ନିଆଁର ଆଁରେ ଜଳିଗଲା 15 ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

By ETV Bharat Odisha Team

Published : Mar 3, 2024, 9:01 AM IST

thumbnail

Fire breaks out in Jagatsinghpur:ଜଗତସିଂହପୁର: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା ଘର  । ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ୧୦ଟି ପରିବାରର ଲୋକେ ସର୍ବସ୍ବାନ୍ତ । ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ଫକୀର ପଡା ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଦମକଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । 

ସୂଚନା ମୁତାବକ, ଫକୀରପଡା ଗାଁରେ ରେବ ବିଶ୍ୱାଳ ନିଜ ରୋଷେଇ ଘରେ ଚୁଲିରେ ରୋଷେଇ ବସାଇ ଗୁହାଳରେ କାମ କରୁଥିଲେ । ହଠାତ୍‌ ଚୁଲିରୁ ନିଆଁ ଉଠି ଚାଳରେ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପିଯିବା ଫଳରେ 15 ବଖରା ଘର ପୋଡି ଭସ୍ମୀଭୂତ ହୋଇ ଯାଇଥିଲା । ଏହି ଅଗ୍ନିକାଣ୍ଡରେ 50 ବସ୍ତା ଧାନ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଟିଭି, ଫ୍ରିଜ, ଓ ଘର କାରଣା ସାମଗ୍ରୀ ଭସ୍ମୀଭୂତ ହୋଇ ଯାଇଛି । ଖବର ପାଇ ବାଲିକୁଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଦମକଳ ବିଭାଗ କର୍ମଚାରୀ ବିଳମ୍ବରେ ପହଞ୍ଚିଥିବାରୁ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ତେବେ ବାଲିକୁଦା ତହସିଲଦାର ଅଗ୍ନି ବିପନ୍ନମାନଙ୍କୁ ପଲିଥିନ ଓ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି । ସେପଟେ ଏହି ଘଟଣାରେ ଦୁଇଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.