ETV Bharat / bharat

ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

author img

By ETV Bharat Odisha Team

Published : Jan 26, 2024, 12:14 PM IST

Updated : Jan 26, 2024, 12:33 PM IST

Republic Day 2024: କର୍ତ୍ତବ୍ୟପଥରେ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ଉପସ୍ଥିତ ରହିଲେ ମୁଖ୍ୟ ଅତିଥି ଇମାନୁଏଲ ମାକ୍ରୋନ । ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସ
Republic Day 2024

ନୂଆଦିଲ୍ଲୀ: ଦେଶ ପାଳୁଛି 75 ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଦେଶର କୋଣ ଅନୁକୋଣରେ ଶୁଭୁଛି ଜାତୀୟ ସଙ୍ଗୀତର ସ୍ବର । ଆକାଶରେ ଫର ଫର ହୋଇ ଉଡୁଛି ଜାତୀୟ ପତାକା । ଡ୍ରମ ବାଜାରେ କମ୍ପୁଛି ଦିଲ୍ଲୀର କର୍ତ୍ତବ୍ୟପଥ । ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗଣତନ୍ତ୍ର ଦିବସରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ସାମରୋହରେ ସାମିଲ ହୋଇଛନ୍ତି । ପତାକା ଉତ୍ତୋଳନ ପରେ ପରେଡ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି ।

ସକାଳ 9ଟା 30 ସମୟରେ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କୁ ପ୍ରତିରକ୍ଷାମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ସ୍ବାଗତ କରିଥିଲେ । ଏହାପରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୋଦି । କିଛି ସମୟ ପରେ ରାଷ୍ଟ୍ରପତି ମୁର୍ମୁ ଓ ଫ୍ରାନ୍ସ ରାଷ୍ଟ୍ରପତି କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ଉଭୟଙ୍କୁ ସ୍ବାଗତ କରିଥିଲେ । 21 ତୋପ ସଲାମି ଦିଆଯିବା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ।

ପ୍ରଥମ ଥର ପାଇଁ ପ୍ୟାରେଡରେ 100ରୁ ଅଧିକ ମହିଳା କଳାକାର ଭାରତୀୟ ବାଦ୍ୟଯନ୍ତ୍ର ବଜାଇଥିଲେ । ଏହି କଳାକାରମାନଙ୍କ ଦ୍ୱାରା ସଂଗୀତ, ଢୋଲ, କୀର୍ତ୍ତନ ବଜାଇ ଇତ୍ୟାଦି ବଜାଇ କର୍ତ୍ତବ୍ୟପଥରେ ପରେଡ କରିଥିଲେ । ପରେ ଆକାଶରେ ଚାରୋଟି Mi -17 IV ହେଲିକପ୍ଟର ଉଡାଣ କରିଥିଲା । ଏହାର ନେତୃତ୍ବ ନେଇଥିଲେ ଉଇଙ୍ଗ କମାଣ୍ଡର ଆକାଶ ବିନାୟକ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଗଣତନ୍ତ୍ର ଦିବସରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ମାକ୍ରୋନ

ପରେଡରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିଲେ ଭାରତୀୟ ଯବାନ । ଫ୍ରାନ୍ସରୁ ଆସିଥିବା ରେଜିମେଣ୍ଟ ପରେଡ୍‌ରେ ଭାଗ ନେଇଥିଲେ । କର୍ତ୍ତବ୍ୟ ପଥରେ T-90 ଭୀଷ୍ମ ଟ୍ୟାଙ୍କ, ନାଗ୍‌ ମିଜାଇ, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସି ପ୍ରଦର୍ଶିତ ହୋଇଛି । ପ୍ରଥମ ଥର ପାଇଁ ପରେଡରେ ବିଏସଏଫ ମହିଳା ବ୍ରାସବ୍ୟାଣ୍ଡ ସାମିଲ ହୋଇଛି । ସେହିପରି ତିନି ସେନାର ମହିଳା ଅଫିସରେ କର୍ତ୍ତବ୍ୟ ପଥରେ ନିଜର ବୀରତ୍ବ ଦେଖାଇଛନ୍ତି ।

ପରେଡରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିଲେ ଭାରତୀୟ ଯବାନ । ଫ୍ରାନ୍ସରୁ ଆସିଥିବା ରେଜିମେଣ୍ଟ ପରେଡ୍‌ରେ ଭାଗ ନେଇଥିଲେ । କର୍ତ୍ତବ୍ୟ ପଥରେ T-90 ଭୀଷ୍ମ ଟ୍ୟାଙ୍କ, ନାଗ୍‌ ମିଜାଇ, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସି ପ୍ରଦର୍ଶିତ ହୋଇଛି । ପ୍ରଥମ ଥର ପାଇଁ ପରେଡରେ ବିଏସଏଫ ମହିଳା ବ୍ରାସବ୍ୟାଣ୍ଡ ସାମିଲ ହୋଇଛି । ସେହିପରି ତିନି ସେନାର ମହିଳା ଅଫିସରେ କର୍ତ୍ତବ୍ୟ ପଥରେ ନିଜର ବୀରତ୍ବ ଦେଖାଇଛନ୍ତି ।

ପରେଡରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିଲା । ଯାହାର କର୍ତ୍ତବ୍ୟ ପଥର ଶୋଭାକୁ ଦ୍ବିଗୁଣିତ କରିଥିଲା । ଏହାର ଥିମ୍ ବିକଶିତ ଭାରତରେ ନାରୀ ସଶକ୍ତୀକରଣ ରହିଛି । ଓଡିଶା ସମେତ ହରିୟାଣା, ଛତିଶଗଡ଼ ଓ ଅରୁଣାଚଳ ପ୍ରଦେଶର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଥିଲା ।

Last Updated : Jan 26, 2024, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.