ETV Bharat / bharat

ଗଣତନ୍ତ୍ର ଦିବସ ୨୦୨୪; କର୍ତ୍ତବ୍ୟ ପଥରେ ଲୋକ ନୃତ୍ୟ ପରିବେଷଣ କଲେ ୧୫୦୦ ନୃତ୍ୟଶିଳ୍ପୀ

author img

By ETV Bharat Odisha Team

Published : Jan 26, 2024, 4:51 PM IST

Updated : Jan 26, 2024, 5:42 PM IST

1500 dancers performed folk dances at Kartavya Path: ଆଜି ଭାରତ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ କର୍ତ୍ତବ୍ୟ ପଥରେ ଲୋକ ନୃତ୍ୟ ପରିବେଷଣ କରିଛନ୍ତି ୧୫୦୦ ନୃତ୍ୟଶିଳ୍ପୀ । ଅଧିକ ପଢନ୍ତୁ

dancers performed folk dances at Kartavya Path
dancers performed folk dances at Kartavya Path

କର୍ତ୍ତବ୍ୟ ପଥରେ ଲୋକ ନୃତ୍ୟ ପରିବେଷଣ କଲେ ୧୫୦୦ ନୃତ୍ୟଶିଳ୍ପୀ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନୀରେ ଜୀବନ୍ତ ହୋଇଉଠିଛି କର୍ତ୍ତବ୍ୟପଥ । ଦେଶରେ 'ବିବିଧତା ମଧ୍ୟରେ ଏକତା'ର ଦୃଢ ବାର୍ତ୍ତାକୁ ନେଇ ନିଜ ନୃତ୍ୟ ମାଧ୍ୟମରେ ବାଣ୍ଟିଛନ୍ତି ୧୫୦୦ ନୃତ୍ୟଶିଳ୍ପୀ । ନୃତ୍ୟଶିଳ୍ପୀଙ୍କ ଦମଦାର ନୃତ୍ୟରେ ଆତ୍ମବିଭୋର ହୋଇଉଠିଛନ୍ତି ଦର୍ଶକ ।

ଦେଶର ସମସ୍ତ ରାଜ୍ୟର ନିଜସ୍ବ ଲୋକ ନୃତ୍ୟ ରହିଛି । ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟ ପଥରେ ପ୍ରାୟ ୩୦ଟି ଲୋକ ନୃତ୍ୟ ପ୍ରଦର୍ଶିତ ହୋଇଛି । ୧୨୦ ଜଣ ନୃତ୍ୟଶିଳ୍ପୀ ଆଦିବାସୀ ସଂସ୍କୃତି ସହ ଜଡିତ ନୃତ୍ୟ ପ୍ରଦର୍ଶିତ କରିଥିବା ବେଳେ ଆଉ ୧୨୦ ଜଣ ନୃତ୍ୟଶିଳ୍ପୀ ଗୁଜୁରାଟ, ମଣିପୁର, କେରଳ ଓ ମହାରାଷ୍ଟ୍ର ଭଳି ରାଜ୍ୟର ପାରମ୍ପରିକ କଳାତ୍ମକ ବସ୍ତୁ ସହିତ ନୃତ୍ୟ ପରିବେଷଣ କରିଛନ୍ତି । ଭାରତର ସମୃଦ୍ଧ କଳା, ସଂସ୍କୃତିକୁ ଦର୍ଶକମାନେ ମନ ଭରି ଉପଭୋଗ କରିଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନେକ ବିଦେଶୀ ପର୍ଯ୍ୟଟକ ଏହି ସାଂସ୍କୃତିକ ପରିବେଷଣକୁ ଉପଭୋଗ କରିଥିଲେ ।

ଏହା ବି ପଢନ୍ତୁ- ସାଧାରଣତନ୍ତ୍ର ଦିବସ, କର୍ତ୍ତବ୍ୟ ପଥରେ କମାଲ ଦେଖାଇଲେ ନାରୀଶକ୍ତି

ଆଜି ଭାରତର ବୀରତ୍ବ, ପରାକ୍ରମ ଦେଖିଛି ସାରା ବିଶ୍ବ । ସାମରିକ ଶକ୍ତିଠୁ ଆରମ୍ଭ କରି ଭାରତର ସମୃଦ୍ଧ କଳା ସଂସ୍କୃତି ଜାତୀୟ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି । ତେବେ କର୍ତ୍ତବ୍ୟ ପଥରେ ୯୦ ମିନିଟ ଧରି ପ୍ରଦର୍ଶିତ ହୋଇଥିବା ପରେଡରେ ବିକଶିତ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ଆତ୍ମନିର୍ଭର ଭାରତର ସାମରିକ ଶକ୍ତି, ନାରୀ ଶକ୍ତି ମୁଖ୍ୟ ଆକର୍ଷଣ ରହିଥିଲା । ଗଣତନ୍ତ୍ର ଦିବସ ଲାଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହାର ସାକ୍ଷୀ ପାଲଟିଥିଲେ । ବିଭିନ୍ନ ରାଜ୍ୟର ସଂସ୍କୃତି, ଜୀବନ ଶୈଳୀ ବଖାଣୁଥିବା ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିବା ବେଳେ ଏହାକୁ ଉପସ୍ଥିତ ଦର୍ଶକ ବେଶ ଉପଭୋଗ କରିଥିଲେ ।

ଏହା ବି ପଢନ୍ତୁ- କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଲା ଓଡିଶାର ପ୍ରଜ୍ଞାପନ ମେଢ, ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ଏହା ବି ପଢନ୍ତୁ- ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ସୂଚନା ଥାଉ କି ଆଜି ସକାଳ 9ଟା 30ରେ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କୁ ପ୍ରତିରକ୍ଷାମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ସ୍ବାଗତ କରିଥିଲେ । ଏହାପରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୋଦି । କିଛି ସମୟ ପରେ ରାଷ୍ଟ୍ରପତି ମୁର୍ମୁ ଓ ଫ୍ରାନ୍ସ ରାଷ୍ଟ୍ରପତି କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ଉଭୟଙ୍କୁ ସ୍ବାଗତ କରିଥିଲେ । 21 ତୋପ ସଲାମି ଦିଆଯିବା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 26, 2024, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.