ବିଧାନସଭା ବଜେଟ ଅଧିବେଶନ, ଦେଖନ୍ତୁ LIVE

By ETV Bharat Odisha Team

Published : Feb 7, 2024, 10:31 AM IST

thumbnail

ଭୁବନେଶ୍ୱର: ସୋମବାରଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ଅଧିବେଶନର ତୃତୀୟ ଦିନ । ଦିନ 10ଟା 30ରୁ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖି ରାଜ୍ୟପାଳ ରଘୁବର ଦାସ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉପରେ ମତ ରଖିଥିଲେ । ଦ୍ୱିତୀୟ ଦିନରେ ସମସ୍ତ ଗ୍ରାମକୁ ପାଣି ଯୋଗାଣ ନେଇ ମତ ରଖିଥିଲେ ମନ୍ତ୍ରୀ ଅମାତ । ୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ ରଖିଥିବା ନେଇ ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଥିଲେ । ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ଦେଇଥିଲେ । ଆସନ୍ତା 8 ତାରିଖରେ 2024-25 ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ । ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ଚଳିତ ଅଧିବେଶନରେ ରହିଛି 7 କାର୍ଯ୍ୟ ଦିବସ । ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଏବେ କାମଚଳା ବଜେଟ ଆଗତ ହେବ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.