ETV Bharat / state

ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ, କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Feb 24, 2024, 7:12 AM IST

ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଆସ୍ପଷ୍ଟ
ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଆସ୍ପଷ୍ଟ

Student Dies By Suicide: ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଏହି ଭଳି ଏକ ଚାଞ୍ଚଲ୍ୟକର ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜାହାଙ୍ଗୀରୀ ଶାସନ ଗ୍ରାମରେ ଘଟିଯାଇଛି । ଅଧିକ ପଢ଼ନ୍ତୁ,

ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା, ମୃତ୍ୟୁର କାରଣ ଆସ୍ପଷ୍ଟ

ଭଦ୍ରକ: ଜୀବନ ହାରିଲେ ମାଟ୍ରିକ ପରୀକ୍ଷାର୍ଥୀ । ଗତକାଲି(ଶୁକ୍ରବାର) ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜାହାଙ୍ଗୀରୀ ଶାସନ ଗ୍ରାମରେ ଘଟିଯାଇଛି । ତେବେ କେଉଁ କାରଣରୁ ଛାତ୍ର ଜଣକ ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ । ଖବର ପାଇ ପୋଲିସ ଆସି ଘଟଣାର ତଦନ୍ତ କରୁଛି । ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ଅନ୍ତର୍ଗତ ରାଢୋ ଗ୍ରାମର ଅଭୟ ପଣ୍ଡାଙ୍କ ପୁଅ ଅଭିଷେକ ପଣ୍ଡା । ଅଭିଷେକ ଜାହାଙ୍ଗୀରୀ ସାଶନ ଗ୍ରାମରେ ତାଙ୍କ ମାଉସୀ ଘରେ ରହି ପାଠ ପଢୁଥିଲା ।

ଛାତ୍ର ଜଣକ ସାହିତ୍ୟ ପରୀକ୍ଷା ଦେଇ ଇଂରାଜୀ ପରୀକ୍ଷା ଦେବା ପୂର୍ବରୁ ଜୀବନ ହାରିଛନ୍ତି । ତେବେ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ବର୍ତ୍ତମାନ ସୁଦ୍ଧା କାରଣ ସ୍ପଷ୍ଟ ହୋଇ ନାହିଁ । ତେବେ ଏନେଇ ତାଙ୍କ ମଉସା ଘର ଲୋକେ ଧାମନଗର ଥାନା ପୋଲିସକୁ ଜଣାଇଥିବା ବେଳେ ଘଟଣା ସ୍ଥଳରେ ଧାମନଗର ଥାନା ପୋଲିସ ପହଞ୍ଚି ଛାତ୍ରଙ୍କ ମୃତଦେହ ଜବତ କରିଛି । ତେବେ ପରୀକ୍ଷା ଚାପରୁ ନା ଆତ୍ମହତ୍ୟା ପଛରେ ଆଉ କିଛି କାରଣ ରହିଛି, ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ସୂଚନା ଅନୁଯାୟୀ ଗତ ଗୁରୁବାର ତାଙ୍କ ମୋବାଇଲକୁ କୌଣସି ଏକ ନମ୍ବରରୁ ମେସେଜ ଆସିଥିବା ବେଳେ ସେ ଏହି ମେସେଜକୁ କେନ୍ଦ୍ର କରି ଜୀବନ ହରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ମାଟ୍ରିକ ପରୀକ୍ଷା ପୂର୍ବରୁ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବନ୍ଦ ଘରୁ ଅଭିଷେକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ପୋଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ । ତେବେ ଗତ 20 ଫେବୃଆରୀରେ ବଲାଙ୍ଗୀରର ଏକ ଘରୋଇ ସ୍କୁଲ ହଷ୍ଟେଲ ପାଇଖାନାରୁ ଜଣେ ମାଟ୍ରିକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ସଦର ଥାନା ତଲିଉଡ଼ା ଗାଁର ବିନାୟକ ପ୍ରଧାନ । ତେବେ ପରୀକ୍ଷା ଚାପରେ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.