ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପହାର, ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ

By ETV Bharat Odisha Team

Published : Feb 28, 2024, 8:34 AM IST

thumbnail

Mission Shakti To Get Interest Free Loans: ଫୁଲବାଣୀ: ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ଏଣିକି ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ମିଳିବ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ ହେବ । ମୋଟ ୧୪୫କୋଟି ଟଙ୍କା ଫେରସ୍ତ କରିବେ ସରକାର ।  ଏଥିସହ ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ମିଶନ ଶକ୍ତି ବଜାରର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି  ।  

ଏହା ମଧ୍ୟ ପଢନ୍ତୁ- ଏଣିକି ବିନା ସୁଧରେ ୧୦ଲକ୍ଷ ଯାଏଁ ଋଣ; ଫେଡେରେସନ ଲିଡର, CRPଙ୍କ ପାଇଁ ଖୁବଶୀଘ୍ର ଖୁସି ଖବର: ମୁଖ୍ୟମନ୍ତ୍ରୀ

ସେହିଭଳି ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ । ଚଳିତବର୍ଷ ମିଶନ ଶକ୍ତିର ମା’ ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି । ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ଏହି ଉପଲକ୍ଷେ  ଫୁଲବାଣୀର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର, ମୁଖ୍ୟ ବକ୍ତାଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜବାଳା ଆଚାର୍ଯ୍ୟ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା  ୩ଗୋଟି ଯୋଜନା ଉପରେ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ । ଏଥିସହ ଫୁଲବାଣୀ ବ୍ଲକରେ ଅଧିକ ସୁଧ ଫେରସ୍ତ ପାଇଥିବା ୧୨ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ପ୍ରକଳ୍ପ ସଂଯୋଜିକା ଦିପ୍ତିରାଣୀ ପଟ୍ଟନାୟକ ଓ ସୁଶାନ୍ତ କୁମାର ଲେଙ୍କା ସୁଚାରୁରୂପେ ପରିଚାଳନା କରିଥିଲେ । 

ଇଟିିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.