ଶକ୍ତି ପ୍ରଦର୍ଶନ କରି ଦ୍ବିତୀୟ ସେଟ୍ ନାମାଙ୍କ ଭରିଲେ ବିଭୁତି ଓ ଶତୃଘ୍ନ - parjang assembly constituency

By ETV Bharat Odisha Team

Published : May 6, 2024, 10:54 PM IST

thumbnail
ଶକ୍ତି ପ୍ରଦର୍ଶନ କରି ଦ୍ବିତୀୟ ସେଟ୍ ନାମାଙ୍କ ଭରିଲେ ବିଭୁତି ଓ ଶତୃଘ୍ନ (ETV BHARAT ODISHA)

ODISHA ASSEMBLY ELECTION 2024: ଢେଙ୍କାନାଳ: ଆସନ୍ତା ୨୫ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଥିଲା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଶେଷ ଦିନରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ପାଇଁ ଆଜି ମୋଟ ୧୦ ଜଣ ନାମାଙ୍କନ ଦାଖଲ କରିଛନ୍ତି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଓ ୪ ଜଣ ସ୍ବଧାୀନ ପ୍ରାର୍ଥୀ ଦାଖଲ କରିଛନ୍ତି । ସେହିଭଳି ପରଜଙ୍ଗ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ବିଜେପି ପ୍ରାର୍ଥୀ ଏବଂ ୪ ଜଣ ସ୍ବଧାୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । 

କାମାକ୍ଷାନଗର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ସେଠୀ, ଶରତ ଚନ୍ଦ୍ର ନାୟକ, ପରମାନନ୍ଦ ବେହେରା ଓ ମହେଶ୍ୱର ସାହୁ ଏପରି ୪ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ସେହିପରି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଗଦାଧର ପ୍ରଧାନ, ପତିତପାବନ ମହାପତ୍ର, ରଘୁନାଥ ସିଂହ ଓ ବିଜୟ କୁମାର ରାଉତରାୟ ଏପରି ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି । ସେହିପରି ପରଜଙ୍ଗ ପାଇଁ ବିଜେପି ପକ୍ଷରୁ ବିଭୁତି ଭୂଷଣ ପ୍ରଧାନ ଓ କମାକ୍ଷ୍ୟାନଗର ପାଇଁ ଶତୃଘ୍ନ ଜେନା ଆଜି ପୁଣି ବିଧିବଦ୍ଧ ଭାବେ ଦ୍ୱିତୀୟ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

ଏହି ଅବସରରେ ବିଭୁତି ଏବଂ ଶତୃଘ୍ନ ଏକାଠି ବିରାଟ ଶୋଭାଯାତ୍ରା କରିଥିବା  ଦେଖିବାକୁ ମିଳିଥିଲା । ବିଜେପିର ଏହି ଦୁଇ ପ୍ରାର୍ଥୀ ଓ କର୍ମୀଙ୍କ ଉତ୍ସାହ ବଢାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଆ ବାସନ୍ତୀ ମଞ୍ଜରୀ ପ୍ରଧାନଙ୍କୁ ମଧ୍ୟ ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ବିଜେପି ପ୍ରାର୍ଥୀ ବିଭୁତି ପ୍ରଧାନ ତାଙ୍କର ଭଣଜା ବୋଲି ଜଣାପଡିଛି ।  

ଏହା ମଧ୍ୟ ପଢନ୍ତୁ......ଅନନ୍ତଙ୍କ ପାୱାର ସୋ’ରେ କମ୍ପିଲା ରାଜଧାନୀ, ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ପ୍ରକାଶ - BHUBANESWAR CENTRAL CONSTITUENCY


ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.