ଉଦାହରଣ ସାଜିଲେ ଶତାୟୁ ଭୋଟର, ଆଶା ବାଡ଼ି ଧରି ପହଞ୍ଚିଲେ ମତଦାନ କେନ୍ଦ୍ରରେ - 102 year old lady cast her vote

By ETV Bharat Odisha Team

Published : Apr 19, 2024, 5:08 PM IST

thumbnail

A 102 year-old lady cast her vote: ଚେନ୍ନାଇ: ଦେଶରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ନେତା ବାଛିବା ଲାଗି ସବୁ ଭୋଟର ବେଶ ଉତ୍ସାହିତ । ଏଥିରୁ ବାଦ ପଡ଼ିନାହାନ୍ତି 102 ବର୍ଷୀୟ ବୃଦ୍ଧା । ତାମିଲନାଡୁରେ ଆଜି 39ଟି ଲୋକସଭା ଆସନ ଲାଗି ଭୋଟ ପଡ଼ିଥିବା ବେଳେ ଡିଣ୍ଡିଗୁଲ ଜିଲ୍ଲା ରେଡ୍ଡିୟାରଚତ୍ରମଠାରେ ଅଣ୍ଟା ସଳଖି ଛିଡ଼ା ହୋଇପାରୁନଥିବା ଜଣେ 102 ବର୍ଷୀୟ ବୃଦ୍ଧା ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ । ଆଉ ନିଜ ମତଦାନ କରିଛନ୍ତି । ଯାହାଦ୍ବାରା ସେ ଯୁବ ଭୋଟରଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ଚଳିତ ବର୍ଷ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ 85ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଭୋଟରଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ଏହି ବୃଦ୍ଧା ଜଣକ ଆସି ଭୋଟ ଦେଇଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.