ETV Bharat / state

+3 ଛାତ୍ରୀ ମୃତ୍ୟୁ ଘଟଣା, ଆରକ୍ଷୀ ଅଧକାରୀ ଓ ସାଇଣ୍ଟଫିକ୍ ଟିମର ଛାନଭିନ୍

author img

By ETV Bharat Odisha Team

Published : Jan 17, 2024, 8:48 AM IST

Student death in Dhenkanal: ଘର ମଧ୍ୟରୁ ସନ୍ଦେହଜନକ ଅବସ୍ଥାରେ ଯୁକ୍ତ ତିନି ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ଘଟଣାସ୍ଥଳରେ ପହଞ୍ଚି ଜିଲ୍ଲା ଆରକ୍ଷୀ ଅଧିକାରୀ, କାମାକ୍ଷାନଗର ଏସଡିପିଓ, ଭୁବନ ଥାନାଧିକାରୀ ଓ ସାଇଣ୍ଟିଫିକ ଟିମର ତଦନ୍ତ କରିଛନ୍ତି । ଅଧିକ ପଢନ୍ତୁ

+3ଛାତ୍ରୀ ମୃତ୍ୟୁ ଘଟଣା
+3ଛାତ୍ରୀ ମୃତ୍ୟୁ ଘଟଣା

ଢେଙ୍କାନାଳ: ଯୁକ୍ତ ତିନି ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣା । ଜିଲ୍ଲା ଆରକ୍ଷୀ ଅଧିକାରୀ, କାମାକ୍ଷାନଗର ଏସଡିପିଓ, ଭୁବନ ଥାନାଧିକାରୀ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଗତ ସୋମବାର ଦିନ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗ୍ରାମରୁ ଛାତ୍ରୀ ପଦ୍ମିନୀ ନାୟକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମାମୁଁ ଘରୁ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ମାମୁଁ ଘର ପକ୍ଷରୁ ଭୁବନ ଥାନାରେ ଅଭିଯୋଗ ଦିଆଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ପ୍ରାଥମିକ ସ୍ତରରେ କିଛି ତଥ୍ୟ ମିଳିଛି ଏବଂ ଖୁବ ଶୀଘ୍ର ପ୍ରକୃତ ଦୋଷୀକୁ ଧରାଯିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକାରୀ ଜ୍ଞାନରଞ୍ଜନ ମହାପାତ୍ର ।

ଏହାମଧ୍ୟ ପଢନ୍ତୁ...ଘରୁ ମିଳିଲା ଯୁକ୍ତ ତିନି ଛାତ୍ରୀଙ୍କ ମୃତଦେହ, ହତ୍ୟା ଅଭିଯୋ

ସୂଚନା ଯୋଗ୍ୟ, ସୋମବାର ଦିନ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗ୍ରାମରୁ ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ହୋଇଥିଲା । ଘରେ କେହି ନଥିବାବେଳେ କେହି ଦୁର୍ବୃତ୍ତ ଘରେ ପଶି ଛାତ୍ରୀ ଜଣଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ତେବେ ଛାତ୍ରୀ ଜଣକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହପ୍ରସାଦ ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ଝିଅ ପଦ୍ମିନୀ (ଲିପା) ନାୟକ ବୋଲି ଜଣାପଡିଛି । ସେ ପିଲାଟି ଦିନରୁ ଭୁବନ ବ୍ଲକ କୁନିନ୍ଦା ଗ୍ରାମର ନିଜ ମାମୁଁଘରେ ରହି ପଢୁଥିଲେ । ପଦ୍ମିନୀ ନିଜ ଘରକୁ ଯାଇଥିବା ବେଳେ ସୋମବାର ଦିନ ଛାତ୍ରୀଙ୍କ ମାମୁଁ ସୁଦାମ ବାରିକ ଅପରାହ୍ନ ୩.୩୦ ମିନିଟରେ ସେଠାରୁ ଆଣି ନିଜ ଘରେ ଛାଡି କ୍ରିକେଟ ଖେଳ ଦେଖିବାକୁ ଘରୁ ବାହାରି ଯାଇଥିଲେ ।

ହେଲେ ମାତ୍ର ଘଣ୍ଟାଏ ପରେ କେହି ଅଜଣା ବ୍ୟକ୍ତି ମାମୁଁ ସୁଦାମ ବାରିକଙ୍କୁ ଫୋନ କରି ଘରେ ତାଙ୍କ ଭାଣିଜୀ ବେହୋସ ହୋଇ ପଡିଥିବା ନେଇ କହିଥିଲେ । ଖବର ପାଇ ସୁଦାମ ବାରିକ ଓ ଗ୍ରାମର କିଛି ଯୁବକ ଘରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଡାକ୍ତର । ଫୋନ କରିଥିବା ବ୍ୟକ୍ତି ଜଣକର ଫୋନ ସ୍ବିଚ୍ ଅଫ ଦେଖାଉଥିବାରୁ ସେହି ବ୍ୟକ୍ତି ଜଣକ ହତ୍ୟା କରିଥିବା ନେଇ ସନ୍ଦେହ କରି ପୋଲିସକୁ ଜଣାଇଛନ୍ତି ମାମୁଁ ସୁଦାମ ।

ଅନ୍ୟପଟେ ଛାତ୍ରୀ ଜଣଙ୍କ ବେକରେ କଳା ଦାଗ ରହିଥିବା ଦେଖିବାକୁ ପାଇଥିଲେ ଘର ଲୋକେ । ଘରେ କେହି ନଥିବାର ସୁଯୋଗ ନେଇ ପଦ୍ମିନୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଫୋନ କରିଥିବା ଅଜଣା ବ୍ୟକ୍ତିଜଣଙ୍କର ନମ୍ବର ମଧ୍ୟ ସୁଇଚ ଅଫ ଆସୁଥିବାରୁ ସେହି ବ୍ୟକ୍ତି ଜଣକ ହତ୍ୟା କରିଥାଇପାରେ ବୋଲି ମାମୁଁ ଘର ଲୋକେ ସନ୍ଦେହ କରି ପୋଲିସକୁ ଜଣାଇଛନ୍ତି । ଅନ୍ୟପଟେ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.