ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ଦେଖନ୍ତୁ LIVE

By ETV Bharat Odisha Team

Published : Feb 7, 2024, 2:57 PM IST

Updated : Feb 7, 2024, 3:39 PM IST

thumbnail

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ବଜେଟ ଅଧିବେଶନ ଅଭିଭାଷଣରେ ଲୋକସଭା ପରେ ଉଚ୍ଚସଦନ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକାଧିକ ପ୍ରସଙ୍ଗରେ ସରକାରର ସଫଳତା ସହ ବିରୋଧୀଙ୍କୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକସଭା ପରି ଉଚ୍ଚସଦନରେ ମଧ୍ୟ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଭାଷଣରେ ବିରୋଧୀ ଓ ବିଶେଷ କରି କଂଗ୍ରେସକୁ କଡା ସମାଲୋଚନା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଦେଶରେ ବିରୋଧୀ ଦଳର ଏହି ଜରାଜୀର୍ଣ୍ଣ ଅବସ୍ଥାକୁ ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟଜନକ କହିବା ସହ ଏଥିପାଇଁ କଂଗ୍ରେସକୁ ଦାୟୀ କରିଥିଲେ । କଂଗ୍ରେସ କେବଳ ରାହୁଲ ଗାନ୍ଧୀଙ୍କୁ ଲଞ୍ଚ କରିବାକୁ ଯାଇ ଅନ୍ୟ ନେତା ଓ ସହଯୋଗୀ ବିରୋଧୀ ଦଳକୁ ବାଟ ଛାଡିନଥିବା ପ୍ରଧାନମନ୍ତ୍ରୀ ପରୋକ୍ଷରେ କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନୀତିକୁ ମଧ୍ୟ ସମାଲୋଚନା କରିଥିଲେ । 

Last Updated : Feb 7, 2024, 3:39 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.