ETV Bharat / state

ଜଙ୍ଗଲ ନିଆଁ ରୋକିବେ ଓଡ୍ରାଫ୍ ଟିମ, ୭ଟି ଡିଭିଜନରେ ହେବେ ନିୟୋଜିତ - ODRAF Team Deployed

author img

By ETV Bharat Odisha Team

Published : Apr 22, 2024, 9:26 PM IST

Forest Fire Prevention
Forest Fire Prevention

Forest Fire Prevention: ଜଙ୍ଗଲ ନିଆଁ ରୋକିବାକୁ ବଡ଼ ପଦକ୍ଷେପ ନେଇଛି ବନବିଭାଗ । ୭ଟି ଡିଭିଜନରେ ଓଡ୍ରାଫ ଟିମ୍ ନିୟୋଜିତ କରାଯାଉଛି । ଅଧିକ ପଢନ୍ତୁ

Forest Fire Prevention

ଭୁବନେଶ୍ବର: ଜଙ୍ଗଲ ନିଆଁ ରୋକିବେ ଓଡ୍ରାଫ୍ ଟିମ । ୭ଟି ଡିଭିଜନରେ ଓଡ୍ରାଫ ଟିମ୍ ନିୟୋଜିତ କରାଯାଇଛି । ଅଧିକ ବନାଗ୍ନି ଦେଖାଦେଉଥିବା ୭ଟି ଡିଭିଜନରେ ନିୟୋଜିତ ହୋଇଛନ୍ତି ଓଡ୍ରାଫ । ବାଲିଗୁଡ଼ା, ଫୁଲବାଣୀ, ବଣାଇ, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ଶିମିଳିପାଳ ଭଳି ୭ ବନଖଣ୍ଡରେ ଓଡ୍ରାଫ୍ ନିୟୋଜିତ ହୋଇଛନ୍ତି । ଆଜି ସେମାନେ ବାହାରି ଯାଇଥିବାବେଳେ ଆସନ୍ତାକାଲି ସୁଦ୍ଧା ନିୟୋଜିତ ହେବାକୁ ଥିବା ସ୍ଥାନରେ ପହଞ୍ଚିଯିବେ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ଵାଳ । ପିସିସିଏଫ କହିଛନ୍ତି, "ଏଯାଏଁ ରାଜ୍ୟରେ ଆୟତ୍ତରେ ଅଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ରୋକିବାକୁ ସଚେତନତା ସୃଷ୍ଟି କରାଯାଇଛି । ଗତବର୍ଷ ଏହି ସମୟ ସୁଦ୍ଧା ପ୍ରାୟ ୩୨ ହଜାର ୫ ଶହ ପଏଣ୍ଟରେ ନିଆଁ ଲାଗିଥିବାବେଳେ ଚଳିତ ବର୍ଷ ଏଯାଏଁ ତାହା ୧୨ ହଜାରରେ ସୀମିତ ରହିଛି ।


ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଖୁବ କମ ପଏଣ୍ଟରେ ନିଆଁ ଲାଗିଛି । ମଧ୍ୟ ଓଡ଼ିଶାର ଅନେକ ଜଙ୍ଗଲରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ବର୍ତ୍ତମାନ ସମୟରେ ରାଜ୍ୟରେ ଥିବା ଜଙ୍ଗଲ ଗୁଡିକରେ ଲାଗୁଥିବା ନିଆଁର ୯୯ ପ୍ରତିଶତ ହେଉଛି ମନୁଷ୍ୟକୃତ । ଯେଉଁ ସ୍ଥାନରେ ନିଆଁ ଲାଗୁଥିବା ନେଇ ସୂଚନା ମିଳୁଛି, ତୁରନ୍ତ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ ନିଆଯାଉଛି । ଏହାସହ ଜଙ୍ଗଲରେ ପୋଡୁ ଚାଷ ପାଇଁ ଲୋକମାନେ ନିଆଁ ଲଗାଉଛନ୍ତି । ତେବେ ଅନେକ ସମ୍ବେଦନଶୀଳ ଜଙ୍ଗଲ ବନ ବିଭାଗର ଫୋକସରେ ରହିଛି ।

ଏହା ବି ପଢନ୍ତୁ...ବନାଗ୍ନି ରୋକିବାକୁ ବଡ଼ ପଦକ୍ଷେପ; ଜଙ୍ଗଲରେ ଲାଗିଲା ଫାୟାର ଲାଇନ, ପାର ହେବନି ନିଆଁ - Forest Fire

ଏଥିରେ ପ୍ରାୟତଃ ମନୁଷ୍ୟକୃତ ଜଙ୍ଗଲ ନିଆଁର ମାତ୍ରା ଅଧିକ ରହିଛି । ରାଜ୍ୟରେ ନିଆଁ ଲିଭାଇବା ପାଇଁ ୩୭୦ ଜଣ ଫାୟାର ସ୍କ୍ୱାଡଙ୍କୁ ନିୟୋଜିତ କରାଯାଇଛି । ସେଥିପାଇଁ ୩୩୦ଟି ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହା ସହ ସ୍କ୍ୱାଡମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗ୍ଲୋଭ ଓ ସେଫଟି କିଡ ଯୋଗାଇ ଦିଆଯାଉଛି । ଏହାସହ ଡିସେମ୍ବର ଓ ଜାନୁଆରୀ ମାସଠାରୁ ଜଙ୍ଗଲ ମଧ୍ୟରେ ଫାୟାର ଲାଇନ କରାଯାଇଛି । ଯାହା ଫଳରେ ଯଦି ଜଙ୍ଗଲ ମଧ୍ୟରେ ନିଆଁ ଲାଗେ, ତେବେ ଏହି ଫାୟାର ଲାଇନ ଦ୍ଵାରା ନିଆଁ ଆଗକୁ ଯାଇପାରିବ ନାହିଁ । କିଛି ପରିମାଣରେ ନିଆଁକୁ ଅଟକାଇ ଯାଇପାରିବ । ଏହି ନିଆଁ ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରହିବ । ଏହି ଫାୟାର ଲାଇନ ରାଜ୍ୟର ବିଭିନ୍ନ ଜଙ୍ଗଲରେ ପ୍ରସ୍ତୁତ କରାଯାଇ ନିଆଁକୁ ରୋକାଯାଉଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.