ଖୋର୍ଦ୍ଧାରେ ୭୫ତମ ସାଧାରଣତନ୍ତ୍ର ଦିବସ, ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ

By ETV Bharat Odisha Team

Published : Jan 26, 2024, 5:39 PM IST

thumbnail

Republic Day Celebration:ଖୋର୍ଦ୍ଧା: ୭୫ତମ ଗଣତନ୍ତ୍ର ଦିବସ ପାଇଁ ଉତ୍ସବମୁଖର ଦେଶ । ଗାଁଠୁ ସହର ସବୁଠି ଖୁସିରଲହରୀ ଦେଖିବାକୁ ମିଳିଛି । ଏହିରି ଭିତରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜେବି ହାଇସ୍କୁଲ ପଡିଆରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଏଥିରେ ଆଇଟିବିପି ଯବାନଙ୍କ ସମେତ ୪୮ ସ୍କୁଲ କଲେଜର ଏନସିସି, ସ୍କାଉଟ ଗାଇଡ୍ସ ଏବଂ ସିଭିଲିଆନ ଯୋଗଦେଇଥିଲେ । ଜିଲ୍ଲା ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, ଜଳ ଓ ପରିମଳ ବିଭାଗ ପ୍ରଜ୍ଞାପନ ମେଢ ସାମିଲ ହୋଇଥିବାବେଳେ ଛାତ୍ରୀଛାତ୍ର ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଏଥିସହିତ ସରକାରୀ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଜୀବନ୍ତ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ସମେତ ଉପସ୍ଥିତ ରହିଥିଲେ  । 

ଏହା ମଧ୍ୟ ପଢନ୍ତୁ ......ସାଧାରଣତନ୍ତ୍ର ଦିବସ, କର୍ତ୍ତବ୍ୟ ପଥରେ କମାଲ ଦେଖାଇଲେ ନାରୀଶକ୍ତି

ସେହିପରି ଇଷ୍ଟକୋଷ୍ଟ ରେଲବାଇ ଖୋର୍ଦ୍ଧା ରୋଡ ଡିଭିଜନ ତରଫରୁ ସ୍ଥାନୀୟ ରେଳବାଇ ଲୋକୋ କଲୋନୀ ଫୁଟବଲ ଗ୍ରାଉଣ୍ଡ ଠାରେ ଗଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏଇଥିରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ରୋଡ DRM ହରବିନ୍ଦ୍ରର ସିଂ ବାୱା ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡ଼ରେ ପୁରୁଷ ଓ ମହିଳା ଆରପିଏଫ, ସିଭିଲ ଡିଫେନ୍ସ, ସ୍କାଉଟ୍ସ ଆଣ୍ଡ ଗାଇଡ଼୍ସ ସହ ପ୍ରଥମ ଥର ପାଇଁ ପି.ଏମ.ଶ୍ରୀକେନ୍ଦ୍ରୀୟ ବିଦ୍ୟାଳୟ ଖୋର୍ଦ୍ଧା ରୋଡର ଛାତ୍ରଛାତ୍ରୀ ଓ ପୋଲିସ କ୍ୟାଡ଼େଡରମାନେ ସାମିଲ ହେଇଥିଲେ । 

ସେହିପରି ଖୋର୍ଦ୍ଧା ଗଡ଼ରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିଷ୍ଟ ଭାଷା ତତ୍ୱବିତ ପଦ୍ମଶ୍ରୀ ଦେବି ପ୍ରସନ୍ନ ପଟ୍ଟନାୟକ ପତକାତ୍ତୋଳନ କରିଛନ୍ତି । ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟକ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଓ ସମ୍ପାଦକ ଆଇନୀଜୀବୀ ନରେନ୍ଦ୍ର ପୃଷ୍ଟିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।  

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.