ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ - Dead Body Rescued

By ETV Bharat Odisha Team

Published : Mar 21, 2024, 10:50 PM IST

thumbnail

Dead Body Rescued: ରାଉରକେଲା: ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳର ଧୁବେଳବେଡା ସ୍ଥିତ ଏକ ନାଳ ନିକଟରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ସୂଚନା ଅନୁସାରେ, ଆଜି ଦିନ ୧ଟା ସମୟରେ ସ୍ଥାନୀୟ ଲୋକେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଦେଖି ଭୟଭୀତ ହୋଇପଡ଼ିଥିଲେ । କୋଇଡ଼ା ପୋଲିସ ଖବର ପାଇ ଘଟମାସ୍ଥଳରେ ପହଞ୍ଚିଥିଲା ।  ମୃତକଙ୍କ ବାବଦରେ ଅଧିକ ତଥ୍ୟ ମିଳିପାରିନଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । 

ଏହା ମଧ୍ୟ ପଢନ୍ତୁ...ସାପ କାମୁଡରେ ନାବାଳିକା ମୃତ, ଝଡ଼ାଫୁଙ୍କା କରି ବଞ୍ଚାଇବାକୁ ମୃତଦେହ ନେଇ ଫେରାର ହେଲେ ମାଆ

ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ହତ୍ୟାକାଣ୍ଡ ପୂର୍ବରୁ ଦୁଷ୍କର୍ମ ହୋଇଥିବା ସନ୍ଦେହ କରୁଛି ପୋଲିସ । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଏନେଇ ପୋଲିସ ଆଖ ପାଖ ଅଞ୍ଚଳରେ ପଚରାଉଚରା କରିବା ସହ ମୃତକଙ୍କ ପରିବାର ଲୋକଙ୍କ ସନ୍ଧାନ କରୁଛି । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.