ଗଞ୍ଜାମରେ ୭୫ତମ ସାଧାରଣତନ୍ତ୍ର ଦିବସ, ଯୋଗଦେଲେ ଆଇନମନ୍ତ୍ରୀ

By ETV Bharat Odisha Team

Published : Jan 26, 2024, 5:51 PM IST

thumbnail

Republic Day Celebration:ବ୍ରହ୍ମପୁର: ଗଞ୍ଜାମରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସଦର ମହକୁମା ଛତ୍ରପୁର ସ୍ଥିତ ପୋଲିସ ପରେଡ୍ ଗ୍ରାଉଣ୍ଡ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥିଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳୀତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଆୟୋଜିତ ପରେଡରେ ପୋଲିସ , ହୋମଗାର୍ଡ ଠାରୁ ଆରମ୍ଭ କରି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍ସ ଓ ଗାଇଡ୍ସର ବିଭିନ୍ନ ଟ୍ରୁପ ଏଥିରେ ସାମିଲ ହୋଇ ମିଳିତ ପରେଡରେ ପ୍ରଦର୍ଶନ କରିଥିଲେ । ଏହାପରେ ତିନୋଟି ଟ୍ରୁପ ପକ୍ଷରୁ ଡ୍ରିଲ ପ୍ରଦର୍ଶନ କରାଯାଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.