ଅନୁଗୋଳ ହିଂଶ୍ରୀଡ଼ା ଜଙ୍ଗଲ ଜଳୁଛି, ଆଖ ପାଖକୁ ବ୍ୟାପୁଛି ! - ANGUL FOREST FIRE

By ETV Bharat Odisha Team

Published : Apr 26, 2024, 1:13 PM IST

thumbnail
()

FOREST FIRE ଅନୁଗୋଳ: ଜିଲ୍ଲାରେ ବ୍ୟାପୁଛି ଜଙ୍ଗଲ ନିଆଁ । ଅନୁଗୋଳ ବନଖଣ୍ଡର ବିଭିନ୍ନ ଜଙ୍ଗଲ ହୁ ହୁ ହୋଇ ଜଳୁଛି।  ଅଗ୍ନିକାଣ୍ଡ ଯୋଗୁଁ ଭୟରେ ଜଙ୍ଗଲ ଜନ୍ତୁ ଓ ଜଙ୍ଗଲ ପାଖ ଗାଁ ଲୋକେ । ନିଆଁ ଲାଗି ଜାଳି ପୋଡି ଛାର ଖାର ହେଇଯାଉଛି ଅନେକ ଔଷଧୀୟ ବୃକ୍ଷ । ବର୍ତ୍ତମାନ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ହୋଇଥିବା ବେଳେ ଜଙ୍ଗଲ ନିଆଁ ଆହୁରି ଅସ୍ତବ୍ୟସ୍ତ କରି ପକାଉଛି । ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକ ଏବେ ବିପଦରେ ଅର୍ଥାତ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଜଙ୍ଗଲ ନିଆଁ ଏତେ ମାତ୍ରାରେ ବ୍ୟାପୁଛି ଯେ ବନ ବିଭାଗ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ନିଆଁକୁ ଆୟତ୍ତ କରି ପାରୁ ନାହାନ୍ତି । ଅନୁଗୋଳ ବନାଞ୍ଚଳ ହିଂଶ୍ରୀଡା ଜଙ୍ଗଲରେ ଗତ ୩ଦିନ ହେଲା ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେଉଛି । ବହୁ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇ ଯାଉଛି । ସରୀସୃପ ଓ କୀଟ ପତଙ୍ଗ ନିଆଁର ଶିକାର ହେଉଛନ୍ତି । ଜଙ୍ଗଲଟି ଗାଁକୁ ଲାଗି ରହିଥିବାରୁ ନିଆଁ ବ୍ୟାପିବା ଭୟରେ ଲୋକେ ଶୋଇ ପାରୁ ନାହାନ୍ତି । ତେବେ ଏହି ଜଙ୍ଗଲକୁ ଲାଗି ରହିଛି ସାତକୋଶିଆ ଅଭୟାରଣ୍ୟ । ତେବେ ଏହି ନିଆଁ ଅଭୟାରଣ୍ୟକୁ ବ୍ୟାପିଯିବ ସେନେଇ ଭୟ ରହୁଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.