ମା’ କଟକଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟପାଳ, ଅସହାୟଙ୍କୁ ଦେଲେ ସହାୟତା - Governor Visit Maa Cuttack Chandi

By ETV Bharat Odisha Team

Published : Apr 9, 2024, 4:35 PM IST

thumbnail

Governor Visit Maa Cuttack Chandi Temple: କଟକ: ରାଷ୍ଟ୍ରୀୟ ନବବର୍ଷ ଅବସରରେ ମା କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସ୍ଵତନ୍ତ୍ର କାରକେଡ଼ ମାଧ୍ୟମରେ ଆସି ମାଆଙ୍କୁ ପୂଜାର୍ଚ୍ଚନା କରିବା ସହ ମାଆ କଟକ ଚଣ୍ଡୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ରାଜ୍ୟପାଳ । ଏହାସହ ଜଣେ ମାନସିକ ବିକାରଗସ୍ତ ନାବାଳକ ଓ ଜଣେ କୃତି ବାସ୍କେଟବଲ ଖେଳାଳିକୁ ଭେଟିବା ସହ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟପାଳ । ରାଜ୍ୟପାଳଙ୍କ ଗସ୍ତ ସମୟରେ ଭିଡ଼କୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବଳୟ ରଖାଯାଇଥିଲା । ଅନ୍ୟପଟେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ପୀଠରେ ଆଜି ବାସନ୍ତୀକ ଦୁର୍ଗା ପୂଜା ନବଦିନାତ୍ମକ ଉପଚାର ପୂଜା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ... ଆଜି ମା' ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ, ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ - Rajarajeswari Besha

ମହାନଦୀରୁ ପବିତ୍ର ଜଳ ଆସିବା ପରେ ଘଟ ସ୍ଥାପନ କରାଯାଇ ପୂଜା ଆରମ୍ଭ ହୋଇଛି । ନଅ ଦିନର ପୂଜା ମଧ୍ୟରେ ସପ୍ତମୀ, ଅଷ୍ଟମୀ, ନବମୀରେ ମାଆଙ୍କୁ ସ୍ବତନ୍ତ୍ର ବେଶରେ ସଜ୍ଜିତ କରାଯିବ । ମାଆଙ୍କ ବାସନ୍ତୀକ ନବରାତ୍ର ପୂଜା ଦେଖିବା ପାଇଁ ଚଣ୍ଡୀ ମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ତେବେ ମାଆଙ୍କ ମନ୍ଦିର ବିକାଶ ପାଇଁ ପୂର୍ବରୁ ରାଜ୍ୟ ସରକାର ମେଗାପ୍ଲାନ ପ୍ରସ୍ତୁତ କରିଛନ୍ତି । କଟକ ଚଣ୍ଡୀଙ୍କ ମନ୍ଦିରକୁ ସମ୍ପ୍ରସାରଣ କରିବା ପାଇଁ ବିକାଶ କାର୍ଯ୍ୟ ତ୍ବରିତ ଢଙ୍ଗରେ ଆରମ୍ଭ କରିଥିଲେ ରାଜ୍ୟ ସରକାର । କିଛି ମାସ ପୂର୍ବରୁ ସମୀକ୍ଷା ପାଇଁ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମନ୍ଦିର ଗସ୍ତ କରିଥିଲେ । ଏହାସହ ଜିଲ୍ଲା ପ୍ରଶାସନ, ସିଏମସି , ସିଡିଏ ଙ୍କ ତତ୍ବାଵଧାନରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.