25 ବର୍ଷର ବିଜେଡି ସରକାରର ଓଡିଶା ବାସୀଙ୍କୁ କିଛି ଦେଇ ନାହିଁ: କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ଜେନା - Prasant Jena File Nomination

By ETV Bharat Odisha Team

Published : May 6, 2024, 10:30 PM IST

thumbnail
Congress Candidate Prasant Jena (ETV BHARAT ODISHA)

Congress Candidate Prasant Jena: ଭୁବନେଶ୍ବର: ଆଜି ନାମାଙ୍କନ ପ୍ରକ୍ରିୟାର ଶେଷ ଦିନରେ ଅନେକ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି କ୍ରମରେ ମଧ୍ୟ ଭୁବନେଶ୍ବର ଆସନ ପାଇଁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ଜେନା ନାମାଙ୍କନ ଦାଖଲ କରିଛନ୍ତି । ଆଜି ଭୁବନେଶ୍ବର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ପହଞ୍ଚିଥିଲେ ପ୍ରକାଶ ଜେନା  । ପ୍ରକାଶ କହିଛନ୍ତି ଯେ, ଭୁବନେଶ୍ବରର ସମସ୍ତ ଅଞ୍ଚଳବାସୀଙ୍କ ସହିତ ସୁସମ୍ପର୍କ ରହିଛି । ତେବେ ମୋଦିଙ୍କ ଅଛେ ଦିନ କେବେ ଆସିବ ବୋଲି କଟାକ୍ଷ କରିଛନ୍ତି ପ୍ରକାଶ । ନବୀନ ସରକାରଙ୍କ ପାଇଁ ରାଜ୍ୟର ଯୁବକ ଦାଦନ ଖଟିବାକୁ ଯାଉଛି ଓ ଲୋକ ବିଜେପି ବିଜେଡି ଏକ ବୋଲି ବୁଝି ସାରିଲେଣି । ରାଜ୍ୟରେ ପାରାଦ୍ବୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ନାଲକୋ ଭଲି ବିଭିନ୍ନ ଶିଳ୍ପ କଂଗ୍ରେସ ସମୟରେ ହୋଇଛି । 25 ବର୍ଷର ବିଜେଡି ସରକାରର ଓଡିଶା ବାସୀଙ୍କୁ କିଛି ଦେଇ ନାହିଁ, ବରଂ କଂଗ୍ରେସ ହଜାର ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା କରିଥିଲା । ସବୁ ଦିଗରୁ ବିଜେଡି ସରକାର ବିଫଳ ହୋଇଛି । ସେଥିପାଇଁ କଂଗ୍ରେସ ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ପଦାରେ ପଡିଲା ଅନ୍ତଃକନ୍ଦଳ, ନାମାଙ୍କନ ଶୋଭାଯାତ୍ରାରେ ମୁହାଁମୁହିଁ ଉମା-ସୁଜିତ ଗୋଷ୍ଠୀ - Internal Conflict In Puri Congress

ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଛି ତାହା ପୂରଣ କରାଯିବ । ଯେଉଁଭଳି କର୍ଣ୍ଣାଟକ ,ତେଲେଙ୍ଗାନାରେ କଂଗ୍ରେସକୁ ଜନସାଧାରଣ ଆକୁଣ୍ଠ ସମର୍ଥନ ଦେଇ କ୍ଷମତାକୁ ଆଣିଲେ ଓଡ଼ିଶାରେ ତାର ପୁନରାବୃତ୍ତି ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ପ୍ରକାଶ । ମଧ୍ୟ ନିର୍ବାଚନ ମଣ୍ଡଳୀରେ ଆଜି ବି ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିନି । ସ୍କୁଲରେ ଶିକ୍ଷକ ନାହାଁନ୍ତି, ଡାକ୍ତରଖାନାରେ ଡାକ୍ତର ଅଭାବ, ଯୁବକ ବେକାରୀ ହୋଇ ବୁଲୁଛନ୍ତି । ତେଣୁ କଂଗ୍ରେସ ସରକାର ଆସିଲେ ଜନସାଧାରଣଙ୍କୁ ନ୍ୟାୟ ମିଳିବ । ଆଗକୁ ଏକ ବଡ଼ ପରିବର୍ତନ ହେବ ବୋଲି କହିଛନ୍ତି ପ୍ରକାଶ । ପୂର୍ବରୁ କଂଗ୍ରେସର ଭୁବନେଶ୍ବର ଏକାମ୍ର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତ୍ତି, ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ଅଶୋକ ଦାଶ ନାମାଙ୍କନ ଦାଖଲ କରି ସାରିଛନ୍ତି । ଆଜି କଂଗ୍ରେସ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ୟାସିର ନୱାଜ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.