ଚମ୍ପୁଆରେ ଡକାୟତି ଯୋଜନା ପଣ୍ଡ, ୧୦ ଗିରଫ

By ETV Bharat Odisha Team

Published : Feb 18, 2024, 7:58 PM IST

thumbnail

Police Bust Dacoity Gang:କେନ୍ଦୁଝର: ଚମ୍ପୁଆ ପୋଲିସକୁ ମିଳିଛି ସଫଳତା । ଚମ୍ପୁଆ ପୋଲିସ ହାତରେ ଧରା ପଡ଼ିଛନ୍ତି ଡକାୟତି ଗ୍ୟାଙ୍ଗର ୧୦ଜଣ ସଦସ୍ୟ । ଜିଲ୍ଲାରେ ଦିନକୁ ଦିନ ଚୋରି ଡ଼କାୟତି ବୃଦ୍ଧି ପାଉଛି । ସେହିପରି ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପୋଲିସ ମଧ୍ୟ ସତର୍କ କରିଛି । ଗତ(ଶନିବାର) ରାତିରେ ଚମ୍ପୁଆ ପାଞ୍ଚ ପୋଖରୀଆ ନିକଟସ୍ଥ ଜଙ୍ଗଲରେ ଡକାୟତମାନେ ଏକ ଡକାୟତି ଯୋଜନା କରୁଥିବାବେଳେ ମାଡ଼ି ବସିଥିଲା ପୋଲିସ । ଏହି ସମୟରେ ସେମାନଙ୍କ ଠାରୁ ଗୋଟିଏ ବୋଲେରୋ ୨ଟି ବନ୍ଧୁକ, ୨ଟି ଅଫୁଟା ଗୁଳି, ୨ଟି କଟୁରୀ, ଲଙ୍କାଗୁଣ୍ଡ ପ୍ୟାକେଟ ଓ ମଦ ବୋତଲ ଆଦି ଜବତ ହୋଇଛି ।

ଏମାନେ ଚମ୍ପୁଆ ଓ ଝୁମ୍ପରା ଅଞ୍ଚଳରେ ଥିବା ଏଟିଏମ ରୁ ଲୁଟ୍ ପାଇଁ ଯୋଜନା କରୁଥିଲେ । ପୂର୍ବରୁ ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଚମ୍ପୁଆ ଏସଡ଼ିପିଓ ବିଜୟ ମଲ୍ଲିକ ଏକ ସୂଚନା ଦେଇଛନ୍ତି । ତେବେ ଡକାୟତ ଗ୍ୟାଙ୍ଗର ସମସ୍ତ ସଦସ୍ୟ ଚମ୍ପୁଆ ଓ ଆଖପାଖ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫ ୧୦ ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଅଭିଯୁକ୍ତ ରହିଛନ୍ତି ।  ଅଭିଯୁକ୍ତ ସିପୁନ ବାରିକ ଏହି ଗ୍ୟାଙ୍ଗର ମୁଖ୍ୟ ବୋଲି ପୋଲିସ କହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.