ମତସାବ୍ୟସ୍ତ କଲେ ବିଶ୍ୱର ସବୁଠୁ କମ ଉଚ୍ଚତା ମହିଳା, ଜାଣନ୍ତୁ ତାଙ୍କ ବିଷୟରେ - Lok Sabha Elections 2024

By ETV Bharat Odisha Team

Published : Apr 19, 2024, 11:59 AM IST

thumbnail

ମୁମ୍ବାଇ: ଭୋଟ ଦେଲେ ବିଶ୍ବର ସବୁଠୁ ବାଙ୍ଗରା ମହିଳା  । ଆଜି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମତଦାନ ଚାଲିଥିବା ବେଳେ ମହାରାଷ୍ଟ୍ରର ନାଗପୁରରେ ବିଶ୍ବର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳା ଜ୍ୟୋତି ଆମଗେ ନିଜର ମତସାବ୍ୟସ୍ତ କରିଛନ୍ତି  । ଆଜି ସକାଳୁ ସେ ମତଦାନ କେନ୍ଦ୍ରରେ ପହଞ୍ଚି ଲାଇନରେ ଛିଡା ହୋଇ ସଚେତନ ନାଗରିକ ଭାବରେ ନିଜର ବହୁମୂଲ୍ୟ ଭୋଟ ଦେଇଛନ୍ତି  । କହିରଖୁଛୁ କି, ୧୯୯୩ ମସିହା ଡିସେମ୍ବର ୧୬ରେ ନାଗପୁର ଠାରେ ଜ୍ୟୋତିଙ୍କ ଜନ୍ମ  । ସେ ଜଣେ ଅଭିନେତ୍ରୀ ମଧ୍ୟ  । ସେ ଏକ ଆମେରିକୀୟ ଟିଭି ସିରିଜରେ କାମ କରିସାରିଛନ୍ତି  । ଏବେ ତାଙ୍କର ବୟସ ୩୦ ବର୍ଷ  । ତାଙ୍କର ଉଚ୍ଚତା ମାତ୍ର ୨ ଫୁଟ ୧ ଇଞ୍ଚ  । ଜ୍ୟୋତି ବିଶ୍ବର ସବୁଠୁ ଛୋଟ ମହିଳା ହୋଇଥିବାରୁ ୨୦୧୧ ମସିହାରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲେ । ଜ୍ୟୋତି ଜନ୍ମରୁ ଆକଣ୍ଡ୍ରୋପ୍ଲାସିଆ ନାମକ ଏକ ରୋଗରେ ପୀଡିତ କାରଣରୁ ତାଙ୍କର ଉଚ୍ଚତା ବଢି ପାରିନଥିଲା ।  ସେ ସ୍କୁଲରେ ପଢୁଥିବା ବେଳେ ତାଙ୍କ ପାଇଁ ତାଙ୍କରି ଆକାରର ଛୋଟ ଚେୟାର ଟେବୁଲ ତିଆରି ତିଆରି ହେଉଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.