ETV Bharat / state

ସୁନା ଦୋକାନରେ ଡକାୟତି ଯୋଜନା ପଣ୍ଡ, 6 ଗିରଫ

author img

By ETV Bharat Odisha Team

Published : Jan 18, 2024, 12:03 PM IST

Police bust dacoity gang: ରାଉରକେଲା ପୋଲିସକୁ ମିଳିଛି ସଫଳତା । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଲେ ଡକାୟତ । ଅଧିକ ପଢ଼ନ୍ତୁ

ପୋଲିସକୁ ସଫଳତା
ପୋଲିସକୁ ସଫଳତା
ପୋଲିସକୁ ସଫଳତା

ରାଉରକେଲା: ଫେଲ୍ ମାରିଲା ଡକାୟତି ଯୋଜନା । ରାଉରକେଲା ସହରର ଏକ ସୁନା ଦୋକାନରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ଡକାୟତ । ମଙ୍ଗଳବାର ରାତିରେ ନାଇଟ ପାଟ୍ରୋଲିଂ ସମୟରେ ପୋଲିସ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନେ ଏକ ସୁନା ଦୋକାନରୁ ଲୁଟ୍ ପାଇଁ ପ୍ଲାନିଂ କରୁଥିଲେ । ପୋଲିସ ଅଭିଯୁକ୍ତମାନଙ୍କ ପାଖରୁ 4ଟି ପିସ୍ତଲ ସହ 6ଟି ଜୀବନ୍ତ ଗୁଳି ଏବଂ ଅନ୍ୟାନ ଡକାୟତି ସାମଗ୍ରୀ ଜବତ କରିଛି ।

ମଙ୍ଗଳବାର ରାତିରେ ନାଇଟ ପାଟ୍ରୋଲିଂ ସମୟରେ ଡକାୟତି ପାଇଁ କିଛି ଲୋକ ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଡିଏଭି ପଡ଼ିଆଠାରେ କିଛି ଲୋକଙ୍କୁ ଏକତ୍ରିତ ହୋଇଥିବାର ଦେଖି ଚଡ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରୁ ପୋଲିସ 6 ଜଣଙ୍କୁ ଗିରଫ କରିଥିବା ବେଳେ 4 ଜଣ ସେଠାରୁ ଖସି ପଳାଇଥିଲେ । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଖେଳନା ବନ୍ଧୁକ, ତିନୋଟି ଅସଲି ବନ୍ଧୁକ, ଗୋଟାଏ ମୋବାଇଲ ଫୋନ, 6ଟି ଜୀବନ୍ତ ଗୁଳି, ଏକ ଭୁଜାଲି, 3ଟି ଲୁହାର ରଡ ଏବଂ 5ଟି ଟର୍ଚ୍ଚ ଲାଇଟ ମିଳିଛି । ଯାହାକୁ ଦେଖି ଏମାନେ ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା ।

ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବାରୁ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା ସ୍ବୀକାର କରିିଥିଲେ । ପୋଲିସ 6 ଜଣଙ୍କୁ ଗିରଫ କରିଥିବା ବେଳେ ଖସି ପଳାଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଉଦ୍ୟମ କରୁଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁରେ ଆଗରୁ ମଧ୍ୟ ଅନେକ ଅଭିଯୋଗ ଥିବା ପୋଲିସ SP ଇନ-ଚାର୍ଜ ସୋନାଲି ସିଂ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... +3 ଛାତ୍ରୀ ମୃତ୍ୟୁ ଘଟଣା, ଆରକ୍ଷୀ ଅଧିକାରୀ ଓ ସାଇଣ୍ଟଫିକ୍ ଟିମର ଛାନଭିନ୍

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାହୁଲ ଗୋପ, ରୋହିତ ନାଏକ, ସୋନୁ ସାହୁ, ରାଜା ଯାଦବ, ସୁରଜ ମାହାତୋ ଏବଂ ମହମ୍ମଦ ଇରସାଦ । ଆଜି ଉଦିତନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏହି ଘଟଣାର ସବିଶେଷ ତଥ୍ୟ ଓ ଅପରାଧୀଙ୍କଠାରୁ ଜବତ ହୋଇଥିବା ସାମଗ୍ରୀର ଖୁଲାସା କରିଛି । ତେବେ ରାଉରକେଲା ସହରରେ ବିଭିନ୍ନ ଅଞ୍ଚଳରେ ସନ୍ଦିଗ୍ଧ କାର୍ଯ୍ୟକଳାପକୁ ନେଇ ପୋଲିସ ସକ୍ରିୟ ଥିବାବେଳେ ଏହି ଘଟଣା ପଦାକୁ ଆସିଥିଲା । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ଉଦିତନଗର ପୋଲିସ ସହରରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଜନସାଧାରଣଙ୍କ ଆଶାରେ ସଫଳ ହୋଇଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.