ଲୋକସଭା ନିର୍ବାଚନ ୨୦୨୪; ଗଣତନ୍ତ୍ର ମହାପର୍ବରେ ସାମିଲ ନବଦମ୍ପତି, ବିବାହ କଲେ ସାଙ୍ଗେ ସାଙ୍ଗେ ଭୋଟ ଦେଲେ - Newly Married Couples Voting

By ETV Bharat Odisha Team

Published : Apr 19, 2024, 1:01 PM IST

thumbnail

Lok Sabha Election 2024: ହାଇଦ୍ରାବାଦ: ଲୋକସଭା ନିର୍ବାଚନ 2024ର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି । ସକାଳ ୭ ଟାରୁ ଆରମ୍ଭ ହୋଇଛି । ଗଣତନ୍ତ୍ରର ଏହି ଉତ୍ସବରେ ସମସ୍ତେ ଉତ୍ସାହର ସହ ସାମିଲ ହୋଇଥିବା ବେଲେ ବିଭିନ୍ନ ମତାଦନ କେନ୍ଦ୍ରରେ ଭୋଟ ଦେଉଛନ୍ତି ଲୋକେ । ନେତା ଠାରୁ ସେଲିବ୍ରିଟି ସମସ୍ତେ ଏହି ଗଣତନ୍ତ୍ର ଉତ୍ସବରେ ସାମିଲ ହୋଇ ଭୋଟ ଦେଇଛନ୍ତି । ତେବେ ଏହି ସମୟରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କିଛି ନବବିବାହିତ ଦମ୍ପତି ନିଜ ଭୋଟ ଦେବା ଅଧିକାରକୁ କାଏମ ରଖିଛନ୍ତି ଏବଂ ବିବାହ ବେଦୀରୁ ଆସି ମତଦାନ କରିଛନ୍ତି । ଉତ୍ତରାଖଣ୍ଡ, ଜୟପୁର ଭଳି ରାଜ୍ୟରେ ନବବିବାହିତ ଦମ୍ପତି ନିଜ ପରିବାର ସହ ଆସି ଭୋଟ ଦେଉଥିବାର ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । 

ଏହା ମଧ୍ୟ ପଢନ୍ତୁ: ମତସାବ୍ୟସ୍ତ କଲେ ବିଶ୍ୱର ସବୁଠୁ କମ ଉଚ୍ଚତା ମହିଳା, ଜାଣନ୍ତୁ ତାଙ୍କ ବିଷୟରେ

ସୂଚନା ଥାଉ କି, ଆଜି ଦେଶର ୨୧ ଟି ରାଜ୍ୟର ୧୦୨ଟି ଆସନରେ ନିର୍ବାଚନ ଭୋଟିଂ ଅନୁଷ୍ଠିତ ହୋଇଥିବା ବେଳେ ଲୋକମାନେ ୧୮ତମ ଲୋକସଭା ପାଇଁ ଭୋଟ୍ ଦେଉଛନ୍ତି । ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟ 6ଟାରେ ଶେଷ ହେବ । 102 ସଂସଦୀୟ କ୍ଷେତ୍ର ମଧ୍ୟରେ 73ଟି ଜେନେରାଲ, 11ଟି ଅନୁସୂଚିତ ଜନଜାତି ଓ 18ଟି ଅନୁସୂଚିତ ଜାତି ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ । ଆଜି 1625 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.