ETV Bharat / state

ସାପ କାମୁଡରେ ନାବାଳିକା ମୃତ, ଝଡ଼ାଫୁଙ୍କା କରି ବଞ୍ଚାଇବାକୁ ମୃତଦେହ ନେଇ ଫେରାର ହେଲେ ମାଆ

author img

By ETV Bharat Odisha Team

Published : Mar 18, 2024, 8:23 PM IST

ସାପ କାମୁଡସାପ କାମୁଡରେ ନାବାଳିକା ମୃତ , ଗୁଣିଗାରେଡି କରି ବଞ୍ଚାଇବାକୁ ଉଦ୍ୟମ କଲା ପରିବାର
ସାପ କାମୁଡରେ ନାବାଳିକା ମୃତ , ଗୁଣିଗାରେଡି କରି ବଞ୍ଚାଇବାକୁ ଉଦ୍ୟମ କଲା ପରିବାର

Minor Died In Snakebite: ସାପ କାମୁଡରେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା । ଗୁଣିଗାରେଡି କରି ବଞ୍ଚାଇବା ପାଇଁ ମର୍ଗ ହାଉସରୁ ମୃତଦେହକୁ ନେଇ ଫେରାର ହେଲେ ମାଆ । ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ପୁଣିଥରେ ହସ୍ତାନ୍ତର କରିଛି ପୋଲିସ । ଅଧିକ ପଢନ୍ତୁ

ସାପ କାମୁଡରେ ନାବାଳିକା ମୃତ , ଗୁଣିଗାରେଡି କରି ବଞ୍ଚାଇବାକୁ ଉଦ୍ୟମ କଲା ପରିବାର

ରାଉରକେଲା: ମର୍ଗରୁ ଝିଅର ମୃତଦେହ ନେଇ ଗୁଣିଗାରେଡି କରି ବଞ୍ଚାଇବାକୁ ଚେଷ୍ଟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ଅନ୍ତର୍ଗତ ସୋନାପର୍ବତ ନିକଟରେ ଥିବା ବରଟୋଲି ଗାଁରେ । ଜଣେ ନାବାଳିକା ସାପ କାମୁଡ଼ାରେ ଗୁରୁତର ହୋଇ ରାଉରକେଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ଗୁଣିଗାରେଡି କରି ମୃତ ଝିଅକୁ ବଞ୍ଚାଇବା ପାଇଁ ଡାକ୍ତରଖାନାରୁ ନେଇଯାଇଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ମୃତକ ଜଣକ ହେଲେ ବରଟୋଲି ଗାଁର ସ୍ବର୍ଗତ ଦେବରାଜ ସିଂହ ଝିଅ ।

ଦୁଇ ମାସ ପୂର୍ବେ ଦେବରାଜଙ୍କ ମୃତ୍ୟୁ ପରେ ପତ୍ନୀ ରାଧା ଦୁଇ ଝିଅଙ୍କୁ ନେଇ ଜୀବନ କାଟୁଥିଲେ । ବଡ଼ ଝିଅକୁ ୬ ବର୍ଷ ହୋଇଥିବା ବେଳେ ସାନ ଝିଅ ମାତ୍ର ୪ ବର୍ଷର । ତେବେ ରାଧା ଘର ସମ୍ମୁଖରେ ଏକ ଚା' ଓ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଗତ(ଶନିବାର) ସନ୍ଧ୍ୟାରେ ୬ ବର୍ଷୀୟା ବଡ଼ ଝିଅ ଘର ସମ୍ମୁଖରେ ଥିବା ଏକ ପଥର ଗଦାରେ ଖେଳୁଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା । ପଡୋଶୀମାନଙ୍କ ସହଯୋଗରେ ସୋହାନୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ଭି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁ ପରେ ମୃତଦେହକୁ ଆରଜିଏଚ୍‌ ମର୍ଗ ହାଉସରେ ରଖାଯାଇଥିଲା । ହେଲେ ଝିଅର ଅକାଳ ବିୟୋଗକୁ ଗ୍ରହଣ କରିପାରି ନଥିଲେ ମାଆ । ଝଡ଼ାଫୁଙ୍କା କରି ଝିଅର ଜୀବନ ବଞ୍ଚାଇବାକୁ ସେ ସ୍ଥିର କରିଥିଲେ । ଏଣୁ ମର୍ଗ ହାଉସର ତାଲା ଭାଙ୍ଗି ମୃତଦେହକୁ ସାଙ୍ଗରେ ନେଇ ଯାଇଥିଲେ । ଏହାସହ ଫାଟକରେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକେ ତାଙ୍କୁ ଧକ୍କା ମାରି ସେଠାରୁ ମୃତଦେହ ନେଇ ଯାଇଥିଲେ । ତେବେ ଘରେ ପହଞ୍ଚି ଗୁଣିଗାରେଡି ଆରମ୍ଭ କରିଥିଲେ ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ ......ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ, ମୃତ୍ୟୁକୁ ନେଇ ସସପେନ୍ସ

ଏନେଇ ରଘୁନାଥପାଲ୍ଲୀ ଥାନା ପୋଲିସ ଟାଙ୍ଗରପାଲି ପୋଲିସ ସହାୟତାରେ ସୋନାପର୍ବତ ଅଞ୍ଚଳରେ ପହଞ୍ଚିଥିଲେ । ପରିବାର ଲୋକଙ୍କଠାରୁ ମୃତଦହ ଜବତ କରିଥିଲେ । ତେବେ ମୃତକଙ୍କ ପରିବାର ଲୋକେ ପୋଲିସକୁ ମୃତଦେହ ଦେବା ପାଇଁ ଅମଙ୍ଗ ହୋଇଥିଲେ । ହେଲେ ସେମାନଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ କରି ପୁଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏହି ଘଟଣା ପରେ ଟାଙ୍ଗରପାଲ୍ଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସେପଟେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.