସୁଧାରିବା, ଭିନ୍ନକ୍ଷମଙ୍କ ସେବା, ମହାମାରୀ ସମୟରେ ମହିଳାଙ୍କ ଜୀବନ ଜୀବିକା ସୁଦୃଢ କରିଛନ୍ତି । ତେଣୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଓ କାମ କରିଛନ୍ତି, ତାହା ଉଲ୍ଲେଖନୀୟ । ପାଠାଗାର ମୁଭମେଣ୍ଟ କରି ଶିକ୍ଷାର ବିକାଶ କରିବା ପାଇଁ ତାଙ୍କ ଉଦ୍ୟମ ଯୁବପିଢ଼ି ପାଇଁ ଆଦର୍ଶ । ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତୀକରଣ, ବିକଶିତ ଓଡିଶାର ଯାତ୍ରା ବର୍ଷାଙ୍କ ଯୋଗଦାନ ଦ୍ୱାରା ସଫଳ ହେବ ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 18, 2024, 3:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.