ETV Bharat / state

ଖରାଦିନ ଆରମ୍ଭରୁ ଜଳିଲାଣି ଜଙ୍ଗଲ: ଚଳିତ ବର୍ଷ ୧୯୭୪ ସ୍ଥାନରେ ଜଙ୍ଗଲ ନିଆଁ

author img

By ETV Bharat Odisha Team

Published : Mar 15, 2024, 3:30 PM IST

Forest Fire: ଖରା ଦିନ ଆରମ୍ଭରୁ ରାଜ୍ୟରେ ଜଳିଲାଣି ଜଙ୍ଗଲ । ଗତ ବର୍ଷ ମାର୍ଚ୍ଚ ମାସ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚ ମାସରେ ଜଙ୍ଗଲରେ ନିଆଁ କମ ଲାଗିଥିବା ନଜରକୁ ଆସିଛି । ଅଧିକ ପଢନ୍ତୁ

Forest Fire
Forest Fire

Forest Fire
Forest Fire

ଭୁବନେଶ୍ବର: ଖରାଦିନ ଆରମ୍ଭରୁ ସାଙ୍ଘାତିକ ହେଲାଣି ଜଙ୍ଗଲ ନିଆଁ। ଚଳିତ ବର୍ଷ ୧ ହଜାର ୯୭୪ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି । ଚଳିତ ବର୍ଷ ମାର୍ଚ୍ଚ ୧୩ ସୁଦ୍ଧା ୧୯୭୪ ପଏଣ୍ଟରେ ନିଆଁ ଲାଗିଲାଣି। ୯୭.୮୭ ପ୍ରତିଶତ ଜଙ୍ଗଲ ନିଆଁ ଲାଗିଥିବା ସୂଚନା ମିଳିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ସମୟରେ ଜଙ୍ଗଲରେ ନିଆଁ କମ ଲାଗିଥିବା ସୂଚନା ମିଳିଛି । ଜଙ୍ଗଲ ବାହାର ଅପେକ୍ଷା ଜଙ୍ଗଲ ଭିତର ପାର୍ଶ୍ଵରେ ଅଧିକ ନିଆଁ ଲାଗିଥିବା ଜଣାପଡିଛି। ଏହାସହ ଗତ ବର୍ଷ ମାର୍ଚ୍ଚ ମାସ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚ ମାସରେ ଜଙ୍ଗଲରେ ନିଆଁ କମ ଲାଗିଥିବା ନଜରକୁ ଆସିଛି । ତଥାପି ଖରା ଆରମ୍ଭରୁ ଜଙ୍ଗଲରେ ନିଆଁ ଅସମ୍ଭାଳ ହେଲାଣି ।


ତେବେ ଦିଆଯାଇଥିବା ତଥ୍ୟ ଆଧାରରେ ଚଳିତ ବର୍ଷ ଜାନୁଆରୀ ୧ ରୁ ୧୩ ମାର୍ଚ୍ଚ ମଧ୍ୟରେ ମୋଟ ଜଙ୍ଗଲ ପଏଣ୍ଟରେ ନିଆଁ ଲାଗିଛି ୧ହଜାର ୯୭୪। ତେବେ ମୋଟ ୧ ହଜାର ୯୩୨ ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ତେବେ ଏହାର ପ୍ରତିଶତ ୯୭.୮୭। ତେବେ ଜଙ୍ଗଲ ପ୍ରଭାବିତ ହୋଇଥିବା ଅଞ୍ଚଳ ହେଉଛି ୪୪୩.୯୨ ହେକ୍ଟର। ସେହି ଅନୁସାରେ ଜଙ୍ଗଲ ମଧ୍ୟରେ ଲାଗିଥିବା ନିଆଁ ହେଉଛି ୧ ହଜାର ୧୭୩ ଓ ଜଙ୍ଗଲ ବାହାରେ ଲାଗିଥିବା ନିଆଁ ହେଉଛି ୮୦୧ ସ୍ଥାନ ଚିହ୍ନଟ କରାଯାଇଛି। ସେହିପରି ଗତ ବର୍ଷ ୧ ଜାନୁୟାରୀଠାରୁ ୧୩ ମାର୍ଚ୍ଚ ୨୦୨୩ ମଧ୍ୟରେ ୨୨ହଜାର ୮୧୫ ପଏଣ୍ଟ ରେ ଲାଗିଥିଲା ନିଆଁ। ତେବେ ଏହାର ରେସପଣ୍ଡ ରହିଥିଲା ୨୩ ହଜାର ୪୭୨ । ସେହିପରି ଏହାର ପ୍ରତିଶତ ୯୮.୫ ରହିଥିବାବେଳେ ପ୍ରଭାବିତ ହୋଇଥିବା ଜଙ୍ଗଲ ହେଉଛି ୬୭୭.୯୬ ହେକ୍ଟର। ଏହାସହ ଜଙ୍ଗଲ ମଧ୍ୟରେ ଲାଗିଥିଲା ନିଆଁ ୧୮ହଜାର ୨୩୪ ଓ ଜଙ୍ଗଲ ବାହାରେ ଲାଗିଥିଲା ନିଆଁ ୪ହଜାର ୫୮୧।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ କମ ଲାଗିଛି। କାମ ମଧ୍ୟ ଚିହ୍ନଟ ହୋଇଛି। ଆଗକୁ ଧୀରେ ଧୀରେ ଜଙ୍ଗଲ ନିଆଁ ବଢିବା ନେଇ ଅନୁମାନ କରାଯାଇଛି। ବିଶେଷ ଭାବରେ ଟେକ୍ନୋଲୋଜି ଦ୍ଵାରା ଜଙ୍ଗଲ ନିଆଁ ଚିହ୍ନଟରେ କମ ସମୟ ମଧ୍ୟରେ ହୋଇପାରିଛି। ଜଙ୍ଗଲରେ ଲାଗୁଥିବା ନିଆଁକୁ ଆୟତ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଯେପରିକି ଜାନୁଆରୀ ଏବଂ ଫେବୃଆରୀ ମାସରେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସଚେତନତା ଅଭିଯାନ ଆରମ୍ଭ କରାଯାଇଥିଲା। ଯଥା ପାଲା, ଦାସକାଠିଆ, ଘୋଡ଼ା ନାଚ ଭଳି ବିଭିନ୍ନ ପାରମ୍ପରିକ ପଦ୍ଧତିରେ ଜଙ୍ଗଲ ନିକଟରେ ରହୁଥିବା ଜନବସତିରେ ସଚେତନତା କରିବା ସହ ପ୍ରଚାର ପ୍ରସାର କରାଯାଇଛି।

ଏହା ମଧ୍ୟ ପଢନ୍ତୁ...ଖରାଦିନ ଆରମ୍ଭରୁ ଜଳିଲାଣି ଜଙ୍ଗଲ, ବନାଗ୍ନି ସଙ୍କଟ ଏଡ଼ାଇବାକୁ ସଚେତନତା ଜରୁରୀ

ବିଭିନ୍ନ ବନଖଣ୍ଡରେ ସବଡିଭିଜନ ସ୍ତରରେ ବନାଗ୍ନିକୁ ରୋକିବା ପାଇଁ ତାଲିମ ଓ ସଚେତନତା ଶିବିର ଆୟୋଜନ ଆରମ୍ଭ ହେଲାଣି। ଖରାଦିନରେ ଜଙ୍ଗଲରେ ନିଆଁ ଲାଗିଲେ କେବଳ ବହୁ ମୂଲ୍ୟବାନ ଗଛ ନୁହେଁ ଅନେକ ପ୍ରଜାତିର ବନ୍ୟଜନ୍ତୁ ଓ ସରୀସୃପ ମଧ୍ୟ ପୋଡି ହୋଇ ମୃତ୍ୟୁବରଣ କରିଥାନ୍ତି। ଜଙ୍ଗଲ ନିଆଁ ଯୋଗୁ ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଯାଇଥାଏ। ଯାହା ଜଙ୍ଗଲରେ ନିଆଁ ଲାଗିବା ହେଉଛି ମନୁଷ୍ୟଜନିତ ହୋଇଥାଏ। ତେବେ ଜଙ୍ଗଲ ମଧ୍ୟରେ ଅଧା ଜଳା ସିଗାରେଟ/ବିଡି ଫୋପାଡିବା, ଭଲ ଉତ୍ପାଦନ ପାଇଁ ଗଛଲତାରେ ନିଆଁ ଲଗାଇବା, ଡାଳକୁ ଡାଳ ଘଷି ହେବା ଆଦି କାରଣ ପାଇଁ ଜଙ୍ଗଲରେ ନିଆଁ ଲାଗିଥାଏ। ଏହାକୁ ଦୃଷ୍ଟିରେ ରଖି ଏହି ବନାଞ୍ଚଳରେ ଥିବା ପ୍ରାୟ ଗାଁ ଗୁଡ଼ିକରେ ଲୋକମାନେ ପ୍ରତିବର୍ଷ ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି। ଏନେଇ ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭାକୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.