ETV Bharat / state

ଶିମିଳିପାଳ ଉପରେ AIର ନଜର, ନିଆଁ ଲାଗୁଥିବା ଜଙ୍ଗଲର ତଥ୍ୟ ଦେବ କ୍ୟାମେରା - AI used For Forest Fire Management

author img

By ETV Bharat Odisha Team

Published : Apr 25, 2024, 8:02 PM IST

Forest Fire
Forest Fire

AI used For Forest Fire Management: ବନବିଭାଗକୁ ଖବର ଦେଉଛି AI କ୍ୟାମେରା । AI ସାହାଯ୍ୟରେ କିପରି ଜଙ୍ଗଲ ନିଆଁ ନିୟନ୍ତ୍ରଣ କରାଯାଉଛି, ଜାଣନ୍ତୁ ।

Forest Fire

ଭୁବନେଶ୍ବର: ଶିମିଳିପାଳ ନିଆଁ ଉପରେ AIର ନଜର । ନିଆଁ ଲାଗିବା ମାତ୍ରେ ବନବିଭାଗକୁ ଖବର ଦେଉଛି (କୃତିମ ବୁଦ୍ଧିମତା) AI କ୍ୟାମେରା । ଏବେ ଶିମିଳିପାଳରେ ପରୀକ୍ଷାମୂଳକ ଭାବେ ୬ଟି AI କ୍ୟାମେରା ବ୍ୟବହୃତ ହୋଇଛି । ଆଗକୁ ସାତକୋଶିଆ ସମେତ ନିଆଁ ଲାଗୁଥିବା ଜଙ୍ଗଲରେ ବ୍ୟବହାର ହେବ AI । ଶିମିଳିପାଳ ଅଭୟାରଣ୍ୟରେ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI । ନିଆଁ ଲାଗିବା ୩୬୦ ଡିଗ୍ରୀ ବୁଲି ପାରୁଥିବା ଏହି AI କ୍ୟାମେରା ବନବିଭାଗକୁ ଖବର ଦେଉଛି । ନିଆଁ ଲାଗିଥିବା ଅଞ୍ଚଳ ଉପରେ ଏହା କ୍ୟାମେରା ଜୁମ୍ କରି ସଠିକ ଭୌଗୋଳିକ ତଥ୍ୟ ପ୍ରଦାନ କରୁଛି । ଯାହା ଫଳରେ ବନ କର୍ମଚାରୀ GPS ବ୍ୟବହାର କରି ତତ୍କାଳ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିପାରୁଛନ୍ତି । ଯେଉଁଥିପାଇଁ ଚଳିତ ବର୍ଷ ଶିମିଳିପାଳରେ ନିଆଁ କମ୍ ରହିଛି ।

ଶିମିଳିପାଳରେ ପରୀକ୍ଷାମୂଳକ ଭାବେ ୬ଟି AI କ୍ୟାମେରା ଜରିଆରେ କାର୍ଯ୍ୟକାରୀ କରାଯାଉଛି । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ସାତକୋଶିଆ ଅଭୟାରଣ୍ୟ ସମେତ ରାଜ୍ୟରେ ଅଧିକ ନିଆଁ ଲାଗୁଥିବା ଜଙ୍ଗଲରେ AIର ସହାୟତା ନିଆଯିବ ବୋଲି କହିଛନ୍ତି ପିସିସିଏଫ । ସେ କହିଛନ୍ତି, "ପ୍ରତି ୪ ଘଣ୍ଟାରେ ନିଆଁ ଲାଗୁଛି ବୋଲି ସାଟେଲାଇଟ ମାଧ୍ୟମରେ ମେସେଜ ଆସିପାରୁଛି । ଦକ୍ଷିଣ ଓଡ଼ିଶାରେ ଅଧିକ ଜଙ୍ଗଲ ନିଆଁ ଲାଗୁଛି । ରାୟଗଡ଼ା, କଳାହାଣ୍ଡି, କୋରାପୁଟରେ ଅଧିକ ନିଆଁ ଚିହ୍ନଟ କରାଯାଉଛି । ଏହି ସମସ୍ତ ଜିଲ୍ଲାରେ ଏହି AI କ୍ୟାମେରା ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହ ଶିମିଳିପାଳରେ ସବୁଠାରୁ କମ୍ ସ୍ଥାନରେ ନିଆଁ ଲାଗିଛି। ସମସ୍ତ ପ୍ରକାରର ବ୍ୟବସ୍ଥା ସହିତ ଆଜି ପର୍ଯ୍ୟନ୍ତ ୨୦୯ ଟି ସ୍ଥାନରେ ନିଆଁ ଚିହ୍ନଟ ହୋଇଛି । ଏହାସହ ଗଭୀର ଜଙ୍ଗଲରେ ନିଆଁ ଲାଗିନାହିଁ କିନ୍ତୁ ଗାଁ ପାଖାପାଖି ଜଙ୍ଗଲରେ ନିଆଁ ଲାଗୁଛି । ଓଡ୍ରାଫ ଟିମ ମଧ୍ୟ ନିୟୋଜିତ ହେଉଛନ୍ତି । ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ରହିଛନ୍ତି । ମେ ମାସରେ ଏତେ ଆଉ ନିଆଁ ଚିହ୍ନଟ ହେବ ନାହିଁ।"

ଏହା ବି ପଢନ୍ତୁ...ଜଙ୍ଗଲ ନିଆଁ ରୋକିବେ ଓଡ୍ରାଫ୍ ଟିମ, ୭ଟି ଡିଭିଜନରେ ହେବେ ନିୟୋଜିତ - ODRAF Team Deployed


ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି, "ଗତକାଲି ୧୨୮ ଟି ପଏଣ୍ଟରେ ନିଆଁ ଲାଗିଥିଲା । ବର୍ତ୍ତମାନ ୧୦୦ ପ୍ରତିଶତ ଆଟେଣ୍ଡ କରାଯାଉଛି । ଓଡ୍ରାଫ ଟିମ ୭ଟି ଡିଭିଜନ ସମେତ ଶିମିଳିପାଳକୁ ମଧ୍ୟ ପଠାଇ ଦିଆଯାଇଛି । ବର୍ତ୍ତମାନ ଜଙ୍ଗଲ ନିଆଁ ନିୟନ୍ତ୍ରଣାଧୀନ ରହିଛି । ଏହାର କାରଣ ଅନେକ ସ୍ଥାନରେ କାଳବୈଶାଖୀ ହେବା ସହ ବର୍ଷ ମଧ୍ୟ ହୋଇଥିଲା । ରାଜ୍ୟରେ ଅନେକ ସ୍ଥାନରେ ଜଙ୍ଗଲରେ ନିଆଁ ଲଗାଇଥିବା ୬୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଧରିଛି ବନ ବିଭାଗ । ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଚଳିତ ବର୍ଷ ୧୬ହଜାର ପଏଣ୍ଟରେ ନିଆଁ ଚିହ୍ନଟ କରାଯାଇଛି । ଗତ ବର୍ଷ ପାଖାପାଖି ୩୮ ହଜାର ପଏଣ୍ଟରେ ନିଆଁ ଲାଗିଥିଲା । ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ପାର୍ ରହୁଥିବାରୁ ଏହା ବନ ବିଭାଗ ପାଇଁ ଏକ ବଡ଼ ଚାଲେଞ୍ଜ ହେବ। ରାଜ୍ୟରେ ନିଆଁ ଲିଭେଇବା ପାଇଁ ୩୭୦ ଜଣ ଫାୟାର ସ୍କ୍ୱାଡଙ୍କୁ ନିୟୋଜିତ କରାଯାଇଛି । ସେଥିପାଇଁ ୩୩୦ଟି ଜଙ୍ଗଲୀ ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ସ୍କ୍ୱାଡମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗ୍ଲୋଭ, ସେଫ୍ଟି କିଟ୍ ଯୋଗାଇ ଦିଆଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.