ETV Bharat / state

ବନାଗ୍ନି ରୋକିବାକୁ ବଡ଼ ପଦକ୍ଷେପ; ଜଙ୍ଗଲରେ ଲାଗିଲା ଫାୟାର ଲାଇନ, ପାର ହେବନି ନିଆଁ - Forest fire

author img

By ETV Bharat Odisha Team

Published : Mar 30, 2024, 8:25 PM IST

PREVENTION OF FOREST FIRE: ଜଙ୍ଗଲ ନିଆଁ ରୋକିବାକୁ ବଡ଼ ପଦକ୍ଷେପ । ଏଣିକି ଜଙ୍ଗଲରେ ଲାଗିବ ଫାୟାର ଲାଇନ । ଏହି ଲାଇନ ପାର କରି ବ୍ୟାପି ପାରିବନି ନିଆଁ । ଅଧିକ ପଢନ୍ତୁ

PREVENTION OF FOREST FIRE
PREVENTION OF FOREST FIRE

ବନାଗ୍ନି ରୋକିବାକୁ ବଡ଼ ପଦକ୍ଷେପ; ଜଙ୍ଗଲରେ ଲାଗିଲା ଫାୟାର ଲାଇନ, ପାର ହେବନି ନିଆଁ

ଭୁବନେଶ୍ବର: ବନାଗ୍ନି ରୋକିବାକୁ ବନ ବିଭାଗର ବଡ଼ ପଦକ୍ଷେପ । ଅଗ୍ନିକାଣ୍ଡ ଏଡାଇବାକୁ ଜଙ୍ଗଲ ମଧ୍ୟରେ ଫାୟାର ଲାଇନ ପ୍ରସ୍ତୁତ । ଯାହାଦ୍ଵାରା ଏହି ଲାଇନ ପାର ହୋଇ ଯାଇପାରିବ ନାହିଁ ନିଆଁ । ଏହାସହ ଜଙ୍ଗଲରେ ଲାଗୁଥିବା ନିଆଁକୁ ତୁରନ୍ତ ଚିହ୍ନଟ କରାଯାଉଛି । ସମସ୍ତ କ୍ଷେତ୍ରରେ ୧୦୦ ପ୍ରତିଶତ ରେସପନ୍ସ କରାଯାଇଛି । ଏହାସହ ଲୋକମାନଙ୍କୁ ମଧ୍ୟ ସଚେତନତା କରାଯାଉଛି ବୋଲି ପିସିସିଏଫ ଦେବିଦତ୍ତ ବିଶ୍ବାଳ କହିଛନ୍ତି ।

ଏନେଇ ପିସିସିଏଫ ଦେବିଦତ୍ତ ବିଶ୍ଵାଳ କହିଛନ୍ତି, "ରାଜ୍ୟରେ ଗ୍ରୀଷ୍ମ ତାତି ବଢିବା ସହ ଜଙ୍ଗଲ ନିଆଁ ମଧ୍ୟ ବଢୁଛି । 3 ଦିନ ପୂର୍ବେ ୧୫୦-୨୦୦ ପଏଣ୍ଟରେ ନିଆଁ ଚିହ୍ନଟ ହୋଇଥିଲା । ଗତକାଲି ୩୮୮ ପଏଣ୍ଟରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି । ଏହାରି ମଧ୍ୟରେ ସମସ୍ତ ୧୦୦ ପ୍ରତିଶତ ରେସପନ୍ସ କରାଯାଇଛି । ଗତବର୍ଷ ଏପର୍ଯ୍ୟନ୍ତ ଫାୟାର ପଏଣ୍ଟ ୨୪ହଜାର ୬୫୪ ପଏଣ୍ଟ ହୋଇଥିଲା । ସେଥିମଧ୍ୟରୁ ୯୮ ପ୍ରତିଶତ ରେସପନ୍ସ କରାଯାଇଥିଲା । ଚଳିତ ବର୍ଷ ପାଖାପାଖି ୩ହଜାର ୭୦୦ ପଏଣ୍ଟରେ ନିଆଁ ଲାଗିଥିବା ପଏଣ୍ଟ ଚିହ୍ନଟ ହେଲାଣି । ଏହାରି ମଧ୍ୟରୁ ରେସପନ୍ସ ହୋଇଛି ୯୯ ପ୍ରତିଶତ । ଏହାକୁ ନେଇ ଅନେକ ପ୍ରସ୍ତୁତ କରାଯାଉଛି। ସ୍କ୍ବାଡମାନଙ୍କ ପାଇଁ ଗାଡ଼ି ରହିଛି ଯାହା ଜଙ୍ଗଲ ମଧ୍ୟକୁ ସୁବିଧାରେ ଚଳାଚଳ କରିପାରିବେ ।"

ଏହା ବି ପଢନ୍ତୁ- ଖରାଦିନ ଆରମ୍ଭରୁ ସାଙ୍ଘାତିକ, ରାଜ୍ୟରେ ଜଳିଲାଣି ଜଙ୍ଗଲ

ସେ ଆହୁରି କହିଛନ୍ତି, "ପ୍ରତ୍ୟେକ ସ୍କ୍ବାଡମାନଙ୍କ ପାଇଁ ମେଜର ସେଫ୍ଟି ଅତ୍ୟାଧୁନିକ ଜିନିଷ ଯୋଗାଇ ଦିଆଯାଇଛି । ଅନ୍ୟାନ୍ୟ ଯନ୍ତ୍ରପାତି ମଧ୍ୟ ଯୋଗାଇ ଦିଆଯାଇଛି। ଏହା ସହ ଗାଁ ଓ ପଞ୍ଚାୟତ ସ୍ତରରେ ସଚେତନତା କରାଯାଉଛି। ଏହା ସହ ଦୁଇ ତିନି ବର୍ଷ ହେଲା ଜଙ୍ଗଲରେ ନିଆଁ ଲାଗିବା କମୁଛି। ଏହାଛଡ଼ା ଯେଉଁମାନେ ଜଙ୍ଗଲରେ ଜାଣିଶୁଣି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଡିସେମ୍ବର ଓ ଜାନୁଆରୀ ମାସଠାରୁ ଜଙ୍ଗଲ ମଧ୍ୟରେ ଫାୟାର ଲାଇନ କରାଯାଇଛି । ଯାହା ଫଳରେ କି ଯଦି ଜଙ୍ଗଲ ମଧ୍ୟରେ ନିଆଁ ଲାଗେ ଏହି ଫାୟାର ଲାଇନ ଦ୍ଵାରା ନିଆଁ ଆଗକୁ ଯାଇପାରିବ ନାହିଁ। କିଛି ପରିମାଣରେ ନିଆଁକୁ ଅଟକାଇଯାଇପାରିବ। ଏହି ନିଆଁ ଗୋଟିଏ ସ୍ଥାନରେ ନିଆଁ ରହିଯିବ। ଏହି ଫାୟାର ଲାଇନ ରାଜ୍ୟର ଅନେକ ଜଙ୍ଗଲରେ ପ୍ରସ୍ତୁତ କରାଯାଇଛି ।"

ଏହା ବି ପଢନ୍ତୁ- ଖରାଦିନ ଆରମ୍ଭରୁ ଜଳିଲାଣି ଜଙ୍ଗଲ: ଚଳିତ ବର୍ଷ ୧୯୭୪ ସ୍ଥାନରେ ଜଙ୍ଗଲ ନିଆଁ

ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରୁ ଗ୍ରୀଷ୍ମ ପ୍ରବାହ ହେଲାଣି ସାଙ୍ଘାତିକ । ଆଗକୁ ଆହୁରି ବଢିବ ଗ୍ରୀଷ୍ମ ପ୍ରବାହ । ଖରା ବଢିବା ସଙ୍ଗେ ସଙ୍ଗେ ଜଙ୍ଗଲ ନିଆଁକୁ ଆୟତ କରିବା ବନ ବିଭାଗ ପାଇଁ ଏକ ବଡ ଚାଲେଞ୍ଜ । ତେଣୁ ଜଙ୍ଗଲ ସଂଲଗ୍ନରେ ରହୁଥିବା ଗାଁର ଲୋକମାନଙ୍କୁ ସଚେତନ କରାଯାଉଛି । ବିଭିନ୍ନ ବନଖଣ୍ଡରେ ସବଡିଭିଜନ ସ୍ତରରେ ବନାଗ୍ନିକୁ ରୋକିବା ଲାଗି ତାଲିମ ଓ ସଚେତନତା ଶିବିର ଆୟୋଜନ ଆରମ୍ଭ ହେଲାଣି । ଖରାଦିନରେ ଜଙ୍ଗଲରେ ନିଆଁ ଲାଗିଲେ କେବଳ ବହୁ ମୂଲ୍ୟବାନ ଗଛ ନୁହେଁ ଏପରିକି ଅନେକ ପ୍ରଜାତିର ବନ୍ୟଜନ୍ତୁ ଓ ସରୀସୃପ ମଧ୍ୟ ପୋଡି ହୋଇ ମୃତ୍ୟୁବରଣ କରିଥାନ୍ତି ।

ଯାହା ଜଙ୍ଗଲରେ ନିଆଁ ଲାଗିବା ହେଉଛି ମୁନୁଷ୍ୟକୃତ ହୋଇଥାଏ । ତେବେ ଜଙ୍ଗଲ ମଧ୍ୟରେ ଅଧା ଜଳା ସିଗାରେଟ ବା ବିଡି ଫୋପାଡିବା, ଭଲ ଉତ୍ପାଦନ ପାଇଁ ଗଛଲତାରେ ନିଆଁ ଲଗାଇବା, ଡାଳକୁ ଡାଳ ଘଷି ହେବା ଆଦି କାରଣ ପାଇଁ ଜଙ୍ଗଲରେ ନିଆଁ ଲାଗିଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ବନାଞ୍ଚଳରେ ଥିବା ପ୍ରାୟ ଗାଁଗୁଡ଼ିକରେ ଲୋକମାନେ ପ୍ରତିବର୍ଷ ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ନିଜକୁ ପ୍ରସ୍ତୁତ କରୁଛି ବନ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.