ସରିଲା ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା

By ETV Bharat Odisha Team

Published : Jan 22, 2024, 10:31 AM IST

thumbnail

District level sports competition: ଜଗତସିଂହପୁର: ଉଦଯାପିତ ହୋଇଯାଇଛି ଜିଲ୍ଲାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା । ଗତ 18 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ କ୍ରୀଡାବିତ ଭାଗ ନେଇଥିଲେ । ଏହି ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବରେ କବାଡି, ଭଲିବଲ, ଖୋକୋ, କ୍ରିକେଟ, ଆଦି ପ୍ରତିଯୋଗିତା ହୋଇଥିଲା । ଖୋଖୋ ପୁରୁଷ ବର୍ଗରେ କଳିଙ୍ଗ ତିର୍ତ୍ତଲ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ମା' ଏକାଡେମୀ ବିଜୟୀ ହୋଇଥିଲା । ସେହିପରି କବାଡିରେ ପୁରୁଷ ବର୍ଗରେ ବ୍ଲାକ ଡାଇମଣ୍ଡ କ୍ଲବ ବାଲିକୁଦା ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ମା' ତାରିଣୀ କବାଡି ଟିମ ବାଲିକୁଦା ବିଜୟୀ ହୋଇଥିଲେ । ଅନ୍ୟପଟେ କ୍ରିକେଟରେ ପାଟଣି ଗାଁ କ୍ରିକେଟ ଟିମ ଫାଇନାଲରେ ବିଜୟୀ ହୋଇଥିବା ବେଳେ ଜଗତସିଂହପୁର ମହିଳା କ୍ରିକେଟ ଟିମ ଗାଲଷ୍ଟାର ବିଜୟୀ ହୋଇଥିଲା । ସେହିପରି ଫୁଟବଲ ପୁରୁଷ ବର୍ଗରେ ମଇନ୍ଦିପୁର ଫୁଟବଲ ଏକାଡେମୀ ଓ ମହିଳା ଫୁଟବଲ ବର୍ଗରେ ଡି ଏସ ସି ଗ୍ରୁପ ଜଗତସିଂହପୁର ବିଜୟୀ ହୋଇଥିଲେ। ଏଥିସହ ହକି ମହିଳା ବର୍ଗରେ ଡିଏଭି ପବ୍ଲିକ ସ୍କୁଲ ପାରାଦ୍ୱୀପ ବିଜୟୀ ହୋଇ 50 ହଜାର ଟଙ୍କା ଓ ଟ୍ରଫି ଗ୍ରହଣ କରିଥିଲେ । ସେହିଭଳି ଦ୍ୱିତୀୟ ରନର୍ସ ଅପକୁ 30 ହଜାର ଟଙ୍କା ଓ ତୃତୀୟ ରନର୍ସ ଅପଙ୍କୁ 20 ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ। 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.