ETV Bharat / state

ଭାଇର ମୃତ୍ୟୁ ଖବର ପାଇ ଜୀବନ ହାରିଲା ଭଉଣୀ

author img

By ETV Bharat Odisha Team

Published : Mar 3, 2024, 9:03 AM IST

Brother and Sister Died
Brother and Sister Died

Brother and Sister Died: ପାରିବାରିକ କଳହକୁ ନେଇ ଜୀବନ ହାରିଲେ ଯୁବକ । ଭାଇର ମୃତ୍ୟୁ ଖବର ପାଇ ଜୀବନ ହାରିଲା ଭଉଣୀ । ଅଧିକ ପଢନ୍ତୁ

ଭାଇର ମୃତ୍ୟୁ ଖବର ପାଇ ଜୀବନ ହାରିଲା ଭଉଣୀ

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ଜୀବନ ହାରିଲେ ଦୁଇ ଭାଇ ଭଉଣୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ପଞ୍ଚାୟତ କୋଠାର ଗ୍ରାମରେ । ମୃତକ ଭାଇ ଏବଂ ଭଉଣୀ ହେଲେ 24 ବର୍ଷୀୟ ସନାତନ ବେହେରା ଓ 27 ବର୍ଷୀୟା ଯୁବତୀ ନିରୁପମା ବେହେରା । ପାରିବାରିକ କଳହକୁ କେନ୍ଦ୍ର କରି ଦୁହେଁ ଜୀବନ ହାରିଥିବା ଚର୍ଚ୍ଚା ହେଉଛି । ଭାଇର ମୃତ୍ୟୁ ଖବର ଶୁଣିବା ପରେ ଭଉଣୀ ଜଣଙ୍କ ଜୀବନ ହାରିଥିବା ଜଣାପଡିଛି ।

ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେଙ୍ଗାଲୁରୁରେ ରହି କାମ କରୁଥିଲେ । ବେଙ୍ଗାଲୁରୁରୁ ଫେରି ଗତ 15 ଦିନ ହେଲା ଗାଁରେ ଥିଲେ। ଶନିବାର କୌଣସି ପାରିବାରିକ କଳହକୁ କେନ୍ଦ୍ର କରି ସନାତନ ନିଜକୁ ଘର ଭିତରେ ବନ୍ଦ କରି ଦେଇଥିଲେ । କିଛି ସମୟ ଧରି ସମସ୍ତେ ଡାକି ଡାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ । ଶେଷରେ ଘର କବାଟ ଭାଙ୍ଗିବା ପରେ ପୁଅର ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ, କାରଣ ଅସ୍ପଷ୍ଟ

ଏହି ଖବର ବିଦ୍ୟାଧର ବେହେରାଙ୍କ ବଡ଼ ଭାଇ ଝିଅ ନିରୁପମା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିଲା । ଭାଇ ଏବଂ ଭଉଣୀ କାହିଁକି ଜୀବନ ହାରିଲେ ତାର କାରଣ ସ୍ପଷ୍ଟ ହୋଇପାରିନି । ଧୂଷୁରୀ ଥାନା ପୋଲିସ ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ସେହିପରି ଘଟଣା ପଛରେ ପ୍ରକୃତ କ'ଣ କାରଣ ରହିଛି, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ-ମାଟ୍ରିକ ପରୀକ୍ଷା ପୂର୍ବରୁ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଗତ ଫେବୃଆରୀ 24 ତାରିଖରେ ଭଦ୍ରକରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଜୀବନ ହାରିଥିଲେ । ଧାମନଗର ଥାନା ଅନ୍ତର୍ଗତ ଜାହାଙ୍ଗୀରୀ ଶାସନ ଗ୍ରାମରେ ଏହି ଘଟଣା ଘଟିଥିଲା । କେଉଁ କାରଣରୁ ଛାତ୍ର ଜଣକ ଜୀବନ ହାରିଲେ ତାହା ଜଣାପଡ଼ିନାହିଁ । ମୃତକ ଜଣକ ହେଲେ ମୟୂରଭଞ୍ଜ କପ୍ତିପଦା ବ୍ଳକ ରାଢୋ ଗ୍ରାମର ଅଭୟ ପଣ୍ଡାଙ୍କ ପୁଅ ଅଭିଷେକ ପଣ୍ଡା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.