ETV Bharat / bharat

ସାଧାରଣତନ୍ତ୍ର ଦିବସ, କର୍ତ୍ତବ୍ୟ ପଥରେ କମାଲ ଦେଖାଇଲେ ନାରୀଶକ୍ତି

author img

By ETV Bharat Odisha Team

Published : Jan 26, 2024, 3:58 PM IST

Tri-Service
Tri-Service

Tri-Service Contingent March at Kartavya Path: କର୍ତ୍ତବ୍ୟ ପଥରେ କମାଲ ଦେଖାଇଲେ ନାରୀଶକ୍ତି । CRPF, SSB ଏବଂ BSF ମହିଳା ସୈନ୍ୟ ଦେଖାଇଲେ ଜଲଓ୍ବା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 75ତମ ଗଣତନ୍ତ୍ର ଦିବସ ପାଳନ କରୁଛି ଦେଶ । ପ୍ରଥମଥର ପାଇଁ ଦେଶର କର୍ତ୍ତବ୍ୟ ପଥରେ ନାରୀଶକ୍ତିର ଅଦ୍ଭୁତ ଏବଂ ଅଦମ୍ୟ ପରାକ୍ରମ କୌଶଳ ପ୍ରଦର୍ଶିତ ହୋଇଛି । ଭବ୍ୟ ପରେଡରେ ମହିଳାଙ୍କ ସାହାସିକତା ଦେଖିବା ପରେ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି । ସର୍ବପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏଥିରେ ଫ୍ରାନ୍ସ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମଥର ପାଇଁ ଗଣତନ୍ତ୍ର ଦିବସରେ ନାରୀଶକ୍ତିର ଝଲକ ଦେଖିଲା ଭାରତ ।

  • #WATCH | Indian Navy tableau highlights the themes of 'Nari Shakti and 'Atmanirbharta', also shows the aircraft carrier INS Vikrant and Navy ships Delhi, Kolkata and Shivalik and Kalavari Class Submarine pic.twitter.com/XDQqQjQb17

    — ANI (@ANI) January 26, 2024 " class="align-text-top noRightClick twitterSection" data=" ">

ନୀରିଶକ୍ତିର ଥିମ ସହିତ ଆୟୋଜିତ କାର୍ଯ୍ୟକ୍ରମରେ MI-17 IVର ଚାରୋଟି ହେଲିକପ୍ଟର ପ୍ରଥମେ କର୍ତ୍ତବ୍ୟ ପଥରେ ଉପସ୍ଥିତ ଅତିଥିଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ । ଅନେକ ରାଜ୍ୟର ପରେଡ ଦେଶର ସଂସ୍କୃତିକୁ ଉଦଜିବୀତ କରିଛି । 100ରୁ ଅଧିକ ମହିଳା ବ୍ୟାଣ୍ଡ ପରେଡ କରିଥିଲେ । ତେବେ ପରେଡ ସମୟରେ ନାରୀଶକ୍ତି ଦେଶକୁ ଗର୍ବିତ କରିବାର ସୁଯୋଗ ଦେଇଥିଲା । ମହିଳାମାନଙ୍କର ସଙ୍ଗୀତ, ଶଙ୍ଖବାଦନ, ନଗଡା ଆଦି ସଙ୍ଗୀତ ସହିତ ଆରମ୍ଭ ହୋଇଥିଲା ପରେଡ । ଅନ୍ୟପଟେ ମୋଟର ସାଇକେଲରେ ଦୁଃସାହାସିକ କାର୍ଯ୍ୟ କରି ସାହାସିକତା ପ୍ରଦର୍ଶନ କରିଥିଲେ ମହିଳା । CRPF, SSB ଏବଂ BSF ମହିଳା ସୈନ୍ୟମାନେ ଦୁଃସାହାସିକ ଷ୍ଟଣ୍ଟ କରିଥିଲେ । କେନ୍ଦ୍ରୀୟ ସଶସ୍ତ୍ର ପୋଲିସର ମହିଳା କର୍ମଚାରୀମାନେ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ସାରେ ଯାହାଁସେ ଆଚ୍ଛା ଧୁନରେ କମ୍ପିଲା କର୍ତ୍ତବ୍ୟପଥ ।

ଏହା ମଧ୍ୟ ପଢନ୍ତୁ : କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଓଡିଶାର ପ୍ରଜ୍ଞାପନ ମେଢ, ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ପ୍ରଥମ ଥର ପାଇଁ ସଶସ୍ତ୍ର ବାହିନୀର ମେଡିକାଲ ସର୍ଭିସେସର ଏକ ମହିଳା କଣ୍ଟିଜେଣ୍ଟ୍ କର୍ତ୍ତବ୍ୟପଥରେ ଡ୍ୟୁଟି କରିଥିଲେ । ମେଜର ସୃଷ୍ଟି ଖୁଲ୍ଲର ଏହାର ନେତୃତ୍ୱ ନେଇଥିଲେ । ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପରେଡରେ ମହିଳାମାନଙ୍କର ଏକ ତ୍ରି-ସେବା କଣ୍ଟିଜେଣ୍ଟ ଦେଖିବାକୁ ମିଳିଥିଲା । ସାମରିକ ପୋଲିସର କ୍ୟାପଟେନ ସନ୍ଧ୍ୟା ଏହାର ନେତୃତ୍ୱ ନେଇଥିଲେ । ଏଥିରେ ଆଗ୍ନିବୀର ଏବଂ ସେନା ସଦସ୍ୟଙ୍କୁ ସାମିଲ କରାଯାଇଥିଲା । 148ଜଣ ମହିଳା ସୈନିକ ଶକ୍ତି ପ୍ରଦର୍ଶନ କରିଥିଲେ ।

ଅନ୍ୟପଟେ ବିଏସ୍ଏଫ୍ ମହିଳା ବ୍ରାସ ବ୍ୟାଣ୍ଡ ମଧ୍ୟ ପ୍ରଥମ ଥର ଡ୍ୟୁଟିରେ ଭାଗ ନେଇଥିଲା। ସେନାର ମହିଳା କଣ୍ଟିଜେଣ୍ଟ୍ 'ନାରୀ ଶକ୍ତି' ପ୍ରଦର୍ଶନ କରିଥିଲେ । ଏହାର ନେତୃତ୍ୱ ନେଇଥିଲେ ସୁବେଦାର ଇନ୍ସପେକ୍ଟର ଶ୍ୱେତା ସିଂ । ଏହି ସମୟରେ ଭାରତ କେ ଯବାନ ଗୀତରେ ଗୁଞ୍ଜରିତ ହୋଇଥିବା ଗଗନ ପବନ । ଭାରତୀୟ ନୌସେନା ଦ୍ବାରା ପ୍ରଦର୍ଶିତ କରାଯାଇଥିବା ମେଢରେ ଥିମ୍ ରହିଥିଲା ନାରୀ ଶକ୍ତି ଏବଂ ଆତ୍ମନିର୍ଭର ଭାରତ । ଆଇଏନଏସ ବିକ୍ରାନ୍ତ, ନୌସେନା ଜାହାଜ ଦିଲ୍ଲୀ, କୋଲକାତା ଏବଂ ଶିବାଲିକ୍ ଏବଂ କାଲାଭାରୀ କ୍ଲାସ୍ ସବମେରାଇନକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.