କାମାକ୍ଷାନଗର ମହୋତ୍ସବ, ନାଚଗୀତ ଖେଳକୁଦରେ ଝୁମିବେ ଲୋକେ

By ETV Bharat Odisha Team

Published : Jan 21, 2024, 5:41 PM IST

thumbnail

ଢେଙ୍କାନାଳ: କାମାକ୍ଷାନଗର ଉପଖଣ୍ଡରେ ଉଦଘାଟିତ ହୋଇଛି ୯ମ କ୍ରୀଡା ମହୋତ୍ସବ ଓ ଦ୍ୱିତୀୟ କାମାକ୍ଷାନଗର ମହୋତ୍ସବ l ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଜିରିଡ଼ାମାଳି ମଙ୍ଗଳା ମନ୍ଦିର ଠାରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା l ଝିପିଝିପି ବର୍ଷା ଓ କୋହଲା ପାଗ ସତ୍ତ୍ବେ ହଜାର ହଜାର ସଂଖ୍ୟାରେ କୀର୍ତ୍ତନ ମଣ୍ଡଳୀ, ପାଇକ ଆଖଡ଼ା, ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀମାନେ ଏହି ମଶାଲ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ସାରଙ୍ଗଧର ଷ୍ଟାଡିୟମ ଠାରେ ପହଞ୍ଚିଥିଲେ l ସେଠାରେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଘାଟନ କରିଥିଲେ l  

ଏହା ମଧ୍ୟ ପଢ଼ନ୍ତୁ... ଉଦଘାଟିତ ହେଲା ପୁରନ୍ଦର ନାଟକ ମହୋତ୍ସବ

ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର, ଭୁବନ, ପରଜଙ୍ଗ ଓ କଙ୍କଡାହାଡ଼ ବ୍ଲକର ବିଡ଼ିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ l ଏହି ଅବସରରେ ଆଜି ଠାରୁ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫୁଟବଲ ଟୁର୍ଣ୍ଣାମେଣ୍ଟ, ରାଜ୍ୟସ୍ତରୀୟ ଭଲିବଲ ଓ କବାଡି ପ୍ରତିଯୋଗିତା ଆୟୋଜନ ହେବାକୁ ଥିବାବେଳେ ଆସନ୍ତା ୨୮ତାରିଖରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାରେ ଷ୍ଟାରନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ପ୍ରଶାସନ ତରଫରୁ ପଲିଶ୍ରୀ ମେଳା, ଫୁଡକୋର୍ଟ, ଓରମାସ ମେଳା ମଧ୍ୟ ଅନୁଷ୍ଠିତ ହେବ l ଏହି ମହୋତ୍ସବରେ ବଲିଉଡ ଏବଂ ଓଲିଉଡ଼ର ବହୁ ଆଗଧାଡିର କଳାକାର ସାମିଲ ହେବା ନେଇ ଆୟୋଜକଙ୍କ ତରଫରୁ ସୂଚନା ମିଳିଛି l ଏହି ଦ୍ୱିତୀୟ କାମାକ୍ଷାନଗର ମହୋତ୍ସବକୁ ସଫଳତାର ସହ ଆୟୋଜନ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.