କଟକ-ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହେବେ ମୋକିମଙ୍କ ଝିଅ ସୋଫିଆ ! - Odisha Assembly Election 2024

By ETV Bharat Odisha Team

Published : Apr 24, 2024, 6:18 PM IST

thumbnail
()

Cuttack Barabati Assembly Election 2024: କଟକ: ରୋଚକ ହେଉଛି କଟକ-ବାରବାଟୀ ନିର୍ବାଚନୀ ମାହୋଲ । ଆଇନଗତ ଜାଲରେ ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମ ଛନ୍ଦି ହୋଇପଡିଥିବାରୁ ଏଥର ତାଙ୍କ ଝିଅ ସୋଫିଆ ଫିର୍ଦୋସଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ । ଏନେଇ ଆଜି କଂଗ୍ରେସ କର୍ମୀମାନେ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ କର୍ମୀମାନେ ମୋକିମଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଦଳର ହାଇକମାଣ୍ଡଙ୍କୁ ଜଣାଯିବ ବୋଲି ମୋକିମ କହିଛନ୍ତି ।

ତେବେ ସୋଫିଆ ପ୍ରାର୍ଥୀ ହେବେ କି ନାହିଁ, ଯଦିଓ ଏନେଇ କଂଗ୍ରେସ ଦଳ ପକ୍ଷରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆ ଯାଇନାହିଁ, ତଥାପି ସୋଫିଆ ହିଁ ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ମୋକିମଙ୍କ କହିବା ଅନୁଯାୟୀ, ସୋଫିଆଙ୍କ ପ୍ରାର୍ଥିତ୍ବ ନେଇ ଦଳର କର୍ମୀମାନେ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବକୁ ହାଇକମାଣ୍ଡଙ୍କୁ କୁହାଯିବ । ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ସେ ଗ୍ରହଣ କରିବେ । ଏନେଇ କଟକରୁ ଅଧିକ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ନାରାୟଣ ସାହୁ..

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.