ଟ୍ରାଇଗର ଟ୍ରାୟମ୍ଫ ଅଭ୍ୟାସ 2024: ଭାରତ-ଆମେରିକା ନୌସେନାର ଶକ୍ତି ପ୍ରଦର୍ଶନ - Tiger Triumph 2024

By ETV Bharat Odisha Team

Published : Mar 29, 2024, 10:51 PM IST

thumbnail

TIGER TRIUMPH 2024: ବିଶାଖାପାଟନମ: ଆନ୍ଧ୍ରପ୍ରଦେଶ କାକିନାଡାରେ ଆୟୋଜିତ ହୋଇଯାଇଛି ଭାରତ-ଆମେରିକାର ମିଳିତ ଅଭ୍ୟାସ 'ଟାଇଗର ଟ୍ରାୟମ୍ଫ-2024' । ଏହି ମିଳିତାଭ୍ୟାସରେ ଭାରତୀୟ ନୌସେନା ଓ ଆମେରିକା ନୌସେନା ଶକ୍ତି ପ୍ରଦର୍ଶନ କରିଛନ୍ତି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ସମର ଅଭ୍ୟାସରେ କ୍ରସ ଡେକ୍‌ ହେଲିକପ୍ଟରର ମଧ୍ୟ ସଞ୍ଚାଳନ କରାଯାଇଥିଲା । ଆମେରିକା ମେରାଇନ ସିଏଚ-53ଇ 'ସୁପର ଷ୍ଟାଲିୟନ' ବିଶାଖାପାଟନମର ନାଭାଲ ଏୟାର ଷ୍ଟେସନ ଆଇଏନଏସ ଡେଗାରେ ଲ୍ୟାଣ୍ଡ କରିଥିଲା । ଏଥିରେ ଉଭୟ ଦେଶର ଲଢୁଆ ଯୁଦ୍ଧ ଜାହାଜ ଅଂଶଗ୍ରହଣ କରି ସାମରିକ କଳା ପ୍ରଦର୍ଶନ କରିଛନ୍ତି । ଏହି ମିଳିତ ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ଉଭୟ ରାଷ୍ଟ୍ରର ସଶସ୍ତ୍ର ବଳ ମଧ୍ୟରେ ଉତ୍ତମ ବୁଝାମଣାକୁ ଦର୍ଶାଇବା । ବୁଧବାର ଏହି ଅଭ୍ୟାସର ଆରମ୍ଭ ହୋଇଥିବା ବେଳେ ସମୁଦ୍ରକୂଳରେ ଦୁଇ ରାଷ୍ଟ୍ରର ନୌସେନା ଜାହାଜକୁ ଦେଖିବାକୁ ମିଳିଥିଲା । ଟାଇଗର ଟ୍ରାୟମ୍ଫ-2024 ହେଉଛି ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ, ତ୍ରି-ସେବା ଅଭ୍ୟାସ । ଯାହାକି ମାର୍ଚ୍ଚ 18ରୁ ଆରମ୍ଭ ହୋଇଥିବା ବେଳେ 31 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଭ୍ୟାସର ଉଦଘାଟନୀ ସମାରୋହ 19 ତାରିଖରେ ଆଇଏନଏସ ଜଳାଶ୍ବରେ ହୋଇଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.