ଚୁଲି ନିଆଁରୁ ଜଳିଗଲା 7 ବଖରା - FIRE MISHAP

By ETV Bharat Odisha Team

Published : Apr 18, 2024, 10:54 PM IST

thumbnail

Fire breakout in Khordha: ଖୋର୍ଦ୍ଧା: ଚୁଲିରୁ ନିଆଁ ବ୍ୟାପି ୭ ବଖରା ଘର ଭସ୍ମୀଭୂତ । ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ପଞ୍ଚାୟତ ପିଣ୍ଡାମୂଳ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ପ୍ରଚଣ୍ଡ ରୌଦ୍ରତାପ ଫଳରେ ନିଆଁର ପ୍ରକୋପ ଦ୍ବିଗୁଣିତ ହୋଇଥିଲା । ଫଳରେ ଗ୍ରାମର ୫ଟି ପରିବାରର ୭ ବଖରା ଘର ସମେତ ଆସବାପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ... ଢେଙ୍କାନାଳ ନର୍ଭେରାମ କାରଖାନାରେ ଅଗ୍ନିକାଣ୍ଡ, ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ - Fire Breaks Out

ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ଚୁଲିରେ କ୍ଷୀର ଫୁଟାଇ ଘରେ କାମ କରୁଥିବା ବେଳେ ଅସାବଧାନତା କାରଣରୁ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ଗୋଟିଏ ପରେ ଗୋଟିଏ ଘରେ ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ପ୍ରଥମେ ଚେଷ୍ଟା କରିଥିଲେ । ପରେ ଖବରପାଇ ନିକଟସ୍ଥ ନୟାଗଡ଼ ଜିଲ୍ଲା ରଣପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଜଳୁଥିବା ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଗ୍ରାମର ରବିନ୍ଦ୍ର ବେହେରା, ଚିନ୍ତାମଣି ବେହେରା, ଜଳଧର ବେହେରା, ଭଗବାନ ବେହେରା ଆଦି ଲୋକଙ୍କ ଚାଳ ଏବଂ ଆଜବେଷ୍ଟ ଘର ସମେତ ଆସବାପତ୍ର ଜଳି ପୋଡି ପାଉଁଶ ହୋଇ ଯାଇଛି । ଅଗ୍ନୀବିପନ୍ନ ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅଗ୍ନିଶମ ବିଭାଗ ଆକଳନ କରିଛି । ଖବର ପାଇ ସିକୋ ରାଜସ୍ୱ ନିରୀକ୍ଷକ ବିଶେଶ୍ୱର ରାୟ ବେହେରା ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଆଇନ ଅନୁସାରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.