ପୁରୀରେ ଗଡ଼ିଲା ଲକ୍ଷ୍ମୀ ବସ, 5 ଟଙ୍କାରେ ଯାତ୍ରା କରିବେ ମହିଳା ଏବଂ ଛାତ୍ରଛାତ୍ରୀ

By ETV Bharat Odisha Team

Published : Feb 16, 2024, 11:06 PM IST

thumbnail

Laccmi bus service inaugurated in Puri: ପୁରୀ: ରାଜ୍ୟରେ ଆଜି 6ଟି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ ପୁରୀ ଜିଲ୍ଲାରେ 22ଟି ବସର ଶୁଭାରମ୍ଭ ହୋଇଛି । ଏହି ବସ ପ୍ରତି ପଞ୍ଚାୟତରୁ ବ୍ଳକ୍ ମୁଖ୍ୟାଳୟକୁ ଗଡିବ । ଏହା ଦ୍ବାରା ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସହ ସାଧାରଣ ଲୋକମାନେ ବେଶ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ କହିଛନ୍ତି । ଛାତ୍ରଛାତ୍ରୀ ମାନେ ସ୍କୁଲ କିମ୍ବା କଲେଜକୁ ଏହି ଲକ୍ଷ୍ମୀ ବସ ମାଧ୍ୟମରେ ମାତ୍ର 5 ଟଙ୍କା ଦେଇ ଯାତାୟତ କରିପାରିବେ । ସେହିପରି ବିଭିନ୍ନ କ୍ଷେତ୍ରରେ ରହି କାର୍ଯ୍ୟ କରୁଥିବା ମହିଳା, ମିଶନ ଶକ୍ତି ମହିଳା ମାନେ ମଧ୍ୟ ମାତ୍ର 5 ଟଙ୍କାରେ ଯାତ୍ରା କରି ପାରିବେ । ଏହି ଲକ୍ଷ୍ମୀ ବସ ସେବା ଦ୍ବାରା ଗ୍ରାମାଞ୍ଚଳରେ ଯାତାୟତ ସୁଗମ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।  

ଏହା ମଧ୍ୟ ପଢ଼ନ୍ତୁ.... ୬ ଜିଲ୍ଲାରେ ଗଡ଼ିଲା ୧୯୮ ଲକ୍ଷ୍ମୀ ବସ; ୧୩୬୩ ପଞ୍ଚାୟତର ୭୫ ଲକ୍ଷ ଲୋକ ଉପକୃତ

ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି 6ଟି ଜିଲ୍ଲାରେ 198ଟି ବସ ଶୁଭାରମ୍ଭ ହୋଇଛି । ଆସନ୍ତା ଫେବୃଆରି ମାସ ସୁଦ୍ଧା ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଏହି ଅବସର ରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଭେଚ୍ଛା ଦେଇଥିଲେ । ପୁରୀ ତାଳବଣିଆ ଇନଡୋର ଷ୍ଟାଡିୟମ୍ ଠାରେ  ସ୍ଵତନ୍ତ୍ର ସଭାର ଆୟୋଜନ ହୋଇଥିଲା । ସେପଟେ ଗ୍ରାମାଞ୍ଚଳ ଲୋକଙ୍କ ଅର୍ଥ ନୈତିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ଲକ୍ଷ୍ମୀ ବସ ଯୋଜନା କୁ ଉଚ୍ଚ ପ୍ରଶଂସା କରିଛନ୍ତି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି ‘‘ଏହା ଦ୍ବାରା ଲୋକ ମାନେ ବହୁତ ଉପକୃତ ହେବେ । ଗରିବ ଲୋକଙ୍କ ଠାରୁ ଆରମ୍ଭ କରି ମହିଳା, ଛାତ୍ରଛାତ୍ରୀ ମାନେ ବେଶ୍ ଉପକୃତ ହେବେ । ମହିଳା ମାନେ ଏହାର ପରିଚାଳନା ଭାର ନେଇ ରୋଜଗାରକ୍ଷମ ହୋଇ ପାରିବେ । ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ । ’’

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.