ETV Bharat / state

ମାଟ୍ରିକ ପରୀକ୍ଷା ପୂର୍ବରୁ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Feb 20, 2024, 12:10 PM IST

Updated : Feb 20, 2024, 1:42 PM IST

ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରଙ୍କ ମୃତ୍ୟୁ
ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରଙ୍କ ମୃତ୍ୟୁ

Student found hanging in school hostel: ବଲାଙ୍ଗୀରର ଏକ ଘରୋଇ ସ୍କୁଲ ହଷ୍ଟେଲରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଅଧିକ ପଢନ୍ତୁ

ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ମାଟ୍ରିକ୍ ପରୀକ୍ଷା ପୂର୍ବରୁ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀରର ଏକ ଘରୋଇ ସ୍କୁଲ ହଷ୍ଟେଲ ପାଇଖାନାରୁ ଜଣେ ମାଟ୍ରିକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ସଦର ଥାନା ତଲିଉଡ଼ା ଗାଁର ବିନାୟକ ପ୍ରଧାନ । ତେବେ ପରୀକ୍ଷା ଚାପରେ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ବିନାୟକ ବଲାଙ୍ଗୀରର ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ଥିଲେ । ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ଭଲ ପାଠ ପଢୁଥିଲେ ତେଣୁ ପରିବାର ଲୋକେ ତାଙ୍କୁ ହଷ୍ଟେଲରେ ରଖି ପାଠ ପଢ଼ାଉଥିଲେ । ପରୀକ୍ଷା ଥିବାରୁ ଗତ ରବିବାର ଦିନ ବାପା ରାତ୍ର ପ୍ରଧାନ ତାଙ୍କୁ ଦେଖିବାକୁ ଆସିଥିଲେ । ସେ କୌଣସି ଚାପରେ ନଥିଲେ । ପରୀକ୍ଷାରେ 95 ପ୍ରତିଶତ ମାର୍କ ଆସିବ ବୋଲି ସେ ବାପାଙ୍କୁ କହିଥିଲେ । ଏହାସତ୍ତ୍ୱେ ସେ କାହିଁକି ବିଳମ୍ବିତ ରାତିରେ ଉଠି ଆତ୍ମହତ୍ୟା କରିବ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ତେଣୁ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ସକାଳେ ପରୀକ୍ଷା ଥିବାରୁ ବିନାୟକ ଗତକାଲି(ସୋମବାର) ବିଳମ୍ବିତ ରାତି ୧୨ଟା ପର୍ଯ୍ୟନ୍ତ ସହପାଠୀମାନଙ୍କ ସହ ପାଠ ପଢି ଶୋଇବାକୁ ଯାଇଥିଲେ । କିଛି ସମୟ ପରେ ହଷ୍ଟେଲ ବାଥରୁମରେ ବିନାୟକ ଝୁଲୁଥିବାର ସ୍କୁଲ କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଏହି ଘଟଣାକୁ ନେଇ ସ୍କୁଲ ତଥା ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ-ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଏନେଇ ସ୍କୁଲ ସୁପରିଟେଣ୍ଡେଣ୍ଟ କହିଛନ୍ତି, ''ମୃତ ଛାତ୍ର ଜଣକ ଜଣେ ମେଧାବୀ ଛାତ୍ର ଥିଲେ । ଗତକାଲି ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢିଥିଲେ । ହେଲେ ଆଜି ସକାଳୁ କିଛି ସହପାଠୀ ତାଙ୍କୁ ଶୌଚାଳୟରେ ଝୁଲୁଥିବା ଦେଖି ତଳକୁ ଓହ୍ଲାଇଥିଲେ । କାଳେ ବଞ୍ଚିଯିବ ବୋଲି ସେମାନେ ଚେଷ୍ଟା କରିଥିଲେ । ଏହି ସ୍କୁଲର ଗତ 29 ବର୍ଷରେ ଏହା ପ୍ରଥମ ଘଟଣା । ଏପରିକି କୌଣସି ଛାତ୍ରଙ୍କୁ ପାଠପଢ଼ାକୁ ନେଇ ଚାପ ଦିଆଯାଏ ନାହିଁ । ତେଣୁ ଏହାର ତଦନ୍ତ ହେଲେ ସବୁ ଜଣାପଡିବ ।''

ଇଟିଭି ଭାରତ, ବଲାଙ୍ଗୀର

Last Updated :Feb 20, 2024, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.