ପେନସନ ଟଙ୍କା ପାଇଁ ପୁଅ ଓ ନାତିଙ୍କ କଳି, ସହି ନପାରି ଜୀବନ ହାରିଲେ ବୃଦ୍ଧ - Elderly Man Dies By Suicide

By ETV Bharat Odisha Team

Published : Apr 7, 2024, 7:18 PM IST

thumbnail

Dhenkanal Elderly Man Suicide ଢେଙ୍କାନାଳ: ପାରିବାରିକ କଳହର କରୁଣ ପରିଣତି । ପେନସନ ଟଙ୍କାକୁ ନେଇ ବାପ, ପୁଅ ଓ ନାତିଙ୍କ ମଧ୍ୟରେ ଜୋରଦାର କଳହ । ଝଗଡ଼ା ଅସହ୍ୟ ହେବାରୁ ଶେଷରେ ନିଜ ଜୀବନ ହାରିଲେ ବୃଦ୍ଧ । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମରେ । 

ଏହା ମଧ୍ୟ ପଢ଼ନ୍ତୁ...ଭାଇର ମୃତ୍ୟୁ ଖବର ପାଇ ଜୀବନ ହାରିଲା ଭଉଣୀ
 

ସୂଚନା ଅନୁସାରେ, ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମର ପ୍ରସନ୍ନ ସେଠୀ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ । ମାସକୁ ପାଖାପାଖି 30 ହଜାର ଟଙ୍କା ପେନସନ ପାଆନ୍ତି । ଘରେ ସ୍ତ୍ରୀ, ଏକମାତ୍ର ପୁଅ ଓ ବୋହୂ ସହ ନାତି ରୁହନ୍ତି । ମାସ ଶେଷରେ ବୃଦ୍ଧଙ୍କ ପେନସନ ଟଙ୍କା ପୁଅ ଓ ନାତିଙ୍କ ମଧ୍ୟରେ ଭାଗ ବଣ୍ଟା ହୋଇଥାଏ । ଯଦି ନହୁଏ ପରିବାରରେ ଝଗଡା ସୃଷ୍ଟି ହୋଇଥାଏ । ତେବେ ଗତକାଲି ରାତିରେ ପେନସନ ଟଙ୍କାକୁ ନେଇ ପ୍ରସନଙ୍କ ସହ ତାଙ୍କ ପୁଅ ଓ ନାତିଙ୍କର ଝଗଡା ହୋଇଥିଲା । ପେନସନ ଟଙ୍କାକୁ ନେଇ କଳହ ଉଗ୍ରରୂପ ନେଇଥିଲା । ଶେଷରେ ପ୍ରସନ ଏହାକୁ ସହ୍ୟ କରିନପାରି ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ପ୍ରସନଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ମେଡିକାଲରେ ଭୁବନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଲାଇଛି । 

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.