ରାମିଆଳ ନଦୀରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ - Womans Dead body Rescued

By ETV Bharat Odisha Team

Published : Mar 22, 2024, 9:29 PM IST

thumbnail

Missing Woman's Dead body Rescued: ଢେଙ୍କାନାଳ: ରାମିଆଳ ନଦୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଅପରାହ୍ନ ସମୟରେ ଉକ୍ତ ମହିଳା ଜଣକ ଜାଳେଣି କାଠ ଆଣିବାକୁ ନଦୀ ପାର ହୋଇ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ l ତେବେ ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖି ଥିଲେ l ମୃତ ମହିଳା ଜଣଙ୍କ ହେଲେ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଟାଟାମାଇନ୍ସ ଅଞ୍ଚଳର ଲୁଡୁ ମାଙ୍କଡ଼ିଆ ।  

ଏହା ମଧ୍ୟ ପଢ଼ନ୍ତୁ.... ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ - Dead Body Rescued

ତେବେ ଦୁଇମାସ ହେବ କାମାକ୍ଷାନଗର ଥାନା ଗୁଣ୍ଡିଚାନାଳୀ ଗ୍ରାମରେ ରହି ମୁଲ ମଜୁରି କରି ରହିଆସୁଥିଲେ ଲୁଡୁ । ଲୁଡୁ ଗତକାଲି ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରି ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି। ମୃତଦେହ ବ୍ୟବଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି l ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ମହିଳା ଜଣକ ନଦୀପାର ହେଉଥିବା ସମୟରେ ଅସାବଧାତା ବଶତଃ ଗୋଡ ଖସି ଥିବାରୁ ନଦୀର ଗଭୀର ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି l  

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.