ETV Bharat / bharat

ଗଣତନ୍ତ୍ର ଦିବସରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ମାକ୍ରୋନ

author img

By ETV Bharat Odisha Team

Published : Jan 26, 2024, 11:58 AM IST

President Emmanuel Macron Announcement: 2030 ସୁଦ୍ଧା ଫ୍ରାନ୍ସରେ ପାଠ ପଢିବେ 30 ହଜାର ଭାରତୀୟ ଛାତ୍ରଛାତ୍ରୀ । ଗଣତନ୍ତ୍ର ଦିବସରେ ଘୋଷଣା କରିଲେ ଫ୍ରାନ୍ସ ରାଷ୍ଟ୍ରପତି ।

Emmanuel Macron
Emmanuel Macron

ନୂଆଦିଲ୍ଲୀ: ପାଳିତ ହେଲା 75 ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଗତାକାଲି(ଗୁରୁବାର) ମୋଦିଙ୍କ ସହିତ ଏକ ରୋଡ ଶୋ କରିବା ପରେ ଆଜି ଏକ ବଡ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ ଶିକ୍ଷାଗତ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏକ ପଦକ୍ଷେପ ନେଇଛନ୍ତି ମାକ୍ରୋନ । 2030 ସୁଦ୍ଧା 30 ହଜାର ଛାତ୍ରଛାତ୍ରୀ ଫ୍ରାନ୍ସ ବିଶ୍ବ ବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ପାଇବେ ବୋଲି ଘୋଷଣା ସେ ଘୋଷଣା କରନ୍ତି । ଗଣତନ୍ତ୍ର ଦିବସରେ ଯୋଗ ଦେବା ପୂର୍ବରୁ ସକାଳୁ ଏକ ଟ୍ବିଟ କରି ଘୋଷଣା କରିଛନ୍ତି ଇମାନୁଏଲ । ଭାରତ ସହିତ ଫ୍ରାନ୍ସର ସମ୍ପର୍କକୁ ମଜଭୁତ କରିବା ପାଇଁ ଏହି ଯୋଜନା ମହତ୍ତ୍ବପୂର୍ଣ୍ଣ ପ୍ରୟାସର ଏକ ଅଂଶ ଅଟେ । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଭାରତ ଏକ କି ପଏଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି ମାକ୍ରୋନ ।

  • 30,000 Indian students in France in 2030.

    It’s a very ambitious target, but I am determined to make it happen.

    Here’s how: pic.twitter.com/QDpOl4ujWb

    — Emmanuel Macron (@EmmanuelMacron) January 26, 2024 " class="align-text-top noRightClick twitterSection" data=" ">

ସେ ଟ୍ବିଟ କରି କହିଛନ୍ତି, "ଆମେ ଫ୍ରେଞ୍ଚ ଶିଖିବା ପାଇଁ ନୂଆ କେନ୍ଦ୍ର ସହିତ ଆଲାଇନ୍ସ ଫ୍ରାଞ୍ଚାଇଜ୍ ନେଟୱାର୍କ ବିକାଶ କରୁଛୁ । ଆମେ ଅନ୍ତର୍ଜାତୀୟ ଶ୍ରେଣୀ ସୃଷ୍ଟି କରୁଛୁ, ଯାହା ଦ୍ବାରା ଆମ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ । ଏଠାରେ ଫ୍ରେଞ୍ଚ ଭାଷା କହିବା ବାଧ୍ୟ ହେବ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ଜୟପୁରରେ ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ, ଉଭୟ କଲେ ରୋଡ ସୋ’

ଭାରତୀୟ ଛାତ୍ରଛାତ୍ରୀଙ୍କୁ ସହଜ ହେବ ଭିସା ପ୍ରକ୍ରିୟା: ଫ୍ରାନ୍ସ ରାଷ୍ଟ୍ରପତି ଏନେଇ ମଧ୍ୟ ଘୋଷଣା କରି କହିଛନ୍ତି, "ଫ୍ରାନ୍ସରେ ପଢିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ପ୍ରକ୍ରିୟା ସହଜ କରାଯିବ । ଯାହା ଦ୍ବାରା ସେମାନଙ୍କୁ ପୁନଃ ଭାରତ ଫେରିବାକୁ ମଧ୍ୟ ସହଜ ହେବ । 2025 ସୁଦ୍ଧା 20 ହଜାର ଛାତ୍ରଛାତ୍ରୀଙ୍କୁ ଫ୍ରାନ୍ସରେ ପାଠ ପଢିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆକର୍ଷିତ କରିବା ପାଇଁ ଏହି ଘୋଷଣା କରାଯାଇଥିଲା । ବର୍ତ୍ତମାନ 2030କୁ ଲକ୍ଷ୍ୟ ରଖି ଘୋଷଣା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ।

ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବରୁ ପଦକ୍ଷେପ ନେଇଛନ୍ତି ସରକାର : ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଫ୍ରାନ୍ସରେ ଅଧ୍ୟୟନ କରିବା ପାଇଁ ଫ୍ରାନ୍ସ ସରକାର ପୂର୍ବରୁ ଅନେକ ପଦକ୍ଷେପ ଆପଣାଇଛନ୍ତି । ଏନେଇ 2018 ମସିହାରେ କ୍ୟାମ୍ପନ୍ସ, ଫ୍ରାନ୍ସ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯାହା ଫ୍ରାନ୍ସରେ ପାଠ ପଢିବାକୁ ଉଚ୍ଛୁକ ଥିବା ଛାତ୍ରଛାତ୍ରୀମାନଙ୍କୁ ସହାୟତା ଏବଂ ସୂଚନା ପ୍ରଦାନ କରିଥାଏ । ପ୍ରକାଶଥାଉକି, ଏହାର ଶୁଭାରମ୍ଭ ପରଠାରୁ ଫ୍ରାନ୍ସରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା 20 ପ୍ରତିଶତ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.