ରେଢ଼ାଖୋଲ ମିନି ଷ୍ଟାଡିୟମରେ ରାଷ୍ଟ୍ରପତି, ଦେଖନ୍ତୁ LIVE

By ETV Bharat Odisha Team

Published : Mar 2, 2024, 3:09 PM IST

Updated : Mar 2, 2024, 3:50 PM IST

thumbnail

ସମ୍ବଲପୁର: ରେଢ଼ାଖୋଲ ମିନି ଷ୍ଟାଡିୟମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ମହିମା ଧର୍ମ ଉପାସକଙ୍କ ଦ୍ବାରା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଆଜି ରାଷ୍ଟ୍ରପିତ ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଚତୁର୍ଥ ଅର୍ଥାତ ଶେଷ ଦିନ । ଶେଷ ଦିନରେ ସମ୍ବଲପୁର ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ରାଷ୍ଟ୍ରପତି ସନ୍ଥକବି ଭୀମ ଭୋଇଙ୍କ ପବିତ୍ର ସ୍ମୃତି ପୀଠ କନ୍ଧରା ଆଶ୍ରମ ପରିଦର୍ଶନ କରିଥିଲେ । ଏହାପରେ ସମ୍ବଲପୁରର ମିନି ଷ୍ଟାଡିୟମରେ ମହିମା ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ଭେଟୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଭବ୍ୟ ସ୍ବାଗତ ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ସ୍ଥାନୀୟ ଲୋକେ । ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ କନ୍ଧରା ଆଶ୍ରମକୁ ପରିଦର୍ଶନ କରିଥିଲେ ଦ୍ରୌପଦୀ ମୁର୍ମୁ । ତେବେ ଏହାପରେ ଆଜି ରାଷ୍ଟ୍ରପତି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ବୁଧବାରଠୁ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ପ୍ରଥମ ଦିନରେ ମୟୂରଭଞ୍ଜ ଗସ୍ତ କରିଥିବା ବେଳେ ଦ୍ବିତୀୟ ଦିନରେ କେନ୍ଦୁଝର ଓ ଭୁବନେଶ୍ବର ଗସ୍ତ କରିଥିଲେ । ତୃତୀୟ ଦିନରେ ରାଷ୍ଟ୍ରପତି କଟକ ଓ ବ୍ରହ୍ମପୁର ଗସ୍ତ କରିଥିଲେ । ପ୍ରଥମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ । ପରେ କଟକରେ ଥିବା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହୋଇଥିଲେ । ତେବେ ଏହି ଗସ୍ତର ଆଜି ଶେଷ ଦିନରେ ରେଢ଼ାଖୋଲ ମିନି ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଦେଖନ୍ତୁ LIVE

Last Updated : Mar 2, 2024, 3:50 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.