ETV Bharat / state

ଘରୁ ମିଳିଲା ଯୁକ୍ତ ତିନି ଛାତ୍ରୀଙ୍କ ମୃତଦେହ, ହତ୍ୟା ଅଭିଯୋଗ

author img

By ETV Bharat Odisha Team

Published : Jan 16, 2024, 6:10 AM IST

ଘରୁ ମିଳିଲା +3 ଛାତ୍ରୀଙ୍କ ମୃତଦେହ
ଘରୁ ମିଳିଲା +3 ଛାତ୍ରୀଙ୍କ ମୃତଦେହ

Girl Student Dead Body Recovered: ଘରୁ ମିଳିଲା ଯୁକ୍ତ ତିନି ଛାତ୍ରୀଙ୍କ ମୃତଦେହ । ଘରେ କେହି ନଥିବାବେଳେ କେହି ଦୁର୍ବୃତ୍ତ ଘରେ ପଶି ଛାତ୍ରୀଙ୍କୁ ହତ୍ୟା କରିଥିବା ସନ୍ଦେହ କରିଛନ୍ତି ପରିବାର ଲୋକ । ଅଧିକ ପଢ଼ନ୍ତୁ

ଘରୁ ମିଳିଲା +3 ଛାତ୍ରୀଙ୍କ ମୃତଦେହ

ଢେଙ୍କାନାଳ: ଘରୁ ମିଳିଲା ଯୁକ୍ତ ତିନି ଛାତ୍ରୀଙ୍କ ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଘରେ କେହି ନଥିବାବେଳେ କେହି ଦୁର୍ବୃତ୍ତ ଘରେ ପଶି ଛାତ୍ରୀ ଜଣଙ୍କୁ ହତ୍ୟା କରିଥିବା ସନ୍ଦେହ କରିଛନ୍ତି ପରିବାର ଲୋକ । ସେପଟେ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଛାତ୍ରୀଙ୍କର କିପରି ମୃତ୍ୟୁ ହେଲା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ।

ତେବେ ଛାତ୍ରୀ ଜଣକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହପ୍ରସାଦ ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ଝିଅ ପଦ୍ମିନୀ (ଲିପା) ନାୟକ ବୋଲି ଜଣାପଡିଛି । ସେ ପିଲାଟି ଦିନରୁ ଭୁବନ ବ୍ଲକ କୁନିନ୍ଦା ଗ୍ରାମର ନିଜ ମାମୁଁଘରେ ରହି ପଢୁଥିଲେ । ସୋମବାର ଛାତ୍ରୀଙ୍କ ମାମୁଁ ସୁଦାମ ବାରିକ ତାଙ୍କ ଜନ୍ମ ସ୍ଥାନରୁ ଅପରାହ୍ନ ୩.୩୦ ମିନିଟରେ ଆଣି ଘରେ ଛାଡି କ୍ରିକେଟ ଖେଳ ଦେଖିବାକୁ ଘରୁ ବାହାରି ଯାଇଥିଲେ । ଘରେ କେହି ନଥିବା ସମୟରେ ଏପରି ଘଟଣା ଘଟିଛି । ଘରେ କେହି ନଥିବାର ସୁଯୋଗ ଉଠାଇ କେହି ଜଣେ ଦୁର୍ବୃତ୍ତ ପଦ୍ମିନୀଙ୍କୁ ହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭଡ଼ା ଘରୁ GRSଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପଦ୍ମିନୀଙ୍କ ମାମୁଁ ସୁଦାମ ବାରିକଙ୍କ କହିବା ଅନୁଯାୟୀ, ସୋମବାର ଦିନ ୪.୩୦ ମିନିଟରେ ତାଙ୍କୁ କେହି ଜଣେ ଫୋନ କରି କହିଥିଲେ ଯେ, ତୁମ ଭାଣିଜୀ ଘରେ ବେହୋସ ହୋଇପଡିଛି । ସେପଟେ ଖବର ପାଇ ସେ ଓ ଗ୍ରାମର କିଛି ଯୁବକ ଘରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ତାଙ୍କୁ ଫୋନ କରିଥିବା ବ୍ୟକ୍ତି ଜଣକର ଫୋନ ସ୍ବିଚ୍ ଅଫ ଦେଖାଉଛି । ତେଣୁ ପରିବାର ଲୋକେ ସେହି ବ୍ୟକ୍ତିକୁ ସନ୍ଦେହ କରୁଛନ୍ତି ।

ତେବେ ଛାତ୍ରୀ ଜଣଙ୍କ ବେକରେ କଳା ଦାଗ ଥିବାରୁ ମାମୁଁଘର ଲୋକେ ହତ୍ୟା ସନ୍ଦେହ କରିଛନ୍ତି । ଘରେ କେହି ନଥିବାର ସୁଯୋଗ ନେଇ ପଦ୍ମିନୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଏନେଇ ଭୁବନ ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି । ସେପଟେ ମେଡିକାଲରେ ଭୁବନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ତେବେ ଛାତ୍ରୀ ଜଣକ ନିଜେ ନିଜର ଜୀବନ ହାରିଛନ୍ତି କିମ୍ବା କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛି ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ । ରାତି ହୋଇଥିବାରୁ ଆଜି ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.